![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8b/Pangong_Tso_2.jpg/640px-Pangong_Tso_2.jpg&w=640&q=50)
ପାଂଗୋଂଗ୍ ତ୍ସୋ
From Wikipedia, the free encyclopedia
ପାଂଗୋଂଗ୍ ତ୍ସୋ (ତିବ୍ୱତୀୟ ଭାଷାରେ: སྤང་གོང་མཚོ, ୱାଇଲି ଭାଷାରେ: ସ୍ପାଂଗ୍ ଗୋଂଗ୍ ମତ୍ସୋ; ହିନ୍ଦୀ ଭାଷାରେ: पांगोंग त्सो; ଚୀନୀ ଭାଷାରେ: 班公错; ପିନ୍-ୟିନ୍ ଭାଷାରେ: ବାଂଗୋଂଗ୍ ଚୁଓ) ନାମର ତିବ୍ୱତୀୟ ଭାଷାରେ ଅର୍ଥ ହେଲା : ଉଚ୍ଚ ତୃଣଭୂମୀୟ ହ୍ରଦ । ଏହାକୁ ପାଂଗୋଂଗ୍ ହ୍ରଦ ମଧ୍ୟ କୁହାଯାଏ । ତିବ୍ୱତୀୟ ଭାଷାରେ “ତ୍ସୋ (Tso)” ଶବ୍ଦର ଅର୍ଥ ହ୍ରଦ । ସମୁଦ୍ରପତନରୁ ପ୍ରାୟ ୪୩୫୦ ମିଟର୍ (୧୪୨୭୦ ଫୁଟ୍) ଉଚ୍ଚତାରେ ଓ ହିମାଳୟରେ କୋଳରେ ରହିଥିବା ଏକ ସ୍ଥଳଭାଗବଦ୍ଧ ହ୍ରଦ । ଏହି ହ୍ରଦର ଦୈର୍ଘ୍ୟ ପ୍ରାୟ ୧୩୪ କିଲୋମିଟର୍ ବା ୮୩ ମାଇଲ୍ । ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାରେଖା ଏହି ହ୍ରଦର ମଧ୍ୟଭାଗରେ ରହିଛି । ହ୍ରଦର ପ୍ରାୟ ୬୦% ଭାଗ ଚୀନର ଅଧୀନରେ ରହିଛି । ଏକ ସ୍ଥାନରେ ଏହି ହ୍ରଦର ସର୍ବାଧିକ ପ୍ରସ୍ଥ ୫ କିଲୋମିଟର୍ ବା ୩.୧ ମାଇଲ୍ ଅଟେ । ହ୍ରଦର କ୍ଷେତ୍ରଫଳ ପ୍ରାୟ ୬୦୪ ବର୍ଗ କି.ମି. । ଏହି ହ୍ରଦର ପାଣି ଈଷତ୍ ଲୁଣିଆ ହୋଇଥିଲେ ହେଁ ଶୀତଦିନରେ ସମ୍ପୂର୍ଣ୍ଣ ଭାବେ ଘନୀଭୂତ ହୋଇ ବରଫ ପାଲଟିଯାଏ । ଏହା ସିନ୍ଧୁ ନଦୀ ଉପତ୍ୟକାର ଅଂଶ ନୁହେଁ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଏକ ଅନ୍ୟ ସ୍ଥଳପରିମୀତ ନଦୀ ଉପତ୍ୟକାର ଅଂଶବିଶେଷ । [3]
ପାଂଗୋଂଗ୍ ତ୍ସୋ | |
---|---|
![]() | |
ଅବସ୍ଥାନ | ଲଦାଖ୍, ଜାମ୍ମୁ ଓ କାଶ୍ମୀର୍, ଭାରତ; ରୁତୋଗ୍ କାଉଣ୍ଟି, ତିବ୍ୱତ୍, ଚୀନ |
ଦିଗବାରେଣି | 33°43′04.59″N 78°53′48.48″E |
Type | ସୋଡା ହ୍ରଦ ମିଶ୍ରଣଶୀଳ ହ୍ରଦ (ପୂର୍ବ ପାର୍ଶ୍ୱ)[1] ଶୀତଳ ଓ ବର୍ଷରେ ଥରେ ମିଶ୍ରଣଶୀଳତା ଦେଖାଉଥିବା ହ୍ରଦ (ପଶ୍ଚିମ ପାର୍ଶ୍ୱ)[2] |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଚୀନ, ଭାରତ |
ସର୍ବାଧିକ ଲମ୍ବ | ୧୩୪ କି.ମି. |
ସର୍ବାଧିକ ଓସାର | ୫ କି.ମି. (ସର୍ବାଧିକ ପ୍ରସ୍ଥ) |
କ୍ଷେତ୍ରଫଳ | ପ୍ରାୟ ୭୦୦ ବର୍ଗ କି.ମି. |
ସର୍ବାଧିକ ଗଭୀରତା | ୩୨୮ ଫୁଟ୍ ବା ୧୦୦ ମିଟର୍ |
ଭୂମି ଉଚ୍ଚତା | ୪୨୫୦ ମିଟର୍ |
ବରଫାବୃତ | ଶାତଋତୁରେ |
ପାଂଗୋଂଗ୍ ତ୍ସୋ | |||||||
---|---|---|---|---|---|---|---|
Traditional Chinese | 班公錯 | ||||||
Simplified Chinese | 班公错 | ||||||
|
ରାମସର ଚୁକ୍ତି ଅନୁସାରେ ଏହି ହ୍ରଦକୁ ଅନ୍ତର୍ଯାତିକ ଗୁରୁତ୍ତ୍ୱ ବହନ କରୁଥିବା ଜଳୀୟଭୂମି ଭାବେ ଅଭିହିତ କରିବା ପାଇଁ ଚେଷ୍ଟା ଚାଲିଛି । ଏପରି ହେଲେ ଏହା ଦକ୍ଷିଣ ଏସିଆର ପ୍ରଥମ ସୀମାନ୍ତର ଜଳୀୟଭୂମି ଭାବେ ପରିଚିତ ହେବ ।