ଏକ ଉଡ଼ନ୍ତା ଏଣ୍ଡୁଅ ପ୍ରଜାତି From Wikipedia, the free encyclopedia
ଡ୍ରେକୋ (ଇଂରାଜୀ ଭାଷାରେ Draco) ଏକ ଉଡ଼ନ୍ତା ଏଣ୍ଡୁଅ ପ୍ରଜାତି । ଏମାନଙ୍କୁ ଉଡ଼ନ୍ତା ଏଣ୍ଡୁଅ ବା ଉଡ଼ନ୍ତା ଡ୍ରାଗନ୍ ବୋଲି ମଧ୍ୟ କୁହାଯାଏ । ଏହି ଏଣ୍ଡୁଅମାନଙ୍କ ଦେହରେ ଅନେକ ପତଳା ପରଦା ରହିଥାଏ ଯାହା ଡେଣା ପରି ଖୋଲିପାରେ ଓ ଏହା ସହାୟତାରେ ଏମାନେ ଅଳ୍ପ ଦୂର ଉଡ଼ିଯାଇ ପାରନ୍ତି । ଏହି ଏଣ୍ଡୁଅ ଅଧିକାଂଶରେ ଗଛ ଉପରେ ବିଚରଣ କରେ ଏବଂ ବିଭିନ୍ନ କୀଟପତଙ୍ଗ ଭକ୍ଷଣ କରିଥାଏ । ଉଡ଼ନ୍ତା ଏଣ୍ଡୁଅର ପ୍ରମୁଖ ଆହାର ହେଲା ପିମ୍ପୁଡ଼ି, ଊଈ ଏବଂ ପୋକଯୋକ ।
ଡ୍ରେକୋ ଉଡ଼ନ୍ତା ଏଣ୍ଡୁଅ | |
---|---|
ଥାଇଲ୍ୟାଣ୍ଡର ବ୍ୟୁଲନ୍ ଦ୍ୱୀପର ଏକ ଡ୍ରେକୋ ଟେନିଓପ୍ଟେରସ୍ ଉଡ଼ନ୍ତା ଏଣ୍ଡୁଅ (D. taeniopterus) | |
ଇଣ୍ଡୋନେସିଆର ସୁଲାୱେସିରେ ଏକ ଅଣ୍ଡିରା ଡ୍ରେକୋ ସ୍ପିଲୋନୋଟସ୍ ନିଜର ଡେଣା ମେଲାଇଥିବାର ଚିତ୍ର | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Iguania |
Family: | Agamidae |
Subfamily: | Draconinae |
Genus: | Draco କାର୍ଲ୍ ଲିନିଅସ୍, ୧୭୫୮ |
ପ୍ରଜାତି | |
ପ୍ରଜାତି ଦେଖନ୍ତୁ |
ଏହି ଏଣ୍ଡୁଅ ଲମ୍ବା ସମୟ ପାଇଁ ନୁହେଁ ବରଂ ଅଳ୍ପ ସମୟ ପାଇଁ ଉଡ଼ିପାରେ । ଏକ ଉଚ୍ଚ ସ୍ଥାନରୁ ୬୦ ମିଟର୍ ଦୂରତା ପର୍ଯ୍ୟନ୍ତ ଏମାନେ ଉଡ଼ିବା ଦେଖାଯାଇଛି । କିନ୍ତୁ ଏହି ଉଡ଼ାଣରେ ଏମାନେ କେବଳ ୧୦ ମିଟର୍ ଉଚ୍ଚତା ତଳକୁ ଖସନ୍ତି । ୨୦ ସେଣ୍ଟିମିଟର୍ ଲମ୍ବା ଏକ ଏଣ୍ଡୁଅ ପାଇଁ ଏହି ଉଡ଼ାଣ ଅଧିକ ବୋଲି ଧରିବାକୁ ହେବ ।[1] ଏହି ଏଣ୍ଡୁଅ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, ସାଗୁଆନ ବଗିଚା ଓ ତାଳ ବଣରେ ଦେଖାଯାନ୍ତି ।
ପୌରାଣିକ ଜୀବ ଡ୍ରାଗନ୍ର ନାମରୁ କାର୍ଲ୍ ଲିନାୟସ୍ ଏହି ଡ୍ରେକୋ ପ୍ରଜାତିର ନାମ ଉଦ୍ଧୃତ କରିଥିଲେ ।
