![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7c/Photograph_of_Twinkle_Khanna.jpg/640px-Photograph_of_Twinkle_Khanna.jpg&w=640&q=50)
ଟ୍ୱିଙ୍କଲ ଖାନ୍ନା
From Wikipedia, the free encyclopedia
ଟ୍ୱିଙ୍କଲ ଖାନ୍ନା (ଜନ୍ମ: ୨୯ ଡିସେମ୍ବର ୧୯୭୪) ଜଣେ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା ଏବଂ ଖବରକାଜଗର ଜଣେ ସ୍ତମ୍ଭକାର । ଟ୍ୱିଙ୍କଲଙ୍କର ଲିଖିତ ପ୍ରଥମ ପୁସ୍ତକ ମିସେସ୍ ଫନିବୋନ୍ସ୍ ଭାରତବର୍ଷରେ ଏକ ଲକ୍ଷ ଖଣ୍ଡରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ୨୦୧୫ରେ ଜଣେ ମହିଳା ଲେଖିକାଙ୍କର ଅଧିକ ବିକ୍ରିହୋଇଥିବା ବହି ଥିଲା ।[2] ଏହି ବହି ପାଇଁ ତାଙ୍କୁ ୨୦୧୬ରେ କ୍ରସ୍ୱାର୍ଡ଼ ବୁକ୍ ଆୱାର୍ଡ଼-୨୦୧୬ରେ ସମ୍ମାନିତ କରାଯାଇଥିଲା ।[3] ଟ୍ୱିଙ୍କଲ ତାଙ୍କର ଦ୍ୱିତୀୟ ବହି ଲକ୍ଷ୍ମୀ ପ୍ରସାଦ ପାଇଁ ୨୦୧୭ରେ ସେ ଇଂରାଜୀ ଖବରକାଗଜ India Today ଦ୍ୱାରାର ଶ୍ରେଷ୍ଠ ଲେଖିକା ସମ୍ମାନ ପାଇଥିଲେ[4], ଯାହାକି ପ୍ରକାଶ ହେବା ପରେ ଆମାଜନ୍ରେ ଦ୍ୱିତୀୟ ସ୍ଥାନରେ ରହିଥିଲା।[5]
ଟ୍ୱିଙ୍କଲ ଖାନ୍ନା | |
---|---|
![]() ୨୦୧୦ରେ ଟ୍ୱିଙ୍କଲ | |
ଜନ୍ମ | ଟୀନା ଯତିନ ଖାନ୍ନା (1974-12-29) ୨୯ ଡିସେମ୍ବର ୧୯୭୪ (ବୟସ ୪୯)[1] |
ଅନ୍ୟ ନାମ | ଟିନା |
ବୃତ୍ତି(ସମୂହ) | ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା |
ସକ୍ରିୟ ବର୍ଷ | ୧୯୯୫–୨୦୦୧ |
ବୈବାହିକ-ସାଥୀ |
ଅକ୍ଷୟ କୁମାର (m. ୨୦୦୧) |
ସନ୍ତାନ | ୨ |
ପିତାମାତା(s) | ରାଜେଶ ଖାନ୍ନା (ବାପା) ଡିମ୍ପଲ କପାଡିଆ (ମାଆ) |
ସମ୍ପର୍କୀୟ | ରେଣୁକା ଖାନ୍ନା (ଭଉଣୀ) ସିମ୍ପଲ କପାଡିଆ (ମାଉସୀ) |
୨୦୧୬ରେ ଶ୍ରେଷ୍ଠ ପ୍ରେରଣାଦାୟିକା ମହିଳା ଭାବରେ ଟ୍ୱିଙ୍କଲଙ୍କୁ ସମ୍ମାନିତ କରାଯାଇଥିଲା ।[6] ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସହ ବରଷାତ୍ ଚଳଚ୍ଚିତ୍ରର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ନବାଗତା ସମ୍ମାନ୍ନ ପ୍ରଦାନ କରାଯାଇଥିଲା । ସେ ୧୯୯୯ରେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଟ୍ୱିଙ୍କଲ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସୁପୁତ୍ରୀ । ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୦୧ରେ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୟ ଜଗତରୁ ବିଦାୟ ନେଇଥିଲେ, ମାତ୍ର ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରୁଛନ୍ତି । ନାୟିକା ଭାବରେ ଟ୍ୱିଙ୍କଲଙ୍କର ଶେଷ ଅଭିନୀତ କଥାଚିତ୍ର ହେଉଛି ଲଭ୍ କେ ଲିୟେ କୁଛ୍ ଭି କରେଗା, ଯାହାକି ୨୦୦୧ରେ ମୁକ୍ତିଲାଭ କରିଥିଲା । ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।