ତେନ୍ତୁଳି
ତେନ୍ତୁଳି ର ଉତ୍ପତ୍ତି ଆଫ୍ରିକାରେ ହୋଇଥିଲା। / From Wikipedia, the free encyclopedia
ତେନ୍ତୁଳି ବା କଇଁଆକୁ ଇଂରାଜୀରେ ‘ଟାମାରିଣ୍ଡ ଟ୍ରି’ ବା ‘ଇଣ୍ଡିଆନ୍ ଡେଟ୍’ କୁହାଯାଉଥିବା ବେଳେ ଏହାର ବୈଜ୍ଞାନିକ ନାମ ଟାମାଣ୍ଡସ୍ ଇଣ୍ଡିକା(ଲାଟିନ୍ ଶବ୍ଦ) ଓ ଏହା ସିଜାଲ୍ପିନିଆସି ବଂଶର ଅନ୍ତର୍ଭୁକ୍ତ । ସଂସ୍କୃତ ଶବ୍ଦ ଆମଳିକା ଅର୍ଥ ଖଟା ସ୍ୱାଦ ବିଶେଷ । ଏହାକୁ ହିନ୍ଦୀରେ ଇମଲି, ମରାଠିରେ ଅମଳି, ଚିଞ୍ଚି, ତେଲୁଗୁ ଭାଷାରେ ଚିନ୍ଥା, ହୁଲି ଓ ମାଲାୟାଲାମ୍ରେ ଅମଲାମ୍ କୁହାଯାଏ । ସଂସ୍କୃତରେ ଅମାଳିକା ବୋଲି କୁହାଯାଏ । କଇଁଆ ଗୋଟିଏ ସୁନ୍ଦର ସବୁଜ ବୃକ୍ଷ ଯାହାର ଶାଖା ଚାରିଆଡ଼କୁ ବିଛେଇ ହୋଇ ରହିଥାଏ । ଏହାର ଗଣ୍ଡି ମୋଟା ଓ ବାହାର ପଟ ପୂରାପୂରି ଖଦଖଦଡିଆ ଓ ମଝିରେ ମଝିରେ ଗଛର ବକଳରେ ଫାଟ ଥାଏ ଓ ରଙ୍ଗ କଳାଆଶିଆ ହୋଇଥାଏ । ପତ୍ରଗୁଡ଼ିକ ଛୋଟ ଓ ଅଣ୍ଡାକୃତି ଓ ଦଶ ବା ଅଧିକ ଯୋଡ଼ା ହିସାବରେ ପ୍ରାକ୍ଷ (ଆକ୍ସିସ୍)ରେ ରହିଥାଏ । ପ୍ରଥମ କଅଁଳିଆ ପତ୍ର ସବୁଜ ଥାଏ କିନ୍ତୁ ପାକଳ ହେଲା ପରେ ଧୂଳିଆ ଗାଢ଼ ସବୁଜ ରଙ୍ଗ ହୋଇଯାଏ । କଇଁଆ ଗଛର ଫୁଲ ଇଷତ୍ ହଳଦିଆ କିନ୍ତୁ ପାଖୁଡ଼ାମାନଙ୍କରେ ନାଲିରଙ୍ଗର ଶିରା ଥାଏ । ପ୍ରତ୍ୟେକ ଫୁଲରେ ପାଞ୍ଚଟି ପାଖୁଡ଼ା ଥାଏ । ଫୁଲଗୁଡ଼ିକ ଡେମ୍ଫ ଚାରିପଟେ ଗୁନ୍ଥିଲା ଭଳି ରହିଥାନ୍ତି । କଇଁଆ ଫଳ ବଙ୍କା ଓ ପାକଳ ହେଲେ ମାଟିଆ ରଙ୍ଗ ହୋଇଯାଏ । ଫଳର ଚୋପା ତଳେ ମାଂସାଳ ଅଂଶ ଥାଏ ଓ ତା’ଭିତରେ ବହୁତ କଠିନ, ଚିକ୍କଣ ଓ ଗାଢ଼ ନାଲିଆଶିଆ ମାଟିଆ ରଙ୍ଗର ମଞ୍ଜି ଥାଏ । ଫଳରୁ ଚୋପା ବାହାର କରି ଏହାକୁ ଖାଦ୍ୟରେ ବ୍ୟବହୃତ ହୁଏ । କଇଁଆର ଅନେକ ବ୍ୟାବହାରିକ ଗୁଣ ଅଛି ।
ତେନ୍ତୁଳି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Fabales |
କୁଳ: | Fabaceae |
ଉପକୁଳ: | Caesalpinioideae |
ଗୋଷ୍ଠୀ: | Detarieae |
ପ୍ରଜାତି: | Tamarindus L. |
ଜାତି: | T. indica |
ବାଇନୋମିଆଲ ନାମ | |
Tamarindus indica L. | |