![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/30/Nitrofurantoin_3D_spacefill.png/640px-Nitrofurantoin_3D_spacefill.png&w=640&q=50)
ନାଇଟ୍ରୋଫୁରାଣ୍ଟଏନ
From Wikipedia, the free encyclopedia
ନାଇଟ୍ରୋଫୁରାଣ୍ଟଏନ, (ଯାହାର ଏକ ବ୍ୟବସାୟୀକ ନାମ ମାକ୍ରୋବିଡ) ଏକ ଆଣ୍ଟିବାୟୋଟିକ ଯାହା ମୂତ୍ରାଶୟ ସଂକ୍ରମଣରେ ବ୍ୟବହାର କରାଯାଏ । [1] ଏହା ବୃକ୍କ ସଂକ୍ରମଣରେ କାମ କରେନି । ପାଟିରେ ଏହା ଖାଇବାକୁ ଦିଆଯାଏ । [1]
![]() | |
![]() | |
Clinical data | |
---|---|
Trade names | Macrobid, Macrodantin and others |
AHFS/Drugs.com | monograph |
MedlinePlus | a682291 |
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 40% |
Metabolism | liver (75%) |
Elimination half-life | 20 minutes |
Excretion | urine and bile |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.587 ![]() |
Chemical and physical data | |
Formula | C8H6N4O5 |
Molar mass | 238.16 |
3D model (JSmol) | |
Melting point | 270 to 272 °C (518 to 522 °F) (decomp.) |
SMILES
| |
InChI
| |
![]() ![]() |
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ଅରୁଚି, ତରଳ ଝାଡ଼ା ଓ ମୁଣ୍ଡବଥା ଅଧିକ ଦେଖାଯାଏ । କାଲୁଆ ଲାଗିବା, ଫୁସ୍ଫୁସ୍ ସମସ୍ୟା ଓ ଯକୃତ ସମସ୍ୟା ଇତ୍ୟାଦି କ୍ୱଚିତ ଦେଖାଯାଏ । ବୃକ୍କ ରୋଗ ଥିବା ଲୋକକୁ ଏହା ଦେବା ଉଚିତ ନୁହେଁ ।[1] ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେ ମଧ୍ୟ ପ୍ରସବ ସମୟ ପାଖେଇ ଆସିଲେ ଦିଆଯାଏ ନାହିଁ । [1][2] ଏହା ଜୀବାଣୁର ମୃତ୍ୟୁ ନ କରି ତାହାର ବୃଦ୍ଧି କମେଇ ଦିଏ । [1]
ନାଇଟ୍ରୋଫୁରାଣ୍ଟଏନ ସନ ୧୯୩୫ରେ ପ୍ରଥମେ ବିକ୍ରୟ ହେଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [1] ଗୋଟିଏ ଡୋଜ ପିଛା ଏହାର ହୋଲସେଲ ମୂଲ୍ୟ ପ୍ରାୟ 0.00୫ରୁ 0.୪୬ ଆମେରିକୀୟ ଡଲାର । [5] ଆମେରିକାରେ ଏହାର ଦଶ ଦିନ ବ୍ୟବହାରର ଖର୍ଚ୍ଚ ୬୦ ଆମେରିକୀୟ ଡଲାର । [1]