କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଲେଖିକା From Wikipedia, the free encyclopedia
ପାରମିତା ଶତପଥୀ (ଜନ୍ମ: ୩୦ ଅଗଷ୍ଟ ୧୯୬୫) ଜଣେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖିକା ଓ ଔପନ୍ୟାସିକା । ତାଙ୍କ ମାତା ପ୍ରତିଭା ଶତପଥୀ ଜଣେ ଆଧୁନିକ ଓଡ଼ିଆ କବି ଓ ପିତା ନିତ୍ୟାନନ୍ଦ ଶତପଥୀ ଜଣେ ସାହିତ୍ୟ ସମାଲୋଚକ । ୧୯୮୯ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିବା ପାରମିତା ଆୟକର ବିଭାଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ।[1]
ପାରମିତା ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩୦ ଅଗଷ୍ଟ ୧୯୬୫ |
ବୃତ୍ତି | ଆୟକର ବିଭାଗ କମିଶନର, |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ବିଶ୍ଳେଷଣାତ୍ମକ ଓ ଫଳିତ ଅର୍ଥନୀତିରେ ସ୍ନାତକୋତ୍ତର, ଅର୍ଥନୀତି ଅଧ୍ୟୟନ ଓ ପରିକଳ୍ପନା କେନ୍ଦ୍ର (ଜେ.ଏନ.ୟୁ)ରୁ ଏମ୍.ଫିଲ୍ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନସାଥୀ | ସୁବ୍ରତ ତ୍ରିପାଠୀ |
ସନ୍ତାନ | ଅନ୍ୱେଷା |
ସମ୍ପର୍କୀୟ | ନିତ୍ୟାନନ୍ଦ ଶତପଥୀ (ବାପା) ପ୍ରତିଭା ଶତପଥୀ (ମାଆ) |
ୱେବସାଇଟ | |
paramitasatpathy.com |
ପାରମିତା ଶତପଥୀଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ରେ ଓଡ଼ିଆ ପତ୍ରିକା ଝଙ୍କାରରେ ପ୍ରକାଶ ପାଇଥିଲା । ପରେ ପରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଲା । ତାଙ୍କର ଅନେକ ଗଳ୍ପ ଅନ୍ୟାନ୍ୟ ଭାରତୀୟ ଭାଷା ଯଥା ତେଲୁଗୁ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ ଆଦି ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି । 'ପ୍ରାପ୍ତି'ର ଭିସିଡି ଅଗଷ୍ଟ ୨୦୧୫ରେ ମୁକ୍ତିଲାଭ କରିଥିଲା ।[2]
କବି ପ୍ରତିଭା ଶତପଥୀ ଏବଂ ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀଙ୍କ ଝିଅ ପାରମିତାଙ୍କ ଜନ୍ମ ହୋଇଥିଲା ୩୦ ଅଗଷ୍ଟ ୧୯୬୫ରେ । ବାପା ମାଙ୍କ ପ୍ରଭାବରେ ପିଲାଟିଦିନରୁ ସେ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଓ ପ୍ରଚୁର ପଢ଼ାପଢ଼ି କରୁଥିଲେ । ୧୯୮୯ରେ ଭାରତୀୟ ରାଜସ୍ୱ ସେବାରେ କୃତକାର୍ଯ୍ୟ ହୋଇଥିବା ପାରମିତା ଶତପଥୀ ଅଧୁନା ଆୟକର ବିଭାଗର କମିସନର ପଦବୀରେ କାର୍ଯ୍ୟରତ । ତାଙ୍କର ପ୍ରଥମ ଗଳ୍ପ 'ତାଙ୍କ ସହ ସବୁ ଦିନ' ୧୯୮୫ ମସିହାରେ 'ଝଙ୍କାର' ପତ୍ରିକାରେ ପ୍ରକାଶିତ ହୋଇଥିଲା ।
ସେ ୧୯୮୪ ଓ ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଅର୍ଥନୀତିରେ ପ୍ରଥମ ସ୍ଥାନ ଅଧିକାର କରି ଚାରିଗୋଟି ସ୍ୱର୍ଣ୍ଣପଦକ ପାଇଥିଲେ । ୧୯୮୮ରେ ଜେ.ଏନ୍.ୟୁ. ଦିଲ୍ଲୀରେ ଏମ୍.ଫିଲ୍. ପଢୁଥିବା ସମୟରେ ଭାରତୀୟ ରାଜସ୍ୱ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ପାରମିତା ଶତପଥୀଙ୍କ ଗଳ୍ପରେ ସ୍ତ୍ରୀ-ପୁରୁଷର ସମ୍ପର୍କର ସୂକ୍ଷ୍ମତା-ଜଟିଳତା, ନାରୀ ମୁକ୍ତିର ସନ୍ଧାନ ତଥା ସାମାଜିକ ବାଧା-ବନ୍ଧନକୁ ନେଇ ନାରୀର ପ୍ରଶ୍ନ, ବିଦ୍ରୋହ ଓ ପ୍ରତିବାଦ ସ୍ପଷ୍ଟ । ସହରୀ ଜୀବନର ସଂଶୟ, ଅବିଶ୍ୱାସ, ନିର୍ମମତା ଓ ଅସ୍ୱାଭାବିକତା ସହିତ ଉଚ୍ଚ ବର୍ଗର ଲୋକଙ୍କ କଥା ମଧ୍ୟ ରହିଥାଏ ଭିନ୍ନ ଢଙ୍ଗରେ । ଜଣେ ସୃଜନଶୀଳ ଲେଖକ ସମାଜ ସଂସ୍କାରକ ପରି ସମାଜରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିବ ନାହିଁ, କିନ୍ତୁ ମଣିଷର ଚେତନା ଓ ମାନସିକତାକୁ ଅନେକ ଭାବରେ ପ୍ରଭାବିତ କରିପାରିବ । ହଠାତ୍ ଆଖିକୁ ଦିଶୁ ନ ଥିବା ଅଥଚ ହୃଦୟର କୌଣସି କୋଣରେ ଦବି ରହିଥିବା ସମ୍ବେଦନା ସହ ତାକୁ ପରିଚିତ କରାଇପାରିବ । ଲେଖା ମାଧ୍ୟମରେ ସମାଜର ପରିବର୍ତ୍ତନ ପ୍ରସଙ୍ଗରେ ଏକଥା କହନ୍ତି ଶତପଥୀ ।[3]
ପାରମିତାଙ୍କ ରଚିତ ଗଳ୍ପଗୁଡ଼ିକ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତେଲୁଗୁ, ମରାଠୀ, ଗୁଜରାଟୀ ଭାଷାରେ ଅନୁବାଦ ହୋଇଛି । ସମକାଳୀନ ଭାରତୀୟ ସାହିତ୍ୟ, ହଂସ, ଅକ୍ଷର, ନୟା ଜ୍ଞାନୋଦୟ, ସାକ୍ଷାତକାର, ଇଣ୍ଡିଆନ୍ ଲିଟରେଚର, ମ୍ୟୁସ୍ ଇଣ୍ଡିଆ ଆଦି ଜାତୀୟ ସ୍ତରର ସାହିତ୍ୟ ପତ୍ରିକାମାନଙ୍କରେ ପାରମିତାଙ୍କ ଗଳ୍ପ ସ୍ଥାନୀତ ହୋଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.