From Wikipedia, the free encyclopedia
ଗାଣିତିକ ସ୍ଥିରାଙ୍କ π (ପାଇ) ଉପଲକ୍ଷେ ପାଳନ କରାଯାଉଥିବା ବାର୍ଷିକ ଉତ୍ସବକୁ ପାଇ ଦିବସ କୁହାଯାଏ । ଏହା ମାର୍ଚ୍ଚ ୧୪ରେ ( ମାସ /ତାରିଖ ଫର୍ମାଟରେ ୩/୧୪ ) ପାଳନ କରାଯାଏ, କାରଣ ଦଶତମିକ ପଦ୍ଧତିରେ ୩, ୧ ଓ ୪ πର ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ସଂଖ୍ୟା ଅଟେ ।
ପାଇ ଆପ୍ରୋକ୍ସିମେସନ୍ ଦିବସ ( Pi Approximation Day ) ଜୁଲାଇ ୨୨ରେ ( ଦିନ /ମାସ ଫର୍ମାଟରେ ୨୨/୭ ) ପାଳନ କରାଯାଏ, କାରଣ ୨୨⁄୭ ଭଗ୍ନାଂଶଟି Π ପାଇଁ ସବୁଠାରୁ ସାଧାରଣ ଅନୁମାନ (ଆପ୍ରୋକ୍ସିମେସନ୍) ଅଟେ ।[2]
ସରକାରୀ ସୂତ୍ର ଅନୁସାରେ ମିଳୁଥିବା ତଥ୍ୟ ଅନୁଯାୟୀ ସର୍ବପ୍ରଥମ ଜଣାଶୁଣା ପାଇ ଉତ୍ସବ ୧୯୪୯ ମସିହାରେ ସାନ ଫ୍ରାନ୍ସିସ୍କୋସ୍ଥ ଏକ ଏକ୍ସୋରାଟୋରିୟମରେ( ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଠାରେ କି ଶ ଜଣେ ପଦାର୍ଥ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ ।
ମାର୍ଚ୍ଚ ୧୨, ୨୦୦୯ରେ, ଆମେରିକା ଲୋକ ସଭାରେ ଏକ ଅଣ-ବାଧ୍ୟତାମୂଳକ ସଂକଳ୍ପ (111 H. Res। 224) ପାରିତ ହେଲା ୟେଉଁଥିରେ କି ମାର୍ଚ୍ଚ ୧୪, ୨୦୦୯କୁ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା । ପାଇ ଦିବସ ୨୦୧୦ ପାଇଁ, ଗୁଗୁଲ ଏକ ଗୁଗୁଲ୍ ଡୁଡଲ୍ ଉପସ୍ଥାପନ କରିଥିଲା ଯେଉଁଥିରେ ଗୁଗୁଲ ସର୍କଲ ଏବଂ ପାଇ ପ୍ରତୀକଗୁଡ଼ିକର ଚିତ୍ର ଉପରେ ରଖିଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.