ମହାତ୍ମା ଗାନ୍ଧୀଙ୍କ ମାଆ From Wikipedia, the free encyclopedia
ପୁତଲିବାଈ କରମଚାନ୍ଦ ଗାନ୍ଧୀ (୧୮୪୪ – ୧୨ ଜୁନ ୧୮୯୧) ହେଉଛି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ମାତା ତଥା ପୂର୍ବତନ ରାଜକୋଟ ଦେୱନ କରମଚାନ୍ଦ ଗାନ୍ଧୀଙ୍କ ପତ୍ନୀ ଥିଲେ । ସେ ହିନ୍ଦୁ ଧର୍ମ ଅବଲମ୍ବାମ୍ବି ଥିଲେ,[3] ଯାହାଙ୍କଠାରୁ ମହାତ୍ମା ଗାନ୍ଧୀ ଧର୍ମ ବିଷୟରେ ଶିକ୍ଷା ଲାଭ କରିଥିଲେ । ସେ ତତ୍କାଳୀନ ଜୁନାଗଡ ରାଜ୍ୟର ଦନ୍ତ୍ରାନା ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ କରମଚାନ୍ଦ ଗାନ୍ଧୀଙ୍କଠାରୁ ବାଇଶି ବର୍ଷ ସାନ ଥିଲେ[4] ଯିଏକି ତାଙ୍କର ପ୍ରଥମ ଦୁଇ ପତ୍ନୀ ଶୀଘ୍ର ମରିଯିବା ପରେ ଏବଂ ତୃତୀୟ ପତ୍ନୀ ସନ୍ତାନହୀନ ଥିବାବେଳେ ତାଙ୍କୁ ବିବାହ କରିଥିଲେ । ମୋହନଦାସ ତାଙ୍କର ସାନପୁଅ ଥିଲେ, ଯାହାକୁ ସେ ସ୍ନେହରେ ମୋନିଆ ବୋଲି ଡାକୁଥିଲେ । ମହାତ୍ମା ଗାନ୍ଧୀ ତାଙ୍କ ଲଣ୍ଡନ ଯିବା ପରେ ତାଙ୍କ ମାଆ ଏବଂ ତାଙ୍କ ଅବସ୍ଥା ବିଷୟରେ ତାଙ୍କ ଆତ୍ମଜୀବନୀ, ଦି ଷ୍ଟୋରୀ ଅଫ୍ ମାଇଁ ଏକ୍ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍ରେ ଲେଖିଥିଲେ ।[5][6]
ପୁତଲିବାଈ ଗାନ୍ଧୀ | |
---|---|
ଜନ୍ମ | ୧୮୪୪[1] ଦନ୍ତ୍ରାରା, ଜୁନାଗଡ଼, ବ୍ରିଟିଶ ଭାରତ[2] |
ମୃତ୍ୟୁ | ୧୨ ଜୁନ ୧୮୯୧ ୪୬–୪୭) | (ବୟସ
ଜାତୀୟତା | ବ୍ରିଟିଶ ଭାରତୀୟ |
ପ୍ରସିଦ୍ଧି | ମହାତ୍ମା ଗାନ୍ଧୀଙ୍କ ମାଆ |
ବୈବାହିକ-ସାଥୀ | କରମଚାନ୍ଦ ଗାନ୍ଧୀ (ବିବାହ: ୧୮୫୭) |
ସନ୍ତାନ |
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.