![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0a/Nambi_Narayanan.jpg/640px-Nambi_Narayanan.jpg&w=640&q=50)
ନମ୍ବି ନାରାୟଣନ୍
ଭାରତୀୟ ବୈଜ୍ଞାନିକ / From Wikipedia, the free encyclopedia
ନମ୍ବି ନାରାୟଣନ୍ (ଜନ୍ମ: ୧୨ ଡିସେମ୍ବର ୧୯୪୧)[2] ଜଣେ ଭାରତୀୟ ଏରୋସ୍ପେସ୍ ବୈଜ୍ଞାନିକ ଯିଏ କି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପାଇଁ କାର୍ଯ୍ୟ କରିଥିଲେ ଏବଂ ବିକାଶ ରକେଟ ଇଞ୍ଜିନ ବିକଶିତ କରି ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଭାରତ ପ୍ରକ୍ଷେପଣ କରିଥିବା ପ୍ରଥମ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍ଭି)ରେ ବ୍ୟବହୃତ ବିକାଶ ଇଞ୍ଜିନ୍ ପାଇଁ ଫ୍ରାନ୍ସଠାରୁ ବୈଷୟିକ ଜ୍ଞାନ ହାସଲ କରିଥିବା ଦଳର ସେ ନେତୃତ୍ୱ ନେଇଥିଲେ।[3] ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଭାବରେ ସେ କ୍ରାୟୋଜେନିକ୍ସ ବିଭାଗର ଦାୟିତ୍ୱରେ ଥିଲେ ।[4] ମାର୍ଚ୍ଚ ୨୦୧୯ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।[5]
ଏସ. ନମ୍ବି ନାରାୟଣନ୍ | |
---|---|
![]() ୨୦୧୭ରେ ନାରାୟଣନ୍ | |
ଜନ୍ମ | (1941-12-12) ୧୨ ଡିସେମ୍ବର ୧୯୪୧ (ବୟସ ୮୨) |
ଶିକ୍ଷାନୁଷ୍ଠାନ |
|
ବୃତ୍ତି | ଏରୋସ୍ପେସ୍ ଇଞ୍ଜିନିୟର |
ବୈବାହିକ-ସାଥୀ | ମୀନା ନାରାୟଣନ |
ସନ୍ତାନ | ୨ |
ସମ୍ପର୍କୀୟ | ସୁବ୍ବିୟା ଅରୁଣନ (ଜ୍ୱାଇଁ) |
ପୁରସ୍କାର | ପଦ୍ମଭୂଷଣ (୨୦୧୯) |
୧୯୯୪ ମସିହାରେ କେରଳ ପୁଲିସ ହେପାଜତରେ ଥିବା ବେଳେ ଗୁପ୍ତଚରତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।[6] ଅପ୍ରେଲ ୧୯୯୬ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ କରିଥିଲା।[7] ଫଳରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଥିଲେ ଏବଂ ବୈଷୟିକ କାରଣ ଦର୍ଶାଇ କେରଳ ସରକାରଙ୍କୁ ଏହାର ତଦନ୍ତ ଜାରି ରଖିବାକୁ ବାରଣ କରିଥିଲେ ।[8] ୨୦୧୮ମସିହାରେ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍ କୋର୍ଟର ଖଣ୍ଡପୀଠ ନାରାୟଣନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ (୨୦୨୩ରେ ୬୭ ଲକ୍ଷ ଟଙ୍କା ବା ୮୩,୦୦୦ ଆମେରିକୀୟ ଡଲାର) ପ୍ରଦାନ କରିଥିଲେ । ଏହାବ୍ୟତୀତ କେରଳ ସରକାର ତାଙ୍କୁ ୨୦୧୯ରେ ୧.୩ କୋଟି ଟଙ୍କା (୨୦୨୩ରେ ୧.୭ କୋଟି ଟଙ୍କା ବା ୨,୨୦,୦୦୦ ଆମେରିକୀୟ ଡଲାର) କ୍ଷତିପୂରଣ ପ୍ରଦାନ କରିଥିଲେ।[9][10] ଆର୍. ମାଧବନ୍ଙ୍କ ଅଭିନୀତ ଏବଂ ନିର୍ଦ୍ଦେଶିତ ତାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର, ରକେଟ୍ରୀ: ଦଇ ନମ୍ବି ଇଫେକ୍ଟ ଜୁଲାଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।