ନୂଆ ଯୁଗ
ଏକ ସାରଗ୍ରାହୀ ଧାର୍ମିକ ବା ଆଧ୍ୟାତ୍ମିକ ବିଶ୍ୱାସ ଧାରା ଯାହା ସନ ୧୯୭୦ରେ ପଶ୍ଚିମ ଦେଶମାନଙ୍କରେ ବିକଶିତ ହୋଇଥ / From Wikipedia, the free encyclopedia
ନୂଆ ଯୁଗ (ଇଂରାଜୀ ଭାଷାରେ New Age) ଏକ ସାରଗ୍ରାହୀ ଧାର୍ମିକ (religious) ବା ଆଧ୍ୟାତ୍ମିକ (spiritual) ବିଶ୍ୱାସ ଧାରାର ଅଧ୍ୟୟନ ଯାହା ସନ ୧୯୭୦ରେ ପଶ୍ଚିମ ଦେଶମାନଙ୍କରେ ବିକଶିତ ହୋଇଥିଲା । ଯଦିଓ ଏହାକୁ ଧାର୍ମିକ ବିଚାର କରାଯାଉଥିଲା, ଯେଉଁମାନେ ଏଥିରେ ସଂଯୁକ୍କ୍ତ ହେଉଥିଲେ, ସେମାନେ ଏହାକୁ ଆଧ୍ୟାତ୍ମିକ ବା ମନ, ଦେହ ଓ ଆତ୍ମା କହୁଥିଲେ ଓ ସେମାନେ ନିଜେ କ୍ୱଚିତ୍ ନୂଆ ଯୁଗ କହୁଥିଲେ । ଏହି ବିଷୟର ଅନେକ ବିଦ୍ୱାନମାନେ ଏହାକୁ ନୂଆ ଯୁଗ ଆନ୍ଦୋଳନ କହୁଥିଲେ ଓ ଅନ୍ୟମାନେ ଏହି ଶବ୍ଦ ବିଷୟ ନେଇ ଯୁକ୍ତି କରି ଏହାକୁ ମିଲିଉ (milieu or zeitgeist) ନାମ ଦେଲେ ଭଲ ହେବ ବୋଲି କହୁଥିଲେ ।
ଅଳ୍ପ ସଂଖ୍ୟକ ଲୋକଙ୍କର ଜ୍ଞାନ ଥାଇ ପଶ୍ଚିମ ଗୁପ୍ତ ପରମ୍ପରା ଉପରେ ନୂଆ ଯୁଗ ପ୍ରବେଶ କଲା । ବିଶେଷତଃ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ତାନ୍ତ୍ରିକ ପରମ୍ପରା ଉପରେ ଏହା ପ୍ରବେଶ କଲା । ଏହାର ସଠିକ ଉତ୍ସ ଦ୍ୱନ୍ଦ୍ୱାତ୍ମକ ରହିଛି କିନ୍ତୁ ସନ ୧୯୭୦ତର ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ଏହାର କେନ୍ଦ୍ର ଥିବା ବିଶ୍ୱାସ କରାଯାଏ । ଏହା ୧୯୮୦ ଓ ୧୯୯୦ ଦଶକରେ ବିସ୍ତାର ଲାଭ କଲା । ଏକ ବିଂଶ ଶତାବ୍ଦୀ ଆରମ୍ଭରେ ନୂଆ ଯୁଗ ଅଧିକ ମାତ୍ରାରେ ଅସ୍ୱୀକୃତ ହୋଇଗଲା । କେତେକ ବିଦ୍ୱାନ କହିଲେ, "ନୂଆ ଯୁଗ" ଘଟଣା ସରିଗଲା ।
ଅତ୍ୟଧିକ ଉଦାରପନ୍ଥି ଥିବା ସତ୍ତ୍ୱେ ଏହି ନୂଆ ଯୁଗ ଭିତରେ ଅନେକ ବିଶ୍ୱାସ ରହିଥିବା ଚିହ୍ନଟ ହେଲା । ନୂଆ ଯୁଗରେ ଧର୍ମ ଶାସ୍ତ୍ର ଅନୁସାରେ ଏକ ସମ୍ପୁର୍ଣ୍ଣ ଦିବ୍ୟତା ସାରା ପୃଥିବୀରେ ରହିଥିବା ବିଶ୍ୱାସ କରାଯାଏ ଓ ଏହା ମଧ୍ୟରେ ମାନବ ସତ୍ତା ମଧ୍ୟ ଅଛି । ତେଣୁ ସ୍ୱୟଂ ଉପରେ ଏକ ସଶକ୍ତ ମହତ୍ୱ ଦାବୀ କରାଯାଏ । ଏହା ସହିତ ବିଭିନ୍ନ ଅର୍ଦ୍ଧ ସ୍ୱର୍ଗୀୟ ଅଣ-ମାନବ ସତ୍ତା ରହିଥିବା ବିଶ୍ୱାସ ରହିଛି ଯେପରିକି ପରୀ ଓ ପୂରାତନ ଜ୍ଞାନର ଶିକ୍ଷକ ଯାହା ସହିତ କୌଣସି ମାଧ୍ୟମ ସାହାଯ୍ୟରେ ମାନବ ମତ ବିନିମୟ କରିପାରେ । ମାନବ ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଅନେକ ପୃଥକ ଓ ସ୍ୱତନ୍ତ୍ର ଯୁଗ ଅଛି । ଏକ ସମୟରେ ମାନବ ଏକ ବିରାଟ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଉନ୍ନତିର ସୋପାନ ଚଢ଼ିବା ସଙ୍ଗେ ସଙ୍ଗେ ଆଧ୍ୟତ୍ମିକ ଜ୍ଞାନ ଲାଭ କରିବା ପରେ ଏକ ପତନ ଦିଗରେ ଗତି କରୁଛି ।