ପଳାଶ
From Wikipedia, the free encyclopedia
ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣପୂର୍ବ ଏସିଆରେ ଯଥା ଭାରତ, ବାଂଲାଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର, ଥାଇଲାଣ୍ଡ, ଲାଓସ୍, କାମ୍ପୁଚିଆ, ଭିଏତନାମ, ମାଲେସିଆ ତଥା ପଶ୍ଚିମ ଇଣ୍ଡୋନେସିଆରେ ଦେଖିବାକୁ ମିଳେ.
ପଳାଶ | |
---|---|
ବେଙ୍ଗାଲୁରୁ, ଭାରତ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
ଗୋଷ୍ଠୀ: | ରୋସିଡ |
ବର୍ଗ: | ଫାବେଲ |
ବଂଶ: | ଫାବାସି |
ପ୍ରଜାତି: | ବୁଟିଆ |
ଜାତି: | ବ ମୋନୋସ୍ପର୍ମା |
ବାଇନୋମିଆଲ ନାମ | |
ବ ମୋନୋସ୍ପର୍ମା (ଲାମାର୍କ)ଟବ | |
Synonyms | |
ବୁଟିଆ ଫ୍ରୋଣ୍ଡୋସା ରୋକ୍ଷ୍ୱ. ଏକ୍ଷ ୱାଇଲ୍ଡ |
ପଳାଶ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ପଳାଶ ବା Flame of the Forest ହେଉଛି ଶିମ୍ବାଦି ବର୍ଗର ମଧ୍ୟମାକୃତି ତରୁ। ଗଛ ବଙ୍କା ଓ ଗଣ୍ଠିଆ। ଏହାର ପତ୍ରଗୁଡ଼ିକ ହାତୀକାନ ପରି ବଡ଼ ବଡ଼, ତ୍ରିପର୍ଣ୍ଣ। ଫୁଲ ପାଟ ରଙ୍ଗର । କେତେକ ସ୍ଥାନରେ ଅଳ୍ପ ହଳଦୀମିଶା ଲାଲ ରଙ୍ଗର ଫୁଲ ଦେଖିବାକୁ ମିଳେ। ଶୀତ ଶେଷରେ ପତ୍ରଝଡ଼ିଯାଏ ଓ ବସନ୍ତ ଋତୁର ଆଗମନରେ ଏହି ଗଛ ଶୁକଚଞ୍ଚୁ ପରି ତୋଫା ନାଲି ରଙ୍ଗର ଫୁଲରେ ଭରି ଉଠେ। ଏହାର ଛାଲକୁ ଚିରିଦେଲେ ଏକ ପ୍ରକାର ରକ୍ତବର୍ଣ୍ଣ ନିର୍ଯ୍ୟାସ (Bengal Kino) ବାହାରେ। ଏହାର ଫୁଲକୁ ପାଣିରେ ସିଝାଇଲେ ଏକ ପ୍ରକାରର ନାଲି ରଙ୍ଗ ବାହାରେ। ପୂର୍ବେ ଏହି ରଙ୍ଗରେ ଅବିରକୁ ରଙ୍ଗା ଯାଉଥିଲା।