ତାଳପତ୍ର ପୋଥି
From Wikipedia, the free encyclopedia
ତାଳପତ୍ର ପୋଥିଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ । ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ ଦକ୍ଷିଣ ଏସିଆ ଓ ଦକ୍ଷିଣପୂର୍ବ ଏସିଆରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।[1] ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।[2] ତାଳପତ୍ରରେ ଅଭିଲିଖନ ପ୍ରଥମେ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇ ପରେ ବାକି ଦେଶମାନଙ୍କରେ ଆରମ୍ଭ ହୋଇଥିଲା । ବୋରାସସ ଜାତିର (ପାଲମାଇରା ତାଳ) ଗଛର ପତ୍ର କିମ୍ବା ତାଳ (ଓଳ ପତ୍ର, କରିଫା ଅମ୍ବ୍ରାକୁଲିଫେରା ବା ତାଳିପଟ ତାଳ) ଶୁଖିଲା ପତ୍ରକୁ ଧୂଆଁରେ ରଖାଯାଇ.[2]
ନେପାଳରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି । ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।[3]