ଥାଇରଏଡ
From Wikipedia, the free encyclopedia
ଥାଇରଏଡ ବା ଥାଇରଏଡ ଗ୍ରନ୍ଥି ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ (lobes) ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ (Adam's apple) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି୪ ଓ ଟ୍ରାଇଆୟୋଡୋଥାଇରୋନିନ/ଟି୩ (thyroxine/T4 and triiodothyronine/T3) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୂଖ୍ୟତଃ ଦେହର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ ନିୟନ୍ତ୍ରଣ କରିବା ସହିତ ଶରୀରବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୂଖ୍ୟ ଭୂମିକା ଥାଏ ।
ଥାଇରଏଡ Thyroid | |
---|---|
The human thyroid as viewed from the front, with arteries visible | |
The thyroid is located in the neck, below the Adam's apple. | |
ଲାଟିନ ଭାଷାରେ | Glandula thyreoidea |
ବିଭାଗ | Endocrine system |
ଧମନୀ | Superior, Inferior thyroid arteries |
ଶିରା | Superior, middle, Inferior thyroid veins |
Precursor | Thyroid diverticulum (an extension of endoderm into 2nd pharyngeal arch) |
ଥାଇରଏଡରୁ ନିର୍ଗତ ହେଉଥିବା ହରମୋନ, ଆଣ୍ଟିରିଅର ପିଟୁଇଟାରିରୁ ନିର୍ଗତ ହେଉଥିବା ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ଯାହା ହାଇପୋଥାଲାମସରୁ (hypothalamus) ନିର୍ଗତ ଥାଇରୋଟ୍ରୋପିନ-ରିଲିଜିଙ୍ଗ ହରମୋନ (ଟିଆରଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ।[1] ଥାଇରଏଡ ଗ୍ରନ୍ଥି ଅନେକ ପ୍ରକାର ଥାଇରଏଡ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଗ୍ରେଭସ ଡିଜିଜରେ ଏହି ଗ୍ରନ୍ଥିରୁ ଅତ୍ୟଧିକ ପରିମାଣର ଥାଇରଏଡ ହରମୋନ ନିର୍ଗତ ହେବା ଫଳରେ ହାଇପରଥାଇରଏଡିଜ୍ମ ରୋଗ ହୁଏ । ଅନ୍ୟ ପକ୍ଷରେ ସ୍ୱଳ୍ପ ପରିମାଣର ଥାଇରଏଡ ପରିମାଣ ଯୋଗୁ ହାଇପୋଥାଇରଏଡିଜ୍ମ ହୁଏ ଯାହା ପୃଥିବୀରେ ଆୟୋଡିନ ଅଭାବ ଯୋଗୁ ହୁଏ । ଏଣୁ ଆୟୋଡିନ ଅଭାବ ଜନିତ ହାଇପୋଥାଇରଡିଜ୍ମ ଏକ ମାନସିକ ପଙ୍ଗୁତ୍ୱ (intellectual disability.[2]) ନିରୋଧକ ରୋଗ । ଆୟୋଡିନ ଅଭାବ ଥିବା ଇଲାକାରେ ହେଉଥିବା ହାସିମୋଟୋ (Hashimoto's thyroiditis) ମଧ୍ୟ ଏକ ଅଟୋଇମ୍ମ୍ୟୁନ ରୋଗ । ଅଧିକନ୍ତୁ ଥାଇରଏଡ କର୍କଟ ରୋଗ ଓ ଅନେକ ପ୍ରକାରର ଥାଇରଏଡ ନୋଡ୍ୟୁଲ (nodules) ଥିଲେ ଏହି ରୋଗ ହୋଇପାରେ ।