ଡାଇଲେଟେଡ କାର୍ଡ଼ିଓମାୟୋପାଥି ବା ଡିସିଏମ (ଇଂରାଜୀ ଭାଷାରେ Dilated cardiomyopathy ବା DCM) ରୋଗରେ ହୃତ୍‌ପିଣ୍ଡ ବୃହଦାକାର ହୋଇଥିବାରୁ ରକ୍ତ ଭଲ ଭାବରେ ପମ୍ପ କରିପାରେନି । [6] ଥକ୍କା ଅନୁଭବ, ପାଦ ଇଡିମା (leg swelling) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[2] ଏହା ଫଳରେ ଛାତି ଯନ୍ତ୍ରଣା (chest pain) ଓ ସିଙ୍କୋପି ହୋଇପାରେ ।[2] ରୋଗ ଜଟିଳ ହେଲେ ହୃଦ୍‌ପାତ, ହୃତ୍‌ପିଣ୍ଡ ଭଲଭ ରୋଗ (heart valve disease), ହୃତ୍‌ପିଣ୍ଡ ଆରିଦମିଆ (irregular heartbeat) ଲକ୍ଷଣମାନ ଦେଖାଯାଏ ।[6][7]

Quick Facts ଡାଇଲେଟେଡ କାର୍ଡ଼ିଓମାୟୋପାଥି (Dilated cardiomyopathy), ବିଭାଗ ...
ଡାଇଲେଟେଡ କାର୍ଡ଼ିଓମାୟୋପାଥି (Dilated cardiomyopathy)
କଞ୍ଜେସ୍ଟିଭ କାର୍ଡ଼ିଓମାୟୋପାଥି (Congestive cardiomyopathy),
ଇଡିଓପାଥିକ କାର୍ଡ଼ିଓମାୟୋପାଥି (idiopathic cardiomyopathy),
ପ୍ରାଇମେରୀ କାର୍ଡ଼ିଓମାୟୋପାଥି (primary cardiomyopathy)[1]
Thumb
ମୂଷା ହୃତ୍‌ପିଣ୍ଡରେ ଡାଇଲେଟେଡ କାର୍ଡ଼ିଓମାୟୋପାଥି ଦେଖାଯାଉଛି ।
ବିଭାଗCardiology
ଲକ୍ଷଣଥକ୍କା ଅନୁଭବ, ପାଦ ଇଡିମା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain), ସିଙ୍କୋପି [2]
ଆକ୍ରାନ୍ତ ସମୟମଧ୍ୟ ବୟସ[3]
କାରଣଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections)[4][5]
ରୋଗ ନିର୍ଣ୍ଣୟ ପଦ୍ଧତିଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram)[5]
ସଠିକ ରୋଗ ନିର୍ଣ୍ଣୟକରୋନାରୀ ଧମନୀ ରୋଗ, ହୃତ୍‌ପିଣ୍ଡ ଭଲଭ ରୋଗ (heart valve disease), ପଲ୍‌ମୋନାରି ଏମ୍ବୋଲିଜ୍ମ, ଅନ୍ୟାନ୍ୟ କାର୍ଡ଼ିଓମାୟୋପାଥି[3]
ଔଷଧଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic), ଆଣ୍ଟିକୋଆଗୁଲାଣ୍ଟ (blood thinners[5]
ଚିକିତ୍ସାଜୀବନଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator), ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant)[5]
Prognosisପାଞ୍ଚ ବର୍ଷ ଆୟୁଷ (Five-year survival rate) ~୫୦%[5]
ପୁନଃପୌନିକ୨,୫୦୦ରେ ଜଣେ [5]
Close

ଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୋଇପାରେ ।[4][5] କରୋନାରୀ ଧମନୀ ରୋଗଉଚ୍ଚ ରକ୍ତ ଚାପର (high blood pressure) ଭୂମିକା ମଧ୍ୟ ଥାଇପାରେ । [4][3] ଅନେକ କ୍ଷେତ୍ରରେ କାରଣ ଅସ୍ପଷ୍ଟ ରହେ । [4] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ପ୍ରାଥମିକ ଭାବରେ ହୃତ୍‌ପିଣ୍ଡ ମାଂସପେଶୀକୁ (heart muscle) ଆକ୍ରମଣ କରେ ।[6] ରୋଗ ନିର୍ଣ୍ଣୟ ନିମନ୍ତେ ଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram) ଆବଶ୍ୟକ ହୋଇପାରେ । [5]

ହୃତ୍‌ପାତ ଥିବା ରୋଗୀଙ୍କୁ ଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic) ଇତ୍ୟାଦି ଔଷଧ ଦିଆଯାଏ । [5] ସ୍ୱଳ୍ପ ଲୁଣ‌ଯୁକ୍ତ ଖାଦ୍ୟ ସ‌ହାୟକ ହୋଇପାରେ ।[3] କେତେକ ଅନିୟମିତ ହୃଦ୍‌ଗତି ସମ୍ପନ୍ନ ରୋଗୀଙ୍କୁ ଆଣ୍ଟିକୋଆଗୁଲାଣ୍ଟ (blood thinners) ବା ଏକ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator) ଦେବାକୁ ସୁପାରିସ କରାଯାଏ ।[5] ଅନ୍ୟ ସମସ୍ତ ଉପାୟ କାର୍ଯ୍ୟକାରୀ ନହେଲେ ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଦିଆଯାଇପାରେ ।[5]

ପ୍ରାୟ ୨।୫୦୦ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ ।[5] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଶୀକାର ହୁଅନ୍ତି । [8] ମଧ୍ୟ ବୟସରେ ଏହି ରୋଗ ସାଧାରଣତଃ ହୁଏ ।[3] ପାଞ୍ଚ ବର୍ଷ ଆୟୁଷ (Five-year survival rate) ପ୍ରାୟ ୫୦% ରୋଗୀଙ୍କର ଦେଖାଯାଏ ।[5] ପିଲାଙ୍କୁ ମଧ୍ୟ ଏହି ରୋଗ ହୋଇପାରେ ଓ ଏହି ଗ୍ରୁପରେ ଏହା ସବୁଠାରୁ ସାଧାରଣ କାର୍ଡ଼ିଓମାୟୋପାଥି ରୋଗ ।[5]

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.