ପଗ୍ (କୁକୁର ପ୍ରଜାତି)
From Wikipedia, the free encyclopedia
ପଗ୍ ଏକପ୍ରକାର ଛୋଟ-କୁକୁର ପ୍ରଜାତି ଯେଉଁମାନେ ନିଜର ଲୋକକୋଚା ଓ ଛୋଟ ଚେପଟାନାକିଆ ମୁହଁ ଏବଂ ବଙ୍କା ଲାଞ୍ଜରୁ ଚିହ୍ନା ପଡ଼ିଥାନ୍ତି I ଏହି ପ୍ରଜାତି ମୁଖ୍ୟତଃ କଳା କିମ୍ବା ଇଷତ୍ ହଳଦିଆ ରଙ୍ଗରେ ଦେଖାଯାନ୍ତି I
ଅନୁମାନ କରାଯାଏ ପଗମାନେ ଷୋଡଶ ଶତାବ୍ଦୀରେ ପ୍ରଥମେ ଚାଇନାରୁ ଇଉରୋପ ମହାଦେଶ ଆସିଥିଲେ ଏବଂ ପଶ୍ଚିମ ଇଉରୋପରେ ଧୀରେ ଧୀରେ ନିଜର ସଂଖ୍ୟା ବୃଦ୍ଧି କରିଥିଲେ I ତା'ପରେ ସଂଯୁକ୍ତ ରାଷ୍ଟ୍ରର ମହାରାଣୀ ଭିକ୍ଟୋରିଆ ପଗ୍ ପ୍ରଜାତିର କୁକୁରମାନଙ୍କୁ ଗୃହପାଳିତ କୁକୁର ଭାବେ ରଖିବା ଆରମ୍ଭ କଲେ, ଯାହା ଏବେ ତାଙ୍କର ପରବର୍ତ୍ତୀ ବଂଶଧରମାନେ ମଧ୍ୟ କରିଆସୁଛନ୍ତି I ପଗମାନଙ୍କର ଜୀବନସୀମା ସାଧାରଣତଃ ୧୨ରୁ ୧୫ ବର୍ଷ I
ପଗମାନେ ଅତି ସାମାଜିକ ଏବଂ ନମ୍ର ସ୍ୱଭାବର କୁକୁର ହୋଇଥିବାରୁ ଆମେରିକୀୟ କୁକୁର ସଂଘ ଏମାନଙ୍କୁ ଭଲ ସ୍ୱଭାବ ଏବଂ ସୁନ୍ଦର କୁକୁର ଭାବେ ବର୍ଣ୍ଣନା କରିଛି I ଏପରିକି ୨୦୦୪ ମସିହାରେ ଆୟୋଜିତ ବିଶ୍ୱ କୁକୁର ପ୍ରଦର୍ଶିନୀରେ ଏକ ପଗ୍ ବିଜୟୀ କୁକୁରଭାବେ ନିର୍ବାଚିତ ହୋଇଥିଲା I