![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/12/Singapore_Botanic_Gardens_Cactus_Garden_2.jpg/640px-Singapore_Botanic_Gardens_Cactus_Garden_2.jpg&w=640&q=50)
ନାଗଫେଣୀ ଗଛ
From Wikipedia, the free encyclopedia
ନାଗଫେଣୀ (cactus) ସପୁଷ୍ପକ ପରିବାର ଏକ ଜୀବ-ବୈଜ୍ଞାନିକ ଫୁଲ ଅଟେ , ଯାହା ନିଜର ମୋଟା, ଫୁଲିଥିବା ଶରୀରରେ ପାଣି ଭରିକରି ଶୁଷ୍କ ବା ମରୁଭୂମି (ବାଲି ଯୁକ୍ତ ସହର) ପରିସ୍ଥିତିରେ ଜୀବିତ ରହିବା ଏବଂ ନିଜ କଣ୍ଟାରେ ସମ୍ପୂର୍ଣ୍ଣ ଭାବେ ଭରିହୋଇଥିବା ରୂପ ପାଇଁ ଜଣାଯାଏ । ଏହାର ପାଖାପାଖି ୧୨୭ ଜୀବ-ବୈଜ୍ଞାନିକ ବଂଶରେ ଏବଂ ୧୭୫୦ ଜୀବ-ବୈଜ୍ଞାନିକ ଜାତି ସଂଗଠିତ ହୋଇଛନ୍ତି ଏବଂ ସେଗୁଡ଼ିକ ନବଜଗତ (ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା)ର ମୂଳ ନିବାସୀ ଅଟନ୍ତି । ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଜାତି ହିଁ ପୂର୍ବଜଗତରେସ୍ଥିତ ଆଫ୍ରିକା ଓ ଶ୍ରୀଲଙ୍କାରେ ବିନା ମାନବୀୟ ହସ୍ତକ୍ଷେପଦ୍ୱାରା ପହଞ୍ଚିଥିଲେ [1] ଏବଂ ଜଣାଯାଏ ଯେ, ଏହାକୁ ପକ୍ଷୀମାନଙ୍କଦ୍ୱାରା ପ୍ରସାରିତ କରାଯାଇଥିଲା । ସମସ୍ତ ନାଗଫେଣୀ ପ୍ରାୟତଃ ମାଂସାଳ (ମୋଟା ଯୁକ୍ତ) ଗଛ ହୋଇଥାନ୍ତି , ଯିଏ ନିଜ ଶରୀରରେ ପାଣି ବଞ୍ଚାଇ ରଖିଥାଏ । ଏହାର ପତ୍ର ମଧ୍ୟ ବିଶେଷ ରୂପେ କଣ୍ଟାର ସ୍ୱରୂପ ଧାରଣ କରିଥାଏ । [2] ଏହି ଗଛ ସାଧାରଣତଃ ଗରମ, ଶୁଷ୍କ ଜଳବାୟୁ ଅନୁକୂଳରେ ଦେଖାଯାଇଥାଏ ।
ନାଗଫେଣୀର ୧,୫୦୦ରୁ ୧,୮୦୦ ପ୍ରଜାତି ଅଧିକାଂଶ "Core Cacti"ର ଦୁଇ ସମୂହ ମଧ୍ୟରୁ ଗୋଟିଏରେ ଆସିଥାନ୍ତି , ଯଥା: Opuntias (ଉପ ପରିବାର Opuntioideae) ଏବଂ Cactoids (ଉପ ପରିବାର Cactoideae) । ଏହି ଦୁଇ ସମୂହରୁ ଅଧିକାଂଶ ସଦସ୍ୟ ମଧ୍ୟରୁ ନାଗଫେଣୀକୁ ଅତି ସହଜରେ ଚିହ୍ନିବା ଯୋଗ୍ୟ ହୋଇଥାଏ ।
ଥିୟୋଫ୍ରାଷ୍ଟସ(Theophrastus) "କ୍ୟାକ୍ଟସ" (ନାଗଫେଣୀର ଇଂରାଜୀ ନାମ) ଶବ୍ଦର ବ୍ୟବହାର କରୁଥିବା ପ୍ରଥମ ବ୍ୟକ୍ତି ଥିଲେ । ଏହା ପ୍ରାଚୀନ ଗ୍ରୀକରୁ ଆସିଛି ପ୍ରାଚୀନ ଗ୍ରୀକ: κάκτος kaktos । ଥିୟୋଫ୍ରାଷ୍ଟସ ଏହାର ବ୍ୟବହାର ଏକ ମେରୁଦଣ୍ଡ ଯୁକ୍ତ ଗଛ ପାଇଁ କରିଥିଲେ , ଯାହାର ପରିଚୟ ନିଶ୍ଚିତ ରୂପେ ଜ୍ଞାତ ନାହିଁ ।[3] ନାଗଫେଣୀ ଗଛ ଶୁଖିଲା, ଗରମ ଜଳବାୟୁରେ ଏକ ମହତ୍ତ୍ୱପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳାର ଅଂଶ ଅଟେ । ଏବେ ଏହା ଦୁନିଆର ବିଭିନ୍ନ ଅଂଶରେ ବ୍ୟାପିଯାଇଛି , ଏବଂ ବହୁତ ଲୋକ ସେହି ଗଛ ଗୁଡିକୁ ମାଟି ପାତ୍ର କିମ୍ବା ବଗିଚାରେ ଲାଗେଇବାକୁ ପସନ୍ଦ କରିଥାନ୍ତି ।
ବିଂଶ ଶତାବ୍ଦୀର ଆରମ୍ଭରୁ ନାଗଫେଣୀରେ ରୁଚି ବଢିଛି । ପ୍ରତ୍ୟେକ ବର୍ଷ ବୈଜ୍ଞାନିକମାନେ ନୂତନ ପ୍ରକାର ନାଗଫେଣୀର ଅନୁସନ୍ଧାନ କରିଥାନ୍ତି । ଏହାର ଖରାପ ପ୍ରଭାବ ହେଉଛି, ନାଗଫେଣୀକୁ ଖୋଜିବା ପାଇଁ ଜଙ୍ଗଲର ବିଭିନ୍ନ ଜାଗାକୁ ଖୋଳିଥାନ୍ତି , ଯାହାଦ୍ୱାରା କିଛି ପ୍ରକାର ସଙ୍କଟ ଅନୁଭବ ହୋଇଥାଏ ।