ଡାପ୍ସୋନ୍
ଆଣ୍ଟିବାୟୋଟିକ / From Wikipedia, the free encyclopedia
ଡାପ୍ସୋନ୍ ବା ଡାଇଆମିନୋଡାଇଫିନାଇଲସଲ୍ଫୋନ୍, ସଂକ୍ଷେପରେ ଡିଡିଏସ୍ (ଇଂରାଜୀରେ ଯଥାକ୍ରମେ Dapsone, diaminodiphenyl sulfone, DDS),[1] ଏକ ଆଣ୍ଟିବାୟୋଟିକ ଯାହା କୁଷ୍ଠ ରୋଗ ନିମନ୍ତେ ରିଫାମ୍ପିସିନ ଓ କ୍ଲୋଫାଜିମିନ ସହିତ ଦିଆଯାଏ । [2] ନିମୋସିସ୍ଟାଇଟିସ ନିମୋନିଆର ଚିକିତ୍ସା ତଥା ପ୍ରତିଷେଧ ଆକାରରେ ଓ ଇମ୍ମ୍ୟୁନିଟି କମ ଥିବା ଟକ୍ସୋପ୍ଲାଜ୍ମୋସିସ ରୋଗର ପ୍ରତିଷଧକ ରୂପେ ଏହି ଔଷଧ ଦିଆଯାଏ । [2] ଅଧିକନ୍ତୁ ଏହା ମୁଖବ୍ରଣ ଓ ଅନ୍ୟାନ୍ୟ ଚର୍ମ ରୋଗ ନିମନ୍ତେ ଦିଆଯାଏ । [3] ଡାପ୍ସୋନ୍ ପାଟିବାଟେ ଦିଆଯାଏ ଓ ସ୍ଥାନୀୟ ଭାବରେ ମଧ୍ୟ ଦିଆଯାଏ । [4]
Clinical data | |
---|---|
Trade names | Aczone |
AHFS/Drugs.com | monograph |
MedlinePlus | a682128 |
Pregnancy category |
|
Routes of administration | Oral, Topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 70 to 80% |
Protein binding | 70 to 90% |
Metabolism | Hepatic (mostly CYP2E1-mediated) |
Elimination half-life | 20 to 30 hours |
Excretion | Renal |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.001.136 |
Chemical and physical data | |
Formula | C12H12N2O2S |
Molar mass | 248.302 gmol−1 |
3D model (JSmol) | |
SMILES
| |
InChI
| |
(verify) |
ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଯଥାକ୍ରମେ ରକ୍ତ କଣିକା କମିଯିବା, ଗ୍ଲୁକୋଜ-୬-ଫସ୍ଫେଟ ଡିହାଇଡ୍ରଜେନେଜ ଅଭାବ ଥିବା ଲୋକଙ୍କର ଲୋହିତ ରକ୍ତ କଣିକା ନଷ୍ଟ ହେବା, କିମ୍ବା ହାଇପରସେନ୍ସିଟିଭିଟି । [2] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓକାଳ ଲାଗିବା ଓ ଖାଦ୍ୟ ରୁଚି ଅଭାବ ହେବା । [4] ଯକୃତ ପ୍ରଦାହ ଓ ଅନେକ ପ୍ରକାରର ଚର୍ମ ରାସ ହୁଏ । [2] ଅନେକ ଚିକିତ୍ସକ ଗର୍ଭାବସ୍ଥାରେ କୁଷ୍ଠ ହୋଇଥିଲେ ଏହା ଦେବାକୁ ସୁପାରିସ କରୁଥିଲେ ମଧ୍ୟ ଏହାର ବିପଦମୁକ୍ତତା ଜଣାନାହିଁ । [2] ଏହା ସଲଫୋନ୍ ଶ୍ରେଣୀର ଔଷଧ । [2]
ଆଣ୍ଟିବାୟୋଟକ ହିସାବରେ ଡାପ୍ସୋନ୍ର ଅନୁଶୀଳନ ପ୍ରଥମେ ୧୯୩୭ ମସିହାରେ ହୋଇଥିଲା । [3] ସନ ୧୯୪୫ରୁ କୁଷ୍ଠ ରୋଗ ନିମନ୍ତେ ଏହି ବ୍ୟବହାର ହେଲା [3] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଯାହା ସାଧାରଣ ସ୍ୱାସ୍ଥ୍ୟ ପ୍ରଣାଳିରେ ଆବଶ୍ୟକ ହୁଏ । । [5] ଏହା ଜେନେରିକ ନାମରେ ମିଳେ ଓ ଅତି ଶସ୍ତା । [2][6]