From Wikipedia, the free encyclopedia
ନିପା ଭାଇରସ ସଂକ୍ରମଣ (NiV) ନିପା ଭାଇରସ ଯୋଗୁ ହେଉଥିବା ଏକ ଭାଇରାଲ ସଂକ୍ରମଣ ।[5] ଏହାର ଲକ୍ଷଣ କୌଣସି ଲକ୍ଷଣ ନ ଥିବାଠାରୁ ଜ୍ୱର, କାଶ, ମୁଣ୍ଡ ବିନ୍ଧା, ଅଣନିଶ୍ୱାସୀ ହେବା, ଓ ଦ୍ୱନ୍ଦ ହୋଇପାରେ ।[1][5] ଏହା ବେଶୀ ହେଲେ ଦିନେ ବା ଦୁଇ ଦିନରେ କୋମାରେ ପରିବର୍ତ୍ତିତ ମଧ୍ୟ ହୋଇପାରେ ।[1] ରୋଗରୁ ମୁକୁଳିବା ସମୟରେ ମସ୍ତିଷ୍କ ପ୍ରଦାହ ଓ ଅପସ୍ମାର ଗ୍ରହଣ ଭଳି ଜଟିଳତା ପରିଲକ୍ଷିତ ହୋଇପାରେ ।[5]
ନିପା ଭାଇରସ ସଂକ୍ରମଣ | |
---|---|
ଲକ୍ଷଣ | କିଛି ନଥାଇପାରେ, ଜ୍ୱର, କାଶ, ମୁଣ୍ଡବିନ୍ଧା, ଦ୍ୱନ୍ଦ[1] |
ଆକ୍ରାନ୍ତ ସମୟ | ସଂକ୍ରମଣର ୫ରୁ ୧୪ ଦିନ[1] |
କାରଣ | ନିପା ଭାଇରସ (ସିଧାସଳଖ ସମ୍ବନ୍ଧରୁ ବ୍ୟାପିବା)[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ପରୀକ୍ଷାଗାରରେ ପରୀକ୍ଷଣଦ୍ୱାରା ସ୍ଥିର[3] |
ପ୍ରତିକାର | ବାଦୁଡ଼ିଙ୍କ ସଂସ୍ପର୍ଶରେ ନ ଆସିବା, ଘୁଷୁରୀଙ୍କୁ ନ ଛୁଇଁବା, ତାଳସଜ ରସ ସିଧା ନ ପିଇବା[4] |
ଚିକିତ୍ସା | ସହଯୋଗୀ ସେବା[5] |
ପୁନଃପୌନିକ | ୭୦ ମଣିଷ କେସ (୨୦୦୧ରୁ ୨୦୧୮ ଯାଏ)[6] |
ମୃତ୍ୟୁ ସାନ୍ଦ୍ରତା | ~୫୦ରୁ ୭୫% ମୃତ୍ୟୁ ଆଶଙ୍କା[7][6] |
ନିପା ଭାଇରସ ହେପାନିପାଭାଇରସ ପ୍ରଜାତିର ଏକ ପ୍ରକାରର ଆର.ଏନ.ଏ. ଭାଇରସ ।[5] ଏହା ମଣିଷଠାରୁ ମଣିଷକୁ ଓ ଅନ୍ୟ ଜନ୍ତୁମାନଙ୍କଠାରୁ ମଣିଷକୁ ବ୍ୟାପିପାରେ ।[5] ଏହା ଏକ ସଂକ୍ରମିତ ଉତ୍ସ ସହ ସମ୍ପର୍ଶରେ ଆସିଲେ ବ୍ୟାପିଥାଏ ।[2] ଏହି ଭାଇରସ ସାଧାରଣତଃ ବିଭିନ୍ନ ଫଳ ବାଦୁଡ଼ିଦ୍ୱାରା ବ୍ୟାପିଥାଏ ।[5] ଲକ୍ଷଣ ଦେଖି ଓ ପରୀକ୍ଷାଗାରରେ ପରୀକ୍ଷାକରି ରୋଗ ନିରୂପଣ କରାଯାଏ । [3]
ରୋଗୀର ସାହାଯ୍ୟକାରୀ ଯତ୍ନ (supportive care) ନିଆଯାଏ ।[5] ସନ ୨୦୧୮ ସୁଦ୍ଧା ଏହି ଭୂତାଣୁ ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ବା କୌଣସି ଟିକା ଉଦ୍ଭାବନ ହୋଇନାହିଁ ।[5] ପ୍ରତିଷେଧ ନିମନ୍ତେ ବାଦୁଡ଼ି ତଥା ରୋଗା ଘୁଷୁରୀଠାରୁ ଦୂରରେ ରହିବା, ରୋଗୀ ସଂସ୍ପର୍ଶରୁ ଦୂରରେ ରହିବା ଓ କଞ୍ଚା ଖଜୁରୀ ରସ (date palm sap) ନପିଇବାକୁ ପରାମର୍ଶ ଦିଆଯାଏ ।[4] ସନ ୨୦୧୩ରେ ୫୮୨ ଜଣ ଏହି ରୋଗାକ୍ରାନ୍ତ ହୋଇଥିଲେ ଓ ପ୍ରାୟ ୫୦ରୁ ୭୫% ମୃତ୍ୟୁ ବରଣ କରିଥିଲେ ।[7][6] ସନ ୨୦୧୮ରେ ଭାରତର କେରଳ ପ୍ରଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । [8][9] [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.