ଏହା ଏହା ଜୀବାଣୁ ଜନିତ ଚର୍ମ ସଂକ୍ରମଣର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ । From Wikipedia, the free encyclopedia
ନିଓମାଇସିନ ଏକ ଆଣ୍ଟିବାୟିଟିକ ଅଟେ ।[1] ଏହା ଜୀବାଣୁ ଜନିତ ଚର୍ମ ସଂକ୍ରମଣର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ ।[1] ଅସ୍ତ୍ରୋପଚାର ପୂର୍ବରୁ ଅନ୍ତନଳୀକୁ ଜୀବାଣୁଶୁନ୍ୟ କରିବା ପାଇଁ ଏବଂ ହେପାଟିକ୍ ଏନସେଫାଲୋପାଥି ଚିକିତ୍ସା କରିବା ପାଇଁ ଏହା ପାଟିରେ ଦିଆଯାଏ ।[2][3] ଆଖି ଟୋପା ଭାବରେ ଏହା ନେତ୍ରାବରଣ ପ୍ରଦାହ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏବଂ କାନ ଟୋପା ଭାବରେ ଏହା ବହିଃ କର୍ଣ୍ଣ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [4]
Clinical data | |
---|---|
Trade names | Neo-rx, others |
Synonyms | Neomycin sulfate |
AHFS/Drugs.com | Systemic: monograph Topical: monograph Eye and ear: monograph |
MedlinePlus | a682274 |
Pregnancy category |
|
Routes of administration | Topical, by mouth |
Legal status | |
Legal status |
|
Pharmacokinetic data | |
Bioavailability | None |
Protein binding | N/A |
Metabolism | N/A |
Elimination half-life | 2 to 3 hours |
Identifiers | |
IUPAC name
| |
ECHA InfoCard | 100.014.333 |
Chemical and physical data | |
Formula | C23H46N6O13 |
Molar mass | ୬୧୪.୬୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଚର୍ମରେ ପ୍ରୟୋଗ କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ୍ ହୋଇପାରେ ।[1] ପାଟିରେ ଦିଆଯାଉଥିଲେ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ସମସ୍ୟା, ସନ୍ତୁଳନ ସମସ୍ୟା, ବୃକ୍କ ସମସ୍ୟା ଏବଂ ବାତ ହୋଇପାରେ ।[3] ଗର୍ଭାବସ୍ଥାରେ ଏହାକୁ ଚର୍ମରେ ଲଗାଇଲେ ସୁରକ୍ଷିତ କି ନୁହେଁ ତାହା ଅସ୍ପଷ୍ଟ ଥିବାବେଳେ ଏହାକୁ ପାଟିରେ ଗ୍ରହଣ କଲେ ଶିଶୁର କ୍ଷତି କରିପାରେ ।[1][3] ଏହା ଆମିନୋଗ୍ଲାଇକୋସାଇଡ୍ ଶ୍ରେଣୀର ଏକ ଔଷଧ ଅଟେ ।[1]
ନିଓମାଇସିନ ୧୯୪୯ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ୧୯୫୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[5] [6] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[2] କ୍ରିମ୍ ଆକାରରେ ଏହାର ପଲିମିକ୍ସିନ୍ ବି, ବାସିଟ୍ରାସିନ୍, କିମ୍ବା ହାଇଡ୍ରୋକର୍ଟିଜୋନ ମିଶ୍ରଣ କାଉଣ୍ଟର ଉପରେ ଉପଲବ୍ଧ ଅଟେ ।[1] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୬ ଡଲାର ଥିଲା ।[7] ଯୁକ୍ତରାଜ୍ୟରେ ବାହ୍ୟ ପ୍ରୟୋଗ ସାମଗ୍ରୀ ସାଧାରଣତଃ ଶସ୍ତା ଅଟେ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.