From Wikipedia, the free encyclopedia
ପାଦ ଭାତୁଡ଼ି (ଇଂରାଜୀ ଭାଷାରେ plantar wart) ଏକ ଭାତୁଡ଼ି wart ଯାହା ପାଦତଳେ (bottom) ବା ପାଦ ଆଙ୍ଗୁଠି (toes) ତଳେ ସୃଷ୍ଟି ହୁଏ । [4] ଏହି ଭାତୁଡ଼ିର ରଙ୍ଗ ଚର୍ମ (skin) ରଙ୍ଗ ସହିତ ସମାନ ଥାଏ । [2] ପୃଷ୍ଠ ଭାଗରେ କଳା ଦାଗ ଦେଖାଯାଇପାରେ ।[4] ଏକାଧିକ ଭାତୁଡ଼ି ଗୋଟିଏ ସ୍ଥାନରେ ଦେଖାଯାଇପାରେ । [2] ଏହା ଯୋଗୁ ଚାଲିବା ବେଳେ କଷ୍ଟ ଅନୁଭବ ହୁଏ । [2]
ପାଦ ଭାତୁଡ଼ି (Plantar wart) | |
---|---|
ଭେରୁକା (Verruca), ମିରମେସିଆ (myrmecia), ଭେରୁକା ପ୍ଲାଣ୍ଟାରିସ (verruca plantaris) [1] | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଚର୍ମ ରଙ୍ଗର ଲିଜନ, କଷ୍ଟଦାୟକ ହୋଇପାରେ । Skin colored lesion, may be painful[2] |
ଅବଧି | ୨ବର୍ଷ[2] |
କାରଣ | ମାନବ ପାପିଲୋମା ଭୁତାଣୁ (Human papillomavirus)/ HPV)[2] |
ବିପଦ କାରକ | ଗୋଷ୍ଠି ସ୍ନାନ, ପୂର୍ବତନ ଭାତୁଡ଼ି, ଦୁର୍ବଳ ଇମ୍ମ୍ୟୁନିଟି (poor immune function)[2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [3] |
ସଠିକ ରୋଗ ନିର୍ଣ୍ଣୟ | କ୍ୟାଲସ (Callus), ମୋଲୁସ୍କମ କୋଣ୍ଟାଜିଓସମ, ସ୍କ୍ୱାମସ ସେଲ କର୍କଟ (squamous cell carcinoma)[2] |
ଚିକିତ୍ସା | ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର), କ୍ରାୟୋଥେରାପି (cryotherapy), ଅପରେଶନ କରି ବାହାର କରିଦେବା[2] |
ପୁନଃପୌନିକ | ସାଧାରଣ[4] |
ମାନବ ପାପିଲୋମା ଭୁତାଣୁ/ ଏଚପିଭି (Human papillomavirus)/ HPV) ଯୋଗୁ ଏହି ରୋଗ ହୁଏ ।[2] ରୋଗ ହେବା ନିମନ୍ତେ ଚମ ଖଣ୍ଡିଆ ହେବା ଆବଶ୍ୟକ ।[2] ଗୋଷ୍ଠି ସ୍ନାନ କରୁଥିଲେ, ପୂର୍ବରୁ ଭାତୁଡ଼ି ଥିଲେ ଓ ଦୁର୍ବଳ ଇମ୍ମ୍ୟୁନିଟି (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[2][3] ଲକ୍ଷଣ ଦେଖି ରୋଗ ସହଜରେ ରୋଗ ନିର୍ଣ୍ଣୟ କରିହୁଏ ।[3]
ଲକ୍ଷଣ ଦେଖାଗଲେ ଚିକିତ୍ସା ଆବଶ୍ୟକ ହୁଏ ।[3] ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର), କ୍ରାୟୋଥେରାପି (cryotherapy) ଓ ଅପରେଶନ କରି ବାହାର କରିଦେବା ଆଦି ଚିକିତ୍ସା କରାଯାଏ । [2] ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଭାତୁଡ଼ି ଉପରେ ଥିବା ଚମକୁ ବାହାର କରିଦିଆଯାଏ ।[2] ପ୍ରାୟ ୧/୩ରୁ ୨/୩ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି କିନ୍ତୁ ଏହା ୨ ବର୍ଷ ନିମନ୍ତେ ଲାଗୁ ହୁଏ ।[2] ଏହି ପାଦ ଭାତୁଡ଼ି ଏକ ସାଧାରଣ ରୋଗ ।[4] ପିଲା ଓ ଯୁବାବସ୍ଥାରେ ଏ ରୋଗଦ୍ୱାରା ସାଧାରଣତଃ ଆକ୍ରାନ୍ତ ହେବା ଦେଖାଯାଏ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.