![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/ce/Panchatantra_page.jpg/640px-Panchatantra_page.jpg&w=640&q=50)
ପଞ୍ଚତନ୍ତ୍ର
ବିଷ୍ଣୁ ଶର୍ମାଙ୍କ ଦ୍ଵାରା ରଚିତ କାହାଣୀ ଗ୍ରନ୍ଥ / From Wikipedia, the free encyclopedia
ପୃଥିବୀରେ ଅନେକ କାହାଣୀ ଗ୍ରନ୍ଥ ରହିଛି ତନ୍ମଧ୍ୟରୁ ପଞ୍ଚତନ୍ତ୍ର ଗ୍ରନ୍ଥଟି ଅନ୍ୟତମ । ସଂସ୍କୃତ ନୀତିକଥା ଗୁଡିକରେ ଏବେ ମଧ୍ୟ ପଞ୍ଚତନ୍ତ୍ରର ସ୍ଥାନ ପ୍ରଥମ ଅଟେ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଛି। ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ । [2] ଯଦ୍ୟପି ଏହି ପୁସ୍ତକ ଏବେ ନିଜ ମୂଳ ରୂପରେ ନାହିଁ ତଥାପି ବି ଉପଲବ୍ଧ ଅନୁବାଦଗୁଡ଼ିକ ଅନୁସାରେ ଏହା ତୃତୀୟ ଶତାବ୍ଦୀରେ ଲେଖାଯାଇଥିଲା । [3][4]ଏହି ଗ୍ରନ୍ଥକୁ ପଣ୍ଡିତ ବିଷ୍ଣୁ ଶର୍ମା ରଚନା କରିଛନ୍ତି । ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକଟିରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରାଯାଇ ପାରିବ। ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି ।[5] ଯେତେବେଳେ ଏହି ଗ୍ରନ୍ଥଟି ସମାପ୍ତ ହେଲା ସେତେବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବୟସ ୮୦ ବର୍ଷ ଥିଲା ।ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ,ପାର୍ସୀ,[6]'[7], ତୁର୍କୀ[8][9],ଜାଭାନିସ୍ [10][11]ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି । ପଞ୍ଚତନ୍ତ୍ରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
- ମିତ୍ରଭେଦ(ବନ୍ଧୁମାନଙ୍କ ମଧ୍ୟରେ ଭୁଲ ବୁଝାମଣା)
- ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ)
- କାକୋଲୁକୀୟମ(କାଉ ଏବଂ ପେଚାର କଥା)
- ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା)
- ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ)
![Thumb image](http://upload.wikimedia.org/wikipedia/commons/thumb/c/ce/Panchatantra_page.jpg/640px-Panchatantra_page.jpg)
![Thumb image](http://upload.wikimedia.org/wikipedia/commons/thumb/0/00/18th_century_Panchatantra_manuscript_page%2C_the_talkative_turtle.jpg/640px-18th_century_Panchatantra_manuscript_page%2C_the_talkative_turtle.jpg)
![Thumb image](http://upload.wikimedia.org/wikipedia/commons/thumb/6/6b/Mendhut-Tantri02.jpg/320px-Mendhut-Tantri02.jpg)