ତଜୌଂଗଡାଇନ୍ ଉତ୍ସବ
From Wikipedia, the free encyclopedia
ତଜୌଂଗଡାଇନ୍ ଉତ୍ସବ (ଇଂରାଜୀ ଭାଷାରେ Tazaungdaing Festival ଓ ବ୍ରହ୍ମଦେଶୀୟ ଭାଷାରେ တန်ဆောင်တိုင်ပွဲတော်) ବ୍ରହ୍ମଦେଶୀୟ ଚନ୍ଦ୍ର ପଞ୍ଜିକାର ଅଷ୍ଟମ ମାସ ତଜୌଂଗମୋନ ମାସର ପୂର୍ଣ୍ଣମୀ ଦିନ ପାଳିତ ହୁଏ । ଏହାକୁ ବ୍ରହ୍ମଦେଶରେ ଆଲୋକର ପର୍ବ କୁହନ୍ତି । ଏହି ପର୍ବ ବର୍ଷା ଋତୁର ସମାପ୍ତି ସୂଚୀତ କରେ ଓ ଏହିଦିନକୁ ଏକ ଜୀତୀୟ ଛୁଟି ରୂପେ ଘୋଷଣା କରାଯାଇଥାଏ ।[1][2] ଏହି ପର୍ବ ଦିନ କାଥିନା ଋତୁର ପରିସମାପ୍ତି ଘଟେ । କାଥିନା ଋତୁରେ ବୌଦ୍ଧ ସନ୍ୟାସୀମାନଙ୍କୁ ନୂତନ ବସ୍ତ୍ର ଓ ଉପହାର ଇତ୍ୟାଦି ପ୍ରଦାନ କରାଯାଇଥାଏ ।
Quick Facts ତଜୌଂଗଡାଇନ୍ ଉତ୍ସବ တန်ဆောင်တိုင်ပွဲတော်, ଅନ୍ୟ ନାମ ...
ତଜୌଂଗଡାଇନ୍ ଉତ୍ସବ တန်ဆောင်တိုင်ပွဲတော် | |
---|---|
ଅନ୍ୟ ନାମ | ଆଲୋକର ପର୍ବ |
ପାଳନକାରୀ | ବ୍ରହ୍ମଦେଶର ଲୋକଙ୍କଦ୍ୱାରା ପାଳିତ |
ପ୍ରକାର | ବୌଦ୍ଧ ଧାର୍ମିକ ପର୍ବ |
ତାରିଖ | ତଜୌଂଗମୋନ୍ର ପୂର୍ଣ୍ଣମୀ ଦିନ |
୨୦୨୪ ତାରିଖ | date missing (please add) |
ସମ୍ପର୍କିତ | ଲୋଏ କ୍ରଥୋଂଗ ଉତ୍ସବ (ଥାଇଲ୍ୟାଣ୍ଡ), ପୋୟା ଉତ୍ସବ (ଶ୍ରୀଲଙ୍କା), ବୋନ ଓମ୍ ତୌକ୍ ଉତ୍ସବ (କାମ୍ବୋଡ଼ିଆ) |
Close
ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ଉତ୍ଥାନ ସମୟରୁ ଏହି ପର୍ବ ପାଳନ କରାଯାଉଥିବାର ସମ୍ଭାବନା ରହିଛି । ହିନ୍ଦୁ ଧର୍ମରେ ପାଳିତ କାର୍ତ୍ତିକ ପୂର୍ଣ୍ଣିମା ପର୍ବରୁ ଏହାର ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[3]