ଟାର୍ଡିଭ ଡିସକାଇନେସିଆ
From Wikipedia, the free encyclopedia
ଟାର୍ଡିଭ ଡିସକାଇନେସିଆ (ଇଂରାଜୀ ଭାଷାରେ Tardive dyskinesia ବା TD) ବେମାରୀରେ ଶରୀରର ଅନିଚ୍ଛାକୃତ ଚଳନ ହୁଏ ।[1] ମୁହଁର ବିକୃତ ଭଙ୍ଗି, ଜିଭ ବାହାରକୁ ବାହାର ହୋଇଯିବା ଓ ଓଠ କାମୁଡ଼ିବା ଆଦି ହେବା ଦେଖାଯାଏ । [1] ଅଧିକନ୍ତୁ କୋରିଆ (rapid jerking movements) ଓ ଆଥେଟୋସିସ (slow writhing movements) ରୋଗ ମଧ୍ୟ ହୋଇପାରେ ।[1] ପ୍ରାୟ ୨୦% ରୋଗୀଙ୍କର କର୍ମ ଶକ୍ତି କମିଯାଏ ।[3]
ଟାର୍ଡିଭ ଡିସକାଇନେସିଆ (Tardive dyskinesia) | |
---|---|
ଲିଙ୍ଗୁଓଫେସିଆଲ ଡିସକାଇନେସିଆ (Linguofacial dyskinesia), ଟାର୍ଡିଭ ଡିସଟୋନିଆ (tardive dystonia), ଟାର୍ଡିଭ ଓରାଲ ଡିସକାଇନେସିଆ (tardive oral dyskinesia)[1] | |
ଉଚ୍ଚାରଣ |
|
ବିଭାଗ | ମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry) |
ଲକ୍ଷଣ | ଅନିଚ୍ଛାକୃତ ପୁନଃପୌନିକ ଶରୀର ଚଳନ (Involuntary, repetitive body movements)[1] |
କାରଣ | ନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide)[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | ସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ରୋଗଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [1] |
ସଠିକ ରୋଗ ନିର୍ଣ୍ଣୟ | ହଣ୍ଟିଙ୍ଗଟନସ ରୋଗ (Huntington's disease), ସେରେବ୍ରାଲ୍ ପାଲ୍ସି, ଟୁରେଟ ସିଣ୍ଡ୍ରୋମ (Tourette syndrome), ଡିସଟୋନିଆ (dystonia)[2] |
ପ୍ରତିକାର | Using lowest possible dose of neuroleptic medication[3] |
ଔଷଧ | ଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin)[1][4] |
ଚିକିତ୍ସା | ନିଉରୋଲେପ୍ଟିକ ଔଷଧ ସେବନ ତୁରନ୍ତ ବନ୍ଦ କରି କ୍ଲୋଜାପିନ ଦିଆଯାଏ । [1] |
Prognosis | ପରିବର୍ତ୍ତନଶୀଳ[1] |
ପୁନଃପୌନିକ | ୨୦% (atypical antipsychotics) ୩୦% (typical antipsychotics)[5] |
ଦୀର୍ଘ କାଳ ଧରି ନିଉରୋଲେପ୍ଟିକ ଔଷଧ ଯେପରିକି ମେଟୋକ୍ଲୋପ୍ରାମାଇଡ (Neuroleptic medication) (antipsychotics, metoclopramide) ଔଷଧ ବ୍ୟବହାର କଲେ ଏହି ରୋଗ ହୁଏ । [1][2] ଏହି ଔଷଧ ଗୁଡ଼ିକ ସାଧାରଣତଃ ମାନସିକ ବେମାରୀ ନିମନ୍ତେ ଦିଆଗଲେ ମଧ୍ୟ ପାକଅନ୍ତନଳୀ ବା ସ୍ନାୟୁ ଜନିତ ବେମାରୀ ଗୁଡ଼ିକରେ ଦିଆଯାଇପାରେ ।[1] ମାସ ମାସ ବା ବର୍ଷ ବର୍ଷ ଧରି ବ୍ୟବହାର କଲାପରେ ଏହି ରୋଗ ବାହାରେ ।[1][3] ସମ ଲକ୍ଷଣ ବିଶଷ୍ଟ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗଗୁଡ଼ିକର ଅନୁପସ୍ଥିତି ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[1]
ନିଉରୋଲେପ୍ଟିକ ଔଷଧ ଆବଶ୍ୟକ ସ୍ଥଳେ ଯେତେ ସମ୍ଭବ କମ୍ ମାତ୍ରାରେ ବ୍ୟବହାର କଲେ ଏହି ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ ।[3] ଏହି ରୋଗର ଚିକିତ୍ସା ଆରମ୍ଭ କଲେ ଯଦି ସମ୍ଭବ ହୁଏ ନିଉରୋଲେପ୍ଟିକ ବନ୍ଦ କରି କ୍ଲୋଜାପିନ (clozapine) ଦିଆଯାଏ ।[1] ଲକ୍ଷଣ କମ କରିବା ନିମନ୍ତେ ଭାଲବେନାଜିନ (Valbenazine), ଟେଟ୍ରାବେନାଜିନ (tetrabenazine), ବୋଟୁଲିନମ ଟକ୍ସିନ (botulinum toxin) ଆଦି ଔଷଧ ଦିଆଯାଇପାରେ ।[1][4] ଔଷଧ ଦେବା ଫଳରେ କେତେକ ରୋଗୀଙ୍କର ଉପଶମ ହୁଏ ଓ ଅନ୍ୟ କେତେକଙ୍କର ଉପଶମ ହୁଏନାହିଁ ।[1]
ଆଟିପିକାଲ ଆଣ୍ଟିସାଇକୋଟିକ ଦେବା ପରେ (atypical antipsychotics) ଓ ଟିପିକାଲ ଆଣ୍ଟିସାଇକୋଟିକ (typical antipsychotics) ପରେ 30% ଲୋକଙ୍କର ରୋଗ ପୁନର୍ବାର ହୁଏ ।[5] ବୃଦ୍ଧ ଲୋକଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । [3] ସନ ୧୯୬୪ରୁ ଏହି ଟାର୍ଡିଭ ଡିସକାଇନେସିଆ ଶବ୍ଦଟି ବ୍ୟବହାର ହୋଇଆସୁଛି ।[3]