ନେହା ଶର୍ମା (ଜନ୍ମ: ୨୧ ନଭେମ୍ବର ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ନେହା ୨୦୦୭ରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୦ରେ ମୋହିତ ସୁରୀଙ୍କ ଚଳଚ୍ଚିତ୍ର କ୍ରୁକ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । [2] ସେ କ୍ୟା ସୁପର କୁଲ୍ ହୈ ହମ୍, ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୟମଲା ପାଗଲା ଦିୱାନା ୨, ୟଙ୍ଗିସ୍ତାନ, ତୁମ୍ ବିନ୍ ୨ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

Quick Facts ନେହା ଶର୍ମା, ଜନ୍ମ ...
ନେହା ଶର୍ମା
Thumb
ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀର ପ୍ରମୋଶନରେ ନେହା
ଜନ୍ମ (1987-11-21) ୨୧ ନଭେମ୍ବର ୧୯୮୭ (ବୟସ ୩୬)
ଭଗଲାପୁର, ବିହାର, ଭାରତ[1]
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ
ପିତାମାତାଅଜିତ ଶର୍ମା (ବାପା)
Close

ପ୍ରାରମ୍ଭିକ ଜୀବନ

ନେହା ୨୧ ନଭେମ୍ବର ୧୯୮୭ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅଜିତ ଶର୍ମା ଜଣେ ବ୍ୟବସାୟୀ, ଯିଏକି ପରେ ରାଜନିତୀରେ ଯୋଗଦେଇଥିଲେ ଏବଂ ଜାତୀୟ କଂଗ୍ରେସଦ୍ୱାରା ନିର୍ବାଚିତ ଭାଗଲପୁରର ବିଧାୟକ ହୋଇଥିଲେ । ନେହା ତାଙ୍କ ବାପାଙ୍କ ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ ।[3][4] ନେହାଙ୍କର ତିନିଜଣ ଭାଇ ଭଉଣୀ ଅଛନ୍ତି । ସେ ଛୋଟବେଳେ ଆସ୍ତମା ରୋଗରେ ପିଡ଼ୀତ ଥିଲେ ।[5] ନେହା ଭାଗଲପୁରର ମାଉଣ୍ଟ କାର୍ମେଲ ସ୍କୁଲରେ ପଢ଼ିଥିଲେ ଏବଂ ଫ୍ୟାସନ ଡିଜାଇନିଂରେ ଯୋଗ ଦେଇଥିଲେ ।[6] ସେ ନ୍ୟାସନାଲ୍ ଇନିଷ୍ଟିଚିଉଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି, ଦିଲ୍ଲୀରୁ ଫ୍ୟାସନ ଡିଜିଇନିଂ ପଢ଼ିଥିଲେ ।[7]

ଅଭିନୟ ଜୀବନ

ନେହା ୨୦୦୭ ମସିହାରେ ତେଲୁଗୁ କଥାଚିତ୍ର ଚିରୁତା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ରାମଚରଣ ମଧ୍ୟ ପ୍ରଥମ କରି ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ୨୦୦୯ରେ ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର କୁରୁଡ଼ୁରେ ଅଭିନୟ କରିଥିଲେ ।

ସେ ୨୦୧୦ରେ ହିନ୍ଦୀ କଥାଚିତ୍ର ଜଗତରେ କ୍ରୁକ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କାଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୨ରେ ତେରି ମେରି କାହାଣୀ, କ୍ୟା ସୁପର୍ କୁଲ୍ ହୈ ହମ୍, ୨୦୧୩ରେ ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ, ୨୦୧୩: ୟମଲା ପାଗଲା ଦିୱାନା ୨, ୨୦୧୪ରେ ୟଙ୍ଗିସ୍ତାନ, ୨୦୧୬ରେ କ୍ରିତୀ, ୨୦୧୬: ଜୁଜାଙ୍ଗ୍, ୨୦୧୬: ତୁମ୍ ବିନ୍ ୨ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

ନେହା ରୋଷେଇ କରିବାକୁ, ବ‌ହି ପଢ଼ିବାକୁ ଏବଂ ନୃତ୍ୟ କରିବାକୁ ପସନ୍ଦ କରନ୍ତି ।[8] ସେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକରେ ପ୍ରଶିକ୍ଷଣ ନେଇଛନ୍ତି । ଏତଦ ବ୍ୟତୀତ ସେ ପାଇନ୍ଆପଲ୍ ଷ୍ଟୁଡ଼ିଓ, ଲଣ୍ଡନରୁ ହିପ୍ ହପ୍, ଲାଟିନ୍ ନୃତ୍ୟ ସାଲ୍‌ସା, ମେରେଙ୍ଗେ, ଜିଭ୍ ଏବଂ ଜାଜ୍ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[5][9]

ଅଭିନୀତ କଥାଚିତ୍ର

  • ୨୦୦୭: ଚିରୁତା (ତେଲୁଗୁ)
  • ୨୦୦୯: କୁରାଡ଼ୁ (ତେଲୁଗୁ)
  • ୨୦୧୦: କ୍ରୁକ୍ (ହିନ୍ଦୀ)
  • ୨୦୧୨: ତେରି ମେରି କାହାଣୀ (ହିନ୍ଦୀ)
  • ୨୦୧୨: କ୍ୟା ସୁପର୍ କୁଲ୍ ହୈ ହମ୍ (ହିନ୍ଦୀ)
  • ୨୦୧୩: ଜୟନ୍ତ ଭାଇ କି ଲଭ୍ ଷ୍ଟୋରୀ (ହିନ୍ଦୀ)
  • ୨୦୧୩: ୟମଲା ପାଗଲା ଦିୱାନା ୨ (ହିନ୍ଦୀ)
  • ୨୦୧୪: ୟଙ୍ଗିସ୍ତାନ (ହିନ୍ଦୀ)
  • ୨୦୧୬: କ୍ରିତୀ (ହିନ୍ଦୀ)
  • ୨୦୧୬: ଜୁଜାଙ୍ଗ୍ (ହିନ୍ଦୀ)
  • ୨୦୧୬: ତୁମ୍ ବିନ୍ ୨ (ହିନ୍ଦୀ)
  • ୨୦୧୭: ମୁବାରକନ୍ (ହିନ୍ଦୀ)

ଆଧାର

ଅଧିକ ତ‌ଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.