ଡିମେନ୍ସିଆ ଉଇଥ ଲୁଇ ବଡିଜ
From Wikipedia, the free encyclopedia
ଡିମେନ୍ସିଆ ଉଇଥ ଲୁଇ ବଡିଜ ବା ଡିବିଏଲ (ଇଂରାଜୀ ଭାଷାରେ Dementia with Lewy bodies ବା DLB) ଏକ ପ୍ରକାର ଡିମେନ୍ସିଆ ଯାହା ସମୟକ୍ରମେ ଖରାପ ଦିଗକୁ ଗତି କରେ ।[1][2] ସତର୍କତା କମ ବେଶୀ ହୁଏ, ଦୃଷ୍ଟିଭ୍ରମ ବା ହାଲୁସିନେସନ (seeing things that other people do not), ଚଳନ ସମସ୍ୟା, ଚାଲି ସମସ୍ୟା ଓ କଠୋରତା (rigidity) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1] ନିଦ୍ରା ସମୟରେ ଅତ୍ୟଧିକ ଚଳନ (Excessive movement during sleep) ଓ ଅବସାଦ (depression) ଭଳି ଲକ୍ଷଣ ମଧ୍ୟ ସାଧାରଣତଃ ଦେଖାଯାଏ । [3]
ଡିମେନ୍ସିଆ ଉଇଥ ଲୁଇ ବଡିଜ | |
---|---|
ଇଂରାଜୀ ପ୍ରତିଶବ୍ଦ - Lewy body dementia (LBD), diffuse Lewy body disease, cortical Lewy body disease, senile dementia of Lewy type | |
ଅଣୁବୀକ୍ଷଣରେ microscopic ଲୁଇ ବଡିଜର Lewy bodies ଛବି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Neurology |
ଆଇସିଡ଼ି-୧୦ | G31.8 |
ଆଇସିଡ଼ି-୯-ସିଏମ୍ | 331.82 |
ଓଏମ୍ଆଇଏମ୍ | 127750 |
ରୋଗ ଡାଟାବେସ | 3800 |
ଇ-ମେଡ଼ିସିନ | neuro/91 |
MeSH | D020961 |
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହି ରୋଗୀମାନଙ୍କର କୌଣସି ପାରିବାରିକ ରୋଗ ଇତିହାସ ନ ଥାଏ । ଦେହର ନିଉରନରେ (neuron) ଆଲଫା-ସିନ୍ୟୁକ୍ଲିନ (alpha-synuclein) ପ୍ରୋଟିନ ବା ଲୁଇ ବଡି (Lewy bodies) ଜମିଯାଏ । ଏହି ରୋଗକୁ ନିଉରୋଡିଜେନେରେଟିଭ (neurodegenerative disorder) ରୋଗ ଶ୍ରେଣୀଭୁକ୍ତ କରାଯାଏ । [1] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଗଲା ପରେ ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନା ଦୂର କରାଯାଏ ।[4] ଭେଦାତ୍ମକ ରୋଗ ନିର୍ଣ୍ଣୟରେ ପାର୍କିନ୍ସନ୍ ରୋଗ ଓ ଆଲଜିମର ରୋଗର ନାମ ଆସେ । [1]
ଡିଏଲବି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଏଥିରେ ମାନସିକ, ସାଇକିଆଟ୍ରିକ ଓ ମୋଟୋର ଲକ୍ଷଣମାନଙ୍କର ଚିକିତ୍ସା କରାଯାଏ । ଡୋନେପେଜିଲ (donepezil) ଭଳି ଆସେଟିଲକଲିନଇସ୍ଟରେଜ (Acetylcholinesterase inhibitors) ଔଷଧ ଦେଲେ କିଛି ଉପଶମ ହୁଏ । ଲେଭୋଡୋପା (levodopa) ଔଷଧ ଦେଲେ କେତେକ ପେଶୀଜନିତ ଉନ୍ନତି ହୁଏ । ଆଣ୍ଟିସାଇକୋଟିକ (Antipsychotic) ଔଷଧ ସାଧାରଣତଃ ଦିଆଯାଏ ନାହିଁ, ସେମାନଙ୍କର ବିଷାକ୍ତ ଗୁଣ ଯୋଗୁ । [1]
ଆଲଜିମର ରୋଗ ଓ ଭାସ୍କୁଲାର ଡିମେନ୍ସିଆ (vascular dementia) ରୋଗ ପରେ ଏହି ଡିଏଲବି ରୋଗ ତୃତୀୟ ସାଧାରଣ ଡିମେନ୍ସିଆ ରୋଗ । ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ ।[2] ୬୫ ବର୍ଷ ପରେ ମାତ୍ର ୦.୧% ରୋଗ ହୁଏ । [5] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ରୋଗ ହୁଏ । ରୋଗର ଆଧିକ୍ୟରେ ଅନ୍ୟ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼େ ।[2] ରୋଗ ନିର୍ଣ୍ଣୟ ହେବାପରେ ରୋଗୀର ଆୟୁଷ ପ୍ରାୟ ୮ ବର୍ଷ ଥାଏ ।[1] ସନ ୧୯୧୨ରେ ଫ୍ରେଡେରିକ ଲୁଇ (Frederic Lewy) ଏହି ଲୁଇ ପ୍ରୋଟିନ ବିଷୟ ଆବିଷ୍କାର କରିଥିଲେ ।[2]