![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/11/Dacarbazine.svg/langor-640px-Dacarbazine.svg.png&w=640&q=50)
ଡାକାର୍ବାଜିନ
From Wikipedia, the free encyclopedia
ଡାକାର୍ବାଜିନ (ଇଂରାଜୀ ଭାଷାରେ Dacarbazine ବା DTIC), ଅନ୍ୟ ନାମ ଇମିଡାଜୋଲ କାର୍ବୋକ୍ସାମାଇଡ) ଏକ କେମୋଥେରାପି ଔଷଧ (chemotherapy medication) ଯାହା ମେଲାନୋମା ଓ ହଜକିନ୍ସ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ହଜକିନ ରୋଗରେ ଏହା ଭିନବ୍ଲାସ୍ଟିନ, ବ୍ଲିଓମାଇସିନ (bleomycin) ଓ ଡୋକ୍ସୋରୁବିସିନ (doxorubicin) ଔଷଧମାନଙ୍କ ସହିତ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[1]
![]() | |
Clinical data | |
---|---|
Pronunciation | /dəˈkɑːrbəˌziːn/ |
Trade names | DTIC-Dome, others |
AHFS/Drugs.com | monograph |
MedlinePlus | a682750 |
Pregnancy category |
|
Routes of administration | IV |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Metabolism | Extensive |
Elimination half-life | 5 hours |
Excretion | Kidney (40% as unchanged dacarbazine) |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.022.179 ![]() |
Chemical and physical data | |
Formula | C6H10N6O |
Molar mass | 182.18 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ବାନ୍ତି, ସ୍ୱଳ୍ପ ରକ୍ତ କଣିକା (low white blood cell count) ଓ ସ୍ୱଳ୍ପ ରକ୍ତାଣୁ ଚକ୍ରିକା (low white blood cell count) ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଔଷଧ ଦେଲେ ଶିଶୁର ନିରାପତ୍ତା ବିଷୟ ସ୍ପଷ୍ଟ ଜଣାଯାଇନାହିଁ । ଏହା ଏକ ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent) ଓ ପ୍ୟୁରିନ ଆନାଲଗ (purine analog) ଶ୍ରେଣୀର ଔଷଧ ।[1]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୫ରେ ଡାକାର୍ବାଜିନ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[2] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦୦ମିଗ୍ରା ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୭.୪୫ରୁ ୧୮.୨୪ ଆମେରିକୀୟ ଡଲାର ।[3] ଇଂଲଣ୍ଡରେ ଏହି ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୭.୫୦ ପାଉଣ୍ଡ ।[4]