ଓଡ଼ିଆ ଅଭିନେତ୍ରୀ From Wikipedia, the free encyclopedia
ଡଲି ଜେନା (ଜନ୍ମନାମ: ବିଜୟା ଜେନା) ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା ଏବଂ ଲେଖିକା । ସେ ଓଡ଼ିଆ ସମେତ, ହିନ୍ଦୀ ଓ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଜନ୍ମସ୍ଥାନ କଟକ । ଜମିଦାର ପରିବାରୁ ଆସି ମଧ୍ୟ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲା । ଡଲି ଜେନା ପୁଣେ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍ରୁ (FTI) ସ୍ନାତ୍ତୋକର ହାସଲ କରିଥିଲେ । ହାକିମ୍ ବାବୁ, ଜଗା ବଳିଆ ଭଳି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଜଗା ବଳିଆ ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ।[1]
୩ ଭାଇ-ଭଉଣୀଙ୍କ ମଧ୍ୟରେ ଡଲି ସର୍ବ କନିଷ୍ଠ କନ୍ୟା ଥିଲେ । ଏଫଟିଅାଇରୁ ଅଭିନୟର ବିଧିବଦ୍ଧ ଶିକ୍ଷାଗ୍ରହଣ କରିବା ପରେ ଅଭିନୟ ଜୀବନ ସେ ଅାରମ୍ଭ କରିଥିଲେ । ଅଭିନୟ ବ୍ୟତିତ ଡଲି ଜେନା ଅାଧାତ୍ମିକ ଜଗତରେ ବେଶ ସକ୍ରିୟ ରହିଛନ୍ତି । ଦେଶ ବିଦେଶରେ ଅାୟୋଜିତ ବିଭିନ୍ନ ଅାଧ୍ୟାତ୍ମିକ କ।ର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ସେ ତୁଳାଇଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.