ଡାଏନା ପେଣ୍ଟୀ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଡାଏନା ପେଣ୍ଟୀ (ଜନ୍ମ: ୨ ନଭେମ୍ବର ୧୯୮୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ମୁମ୍ବାଇରେ ଜନ୍ମ ହୋଇଥିବା ଡାଏନା ସେଣ୍ଟ ଜାଭିଅର କଲେଜ, ମୁମ୍ବାଇରୁ ତାଙ୍କ ଶିକ୍ଷା ଶେଷ କରିଥିଲେ । କଲେଜରେ ପଢ଼ିବା ବେଳେ ଡାଏନା ମଡେଲିଂରେ ଯୋଗଦେଇଥିଲେ ।
ଡାଏନା ପେଣ୍ଟୀ | |
---|---|
![]() ଡାଏନା ପେଣ୍ଟୀ | |
ଜନ୍ମ | (1985-11-02) ୨ ନଭେମ୍ବର ୧୯୮୫ (ବୟସ ୩୮) |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
ପରେ ପରେ ସେ ୨୦୦୫ରେ ସମ୍ପୂର୍ଣ୍ଣରୂପେ ମଡେଲିଂରେ ଯୋଗଦେଇଥିଲେ ଏବଂ ଇଲାଇଟ୍ ମଡେଲ୍ସ୍ ଇଣ୍ଡିଆ ସଂସ୍ଥା ସହ ଏକ ଚୁକ୍ତି କରିଥିଲେ । ଏହପରେ ସେ କିଛି ରାମ୍ପରେ ଭାରତର ପ୍ରମୁଖ ଡିଜାନରଙ୍କ ପୋଷାକ ପିନ୍ଧି ଚାଲିବା ପରେ ନିଜକୁ ମଡେଲିଂରେ ପ୍ରତିଷ୍ଠିତ କରାଇପାରିଥିଲେ । ୨୦୧୨ରେ ଡାଏନା କକ୍ଟେଲ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପାଇଁ ମନୋନୀତ କରାଯାଇଥିଲା ।
ପ୍ରଥମ ଚଳଚ୍ଚିତ୍ରର ଚାରିବର୍ଷ ପରେ ସେ ପୁଣିଥରେ ୨୦୧୬ରେ ହାପି ଭାଗ୍ ଯାଏଗି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ନୋକିଆ ଏବଂ TREସେମ୍ମେର ବିଜ୍ଞାପନରେ ଅଭିନୟ କରୁଛନ୍ତି ।