ମାଈଙ୍କୁ ଆକର୍ଷିତ କରିବା ପାଇଁ, ପ୍ରଭୁତ୍ୱ ଦେଖାଇବା ପାଇଁ କିମ୍ବା ବିପଦ ଏଡ଼ାଇବା ପାଇଁ ଏମାନେ ଉଡ଼ିଥାନ୍ତି । ଏହି ଏଣ୍ଡୁଅଗୁଡ଼ିକ ନିଜର ଡ୍ରାଗନ୍ ପରି ରୂପ ଏବଂ ନିଜ ପରଦାଗୁଡ଼ିକୁ ଖୋଲି ଉଡ଼ିବା ଗୁଣ ପାଇଁ ଏମାନେ ପ୍ରସିଦ୍ଧ ।[2] ଦକ୍ଷିଣ ଭାରତ ଓ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବା ଭାରତୀୟ ଉଡ଼ନ୍ତା ଏଣ୍ଡୁଅ ଗଛରୁ ଗଛ ଉଡ଼ିପାରେ । ବିପଦରୁ ଦୂରକୁ ଯିବା ପାଇଁ ଏମାନେ ନିଜର ଶରୀରରେ ଥିବା ପରଦା ଡେଣା ପରି ଖୋଲି ଉଡ଼ିଯାନ୍ତି ଓ ନିଜ ଲାଙ୍ଗୁଡ଼ ସହାୟତା ନେଇ ଉଡ଼ିବା ଅବସ୍ଥାରୁ ସ୍ଥିତାବସ୍ଥାକୁ ଆସନ୍ତି ।[3]
ଉଡ଼ନ୍ତା ଏଣ୍ଡୁଅମାନଙ୍କର ୪୨ଟି ପ୍ରଜାତି ଚିହ୍ନଟ ହୋଇଛି:[4][5]
ମାଈ ଉଡ଼ନ୍ତା ଏଣ୍ଡୁଅ କେବଳ ଅଣ୍ଡା ଦେବା ପାଇଁ ଭୂମି ଉପରକୁ ଓହ୍ଲାଇଥାଏ । ଭୂମିକୁ ଓହ୍ଲାଇବା ପରେ ମାଟିରେ ମୁଣ୍ଡ ଗଳାଇ ମାଈ ଏଣ୍ଡୁଅ ଏକ ବସା ତିଆରି କରେ । ଏଥିରେ ସେ ୨-୫ଟି ଅଣ୍ଡା ଦେଇ ଗାତକୁ ଘୋଡ଼ାଇ ଦିଏ ଏବଂ ଗାତ ପାଖରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗି ରହେ । ତା’ ପରେ ସେ ନିଜର ଅଣ୍ଡା ଓ ବସା ପରିତ୍ୟାଗ କରି ଚାଲିଯାଏ ଓ ଶାବକଙ୍କ ଲାଳନପାଳନ ପାଇଁ କେବେ ଫେରି ଆସେନାହିଁ ।[1]
ପୂର୍ଣ୍ଣଚନ୍ଦ୍ର ତେଜସ୍ୱୀଙ୍କ କନ୍ନଡ଼ ଉପନ୍ୟାସ କାର୍ଭାଲୋ (ಕರ್ವಾಲೊ)ରେ ଡ୍ରେକୋ ଡୁସୁମିଏରି ଉଡ଼ନ୍ତା ଏଣ୍ଡୁଅର ଉଲ୍ଲେଖ ରହିଛି । ଏହି କଥାରେ ଜଣେ ମଧ୍ୟଯୁଗୀୟ ବୈଜ୍ଞାନିକ କାର୍ଭାଲୋ ଭାରତର କର୍ଣ୍ଣାଟକ ରାଜ୍ୟର ପଶ୍ଚିମଘାଟ ପର୍ବତମାଳାସ୍ଥିତ ଜଙ୍ଗଲମାନଙ୍କରେ ଏକ ବିରଳ ଉଡନ୍ତା ଏଣ୍ଡୁଅ ପ୍ରଜାତିର ଅନୁସନ୍ଧାନ କରୁଥିଲେ ଓ ଶେଷରେ ଏହି ଏଣ୍ଡୁଅ ଏକ ପାହାଡ଼ରୁ ତଳକୁ ଉଡ଼ି ଯାଇଥିଲା । ୧୯୫୮ ମସିହାରେ ପ୍ରକାଶିତ ଟୋହୋଙ୍କ ଚଳଚ୍ଚିତ୍ର ୱାରାନ୍ – ଦ ଅନ୍ବିଲିଭେବଲ୍ର ମୁଖ୍ୟ ଦାନବ ଚରିତ୍ରଟି ଏକ ଉଡ଼ନ୍ତା ଏଣ୍ଡୁଅ ଉପରେ ଆଧାରିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.