ଓଡ଼ିଆ କଥାଚିତ୍ର ଅଭିନେତ୍ରୀ From Wikipedia, the free encyclopedia
ପୁନମ ମିଶ୍ର (ଜନ୍ମ: ୩୦ ଜୁନ ୧୯୯୩[2]) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[3][4] ସେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[1][5][6] ଏହାପରେ ସେ ଲଭ୍ ମାଷ୍ଟର, ରକ୍ଷ୍ଟାର୍ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[7]
ପୁନମ ମିଶ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[8][9] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ ।[1] ଏହାପରେ ସେ ବାବୁଶାନ୍ଙ୍କ ସହ ଲଭ୍ ମାଷ୍ଟର[10], ବୁଲୁଙ୍କ ସହ ରକ୍ଷ୍ଟାର୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[7]
୨୦୧୮ରେ ମନୋରଞ୍ଜନ ପାଲ୍ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଫେସ୍ବୁକ୍ ମୁକ୍ତିଲାଭ କରିବାର ଅଛି ।[8] ଏହି କଥାଚିତ୍ରରେ ପୁନମ ପୁଣିଥରେ ବୁଲୁଙ୍କ ସହ ଅଭିନୟ କରୁଛନ୍ତି ।[5]
ସେ ଦୂରଦର୍ଶନରେ ତଅପୋଇ ଧାରାବାହିକରେ ତଅପୋଇ ଭୂମିକାରେ ଅଭିନୟ କରିଥିଲେ ।[1]
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୧ | ବାଇଶି ପାହାଚେ ଖେଳିବ ମୀନ | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୨ | ଲଭ୍ ମାଷ୍ଟର | ଲଗ୍ନା | |
୨୦୧୫ | ରକ୍ଷ୍ଟାର୍ | ||
୨୦୧୮ | ୪ ଇଡିଅଟସ୍ | ||
୨୦୨୦ | ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ |
ଧାରାବାହିକ | ଚେନାଲ | ଭୂମିକା |
---|---|---|
ତଅପୋଇ | ତଅପୋଇ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.