From Wikipedia, the free encyclopedia
ନିଦ୍ରା ଶ୍ୱାସରୋଧ (ଇଂରାଜୀ ଭାଷାରେ Sleep apnea) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଶୟନ ସମୟରେ ସାମୟିକ ଶ୍ୱାସରୋଧ (pauses in breathing) ହୁଏ ବା ଅଗଭୀର ଶ୍ୱାସକ୍ରିୟା (shallow breathing) ଚାଲୁରହେ ।[1] କିଛି ସେକେଣ୍ଡ ନିମନ୍ତେ ବା କେତେକ ମିନିଟ ନିମନ୍ତେ ନିଦ୍ରା ଶ୍ୱାସରୋଧ ହୁଏ ବା ରାତ୍ରୀରେ ଅନେକ ଥର ଏହା ହୁଏ ।[1] ସର୍ବାଧିକ ସାଧାରଣ ସ୍ୱରୂପରେ ଉଚ୍ଚ ଧ୍ୱନୀର ଘୁଙ୍ଗୁଡ଼ି ପରେ ହୁଏ ।[2] ପୁନଃ ଶ୍ୱାସକ୍ରିୟା ଆରମ୍ଭ ହେଲେ ଅଣନିଶ୍ୱାସୀ ଲାଗେ । ନିଦ୍ରାଭିଭୂତ ବା ଥକ୍କିଯାଇଥିବା ଲୋକଙ୍କର ଏହା ହେବା ଯୋଗୁ ନିଦ୍ରାରେ ବ୍ୟାଘାତ ହୁଏ ।[1]ଏହା ସ୍କୁଲରେ ପିଲାମାନଙ୍କର ସମସ୍ୟା ସୃଷ୍ଟି କରେ ବା ଅତିସକ୍ରିୟତା (hyperactivity) କରାଏ ।[2]
ତିନି ପ୍ରକାର ନିଦ୍ରା ଶ୍ୱାସରୋଧ ହୋଇପାରେ: ଅବରୋଧୀ ନିଦ୍ରା ଶ୍ୱାସରୋଧ (obstructive ବା ଓଏସଏ/OSA)), କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ (central ବା ସିଏସଏ/CSA)) ଓ ମିଶ୍ରିତ ନିଦ୍ରା ଶ୍ୱାସରୋଧ । ସବୁଠାରୁ ସାଧାରଣ ଆକାର ଓଏସଏ ଥାଏ । [1] ଓଜନାଧିକ୍ୟ (overweight), ପାରିବାରିକ ରୋଗ ଇତିହାସ, ଆଲର୍ଜି ଓ ବର୍ଦ୍ଧିତ ଟନସିଲ ଇତ୍ୟାଦି ଏହି ବେମାରୀର ସଙ୍କଟ ଉତ୍ପନ୍ନ କରନ୍ତି ।[3] ବାୟୁ ପ୍ରବାହ ବନ୍ଦ ଯୋଗୁ ଓଏସଏ, ଶ୍ୱାସକ୍ରିୟା ପ୍ରଚେଷ୍ଟା ଅଭାବ ଯୋଗୁ ସିଏସଏ ହୁଏ । ଏହି ରୋଗ ଥିବା କଥା ଏହି ରୋଗୀମାନେ ଅବଗତ ନ ଥାଆନ୍ତି । ପରିବାରର ଲୋକ ଏହା ଜଣେଇ ଦିଅନ୍ତି ।[1] ସାରା ରାତିର ପଲିସୋମ୍ନୋଗ୍ରାଫି (sleep study) ପରୀକ୍ଷାରୁ ଏହି ରୋଗ ନିର୍ଣ୍ଣୟ କରାଯାଏ ।[4] ଏକ ଘଣ୍ଟାରେ ୫ଥର ଏଭଳି ନିଦ୍ରା ବ୍ୟାଘାତ ହେଲେ ନିଦ୍ରା ଶ୍ୱାସରୋଧ ରୋଗ ନିର୍ଣ୍ଣୟ କରାଯାଏ ।[5]
ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଶ୍ୱାସକ୍ରୀୟା ଯନ୍ତ୍ର, ମାଉଥପିସ ଓ ଅପରେଶନ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[1] ମଦ୍ୟ ତ୍ୟାଗ, ଓଜନ ହ୍ରାସ, ଧୂମ୍ରପାନ ବନ୍ଦ ଓ ଦେହର ପାର୍ଶ୍ୱଦେଶରେ ଶୟନ କରି ଏହି ବେମାରୀକୁ ନିୟନ୍ତ୍ରଣ କରାଯାଇପାରେ । ସିପାପ ମେସିନ CPAP machine ବ୍ୟବହାର କରି ଶ୍ୱାସକ୍ରିୟା ସମ୍ପାଦନ କରାଯାଏ ।[6] ଅଣଚିକିତ୍ସିତ ଲୋକଙ୍କର ହୃଦ୍ଘାତ, ସ୍ଟ୍ରୋକ, ମଧୁମେହ, ହୃଦ୍ପାତ, ଅନିୟମିତ ହୃତ୍ସ୍ପନ୍ଦନ (irregular heartbeat), ମୋଟାପଣ ଓ ଗାଡ଼ି ଧକ୍କା (motor vehicle collisions) ଇତ୍ୟାଦି ସଙ୍କଟ ରହେ ।[1]
ସିଏସଏ ରୋଗ ୧-୬% ବଡ଼ ମଣିଷଙ୍କୁ ଓ ୨% ପିଲାଙ୍କୁ ଆକ୍ରମଣ କରେ ।[7][8] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଦୁଇ ଗୁଣ ରୋଗ ହୁଏ ।[7] ଯେ କୌଣସି ବୟସରେ ଏ ରୋଗ ହୋଇପାରିଲେ ମଧ୍ୟ ସାଧାରଣତଃ ୫୫ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ ।[1][7] କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ବେମାରୀ ୧%ରୁ କମ୍ ଲୋକଙ୍କୁ ହୁଏ ।[9] ଏକ ଜର୍ମାନୀ କଳ୍ପିତ କାହାଣୀରେ (myth) ଓଣ୍ଡାଇନର (Ondine's curse) ଅଭିଶାପ ଫଳରେ ନିଦ୍ରା ସମୟରେ ଜଣେ ଶ୍ୱାସକ୍ରିୟା ଭୁଲିଯାଏ ଓ ତାହା କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ଦର୍ଶାଉଛି ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.