![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4d/Small_intestine_neuroendocrine_tumour_high_mag.jpg/640px-Small_intestine_neuroendocrine_tumour_high_mag.jpg&w=640&q=50)
ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ
ଏହା ଏକ ଅର୍ବୁଦ ଗୋଷ୍ଠୀ । / From Wikipedia, the free encyclopedia
ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ (ଇଂରାଜୀ ଭାଷାରେ Neuroendocrine tumors/ NET ) ହେଉଛି ଏକ ଅର୍ବୁଦ ଗୋଷ୍ଠୀ ଯେଉଁଗୁଡ଼ିକ ସ୍ନାୟୁ ଇମ୍ପଲ୍ସ ଗ୍ରହଣ କରୁଥିବା ଜୀବକୋଷ ହରମୋନ୍ ମୋଚନ କରନ୍ତି ।[1] ପ୍ରାୟ ଦୁଇ ତୃତୀୟାଂଶ ରୋଗ ଅନ୍ତନଳୀରେ ଘଟିଥାଏ ଯେଉଁଠାରେ ସେମାନଙ୍କୁ କାର୍ସିନଏଡ୍ ଅର୍ବୁଦ କୁହାଯାଏ, କିନ୍ତୁ ସେଗୁଡ଼ିକ ଅଗ୍ନାଶୟ, ଫୁସଫୁସ, ଥାଇମସ୍ ଏବଂ ଏଣ୍ଡୋକ୍ରାଇନ୍ ସିଷ୍ଟମର ଅନ୍ୟାନ୍ୟ ଅଂଶରୁ ମଧ୍ୟ ସୃଷ୍ଟି ହୋଇପାରନ୍ତି ।[1] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଉଚ୍ଚ କିମ୍ବା ନିମ୍ନ ରକ୍ତ ଶର୍କରା ଏବଂ ଓଜନ ହ୍ରାସ ହୋଇପାରେ ।[1] କେତେକ କ୍ଷେତ୍ରରେ କାର୍ସିନଏଡ ସିଣ୍ଡ୍ରୋମ ହୋଇପାରେ ଯେଉଁଥିରେ ତରଳ ଝାଡ଼ା ଓ ମୁହଁ ଲାଲ ପଡ଼ିଯାଏ ।[1]
Neuroendocrine tumor | |
---|---|
![]() Micrograph of a neuroendocrine tumor. H&E stain | |
ଲକ୍ଷଣ | Pain, high or low blood sugar, weight loss, carcinoid syndrome[1] |
ବିପଦ କାରକ | Multiple endocrine neoplasia syndrome (MEN), neurofibromatosis, tuberous sclerosis[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Lab tests, medical imaging, tissue biopsy[1] |
ଚିକିତ୍ସା | Surgery, somatostatin analogues, interferon, chemotherapy, targeted therapy[1] |
ପୁନଃପୌନିକ | 8 per 100,000 per year[1] |
ନ୍ୟୁରୋଫାଇବ୍ରୋମାଟୋସିସ, ମଲ୍ଟିପ୍ଲ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ସିଣ୍ଡ୍ରୋମ ଏବଂ ଟ୍ୟୁବରସ ସ୍କ୍ଲେରୋସିସ୍ ଭଳି ଅନେକ ଜେନେଟିକ୍ ଅବସ୍ଥା ଏହି ରୋଗ ସଙ୍କଟ ସୃଷ୍ଟି କରିଥାଏ ।[1] ଏହି ଅର୍ବୁଦଗୁଡିକ ଏକ ଗୋଷ୍ଠୀ ଭାବରେ ଗ୍ରହଣ କରାଯାଏ କାରଣ ଜଡିତ କୋଷଗୁଡ଼ିକର କିଛି ସମାନତା ଦେଖାଯାଏ ଯେଉଁଗୁଡ଼ିକ ବାୟୋଜେନିକ୍ ଆମିନ ଏବଂ ପଲିପେପ୍ଟାଇଡ ହରମୋନ୍ ଉତ୍ପାଦନ କରନ୍ତି।[2] ସେମାନେ ସାଧାରଣତ ଧୀରେ ଧୀରେ ବଢ଼ନ୍ତି । [1] ଲ୍ୟାବ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଏବଂ ତନ୍ତୁ ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାରେ। [1]
ପ୍ରାରମ୍ଭିକ ରୋଗ ଅସ୍ତ୍ରୋପଚାରଦ୍ୱାରା ଭଲ ହୋଇପାରେ ।[1] ଅଧିକ ଉନ୍ନତ ରୋଗ ପାଇଁ ସୋମାଟୋଷ୍ଟାଟିନ୍ ଆନାଲୋଗ, ଇଣ୍ଟରଫେରନ୍, କେମୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ବ୍ୟବହାର କରାଯାଇପାରେ ।[1] ବର୍ଷକୁ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୮ ଜଣ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[1] ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କଠାରେ ସେଗୁଡିକ ଅଧିକ ଦେଖାଯାଏ ।[1] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହେଉଥିବା ପରି ଦେଖାଯାଏ ।[1] ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ ପ୍ରଥମେ ୧୮୬୭ ମସିହାରେ ଥିଓଡର୍ ଲାଙ୍ଗହାନ୍ସଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[1]