ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ଜୈଲ ସିଂହ (pronunciation (help·info); ୫ ମଇ ୧୯୧୬ – ୨୫ ଡିସେମ୍ବର ୧୯୯୪) ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ସେ କଂଗ୍ରେସ ଦଳର ନେତା ଏବଂ ଗୃହ ବିଭାଗ ସହ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
ଜୈଲ ସିଂହ | |
---|---|
ଭାରତୀୟ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୨ – ୨୫ ଜୁଲାଇ ୧୯୮୭ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
Vice President | ମୋହମ୍ମଦ ହିଦତୁଲା ରାମସ୍ୱାମୀ ଭେଙ୍କଟରମଣ |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୃହ ମନ୍ତ୍ରାଳୟ | |
କାର୍ଯ୍ୟକାଳ ୧୪ ଜାନୁଆରୀ ୧୯୮୦ – ୨୨ ଜୁନ ୧୯୮୨ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଯସୱନ୍ତରାଓ ଚୋହାନ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ଗୁପ୍ତ ନିରପକ୍ଷ୍ୟ ଆନ୍ଦୋଳନର ମହାସଚିବ | |
କାର୍ଯ୍ୟକାଳ ୧୨ ମାର୍ଚ୍ଚ ୧୯୮୩ – ୬ ସେପ୍ଟେମ୍ବର ୧୯୮୬ | |
ପୂର୍ବ ଅଧିକାରୀ | ନୀଲମ ସଞ୍ଜୀବ ରେଡ୍ଡୀ |
ପର ଅଧିକାରୀ | ରାମସ୍ୱାମୀ ଭେଙ୍କଟରମଣ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସାଣ୍ଡଭାନ, ପଞ୍ଜାବ, ଭାରତ | ୫ ମଇ ୧୯୧୬
ମୃତ୍ୟୁ | ୨୫ ଡିସେମ୍ବର ୧୯୯୪ ୭୮) ଚଣ୍ଡୀଗଡ଼, ଭାରତ | (ବୟସ
ରାଜନୀତିକ ଦଳ | କଂଗ୍ରେସ |
ଶିକ୍ଷାନୁଷ୍ଠାନ | ସହିଦ ଶିଖ ମିଶନାରି କଲେଜ |
ସେ ରାଷ୍ଟ୍ରପତି ଥିବା ସମୟରେ ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ନିଧନ ଓ 'ଶିଖ ଦଙ୍ଗା' ଭଳି ଘଟଣା ଘଟିଥିଲା।[1] ୧୯୯୪ ମସିହାରେ ଏକ କାର ଦୁର୍ଘଟଣାରେ ସେ ନିଜ ଜୀବନ ହରେଇଥିଲେ ।
ସିଂହଙ୍କ ଜନ୍ମ ୫ ମଇ ୧୯୧୬ ମସିହାରେ ଫରୀଦକୋଟ ଜିଲ୍ଲାର ସାନ୍ଧୱନରେ ହେଇଥିଲା। ସେ ଶିଖ ଧର୍ମରୁ ଥିଲେ ଏବଂ ସହିଦ ଶିଖ ମିସନାରି କଲେଜରୁ ଗୁରୁ ଗ୍ରନ୍ଥ ସାହିବର ଶିକ୍ଷା ପାଇଥିବାରୁ ଜ୍ଞାନୀ ଉପାଧି ପାଇଥିଲେ଼।[2]
୧୯୪୭ ମସିହାରେ ଫରିଦାକୋଟର ତତ୍କାଳୀନ ଶାସକ ହରିନ୍ଦର ସିଂହଙ୍କୁ ରାଜ୍ୟ ପୁନର୍ଗଠନ ଅଧିନିୟମରେ ବିରୋଧ କରିଥିଲେ, ସେଥିପାଇଁ କଠୋର ଦଣ୍ଡାଦେଶ ସହ ୫ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ।[3] ୧୯୪୯ ମସିହାରେ ସେ ପଞ୍ଜାବର ରାଜସ୍ୱ ବିଭାଗର ମନ୍ତ୍ରୀ ହେଲେ ପରେ ୧୯୫୧ରେ କୃଷି ମନ୍ତ୍ରୀ ହୋଇଥିଲେ। ୧୯୫୬ରୁ ୧୯୬୨ ଯାଏଁ ରାଜ୍ୟ ସଭାର ସାଂସଦ ହୋଇଥିଲେ।
ଜୈଲ ସିଂହ ୧୯୭୨ ମସିହାରେ କଂଗ୍ରେସ ଦଳରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ।[4][5] ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମରିବା ଯାଇଁ ପେନସନ ଯୋଗାଇବା ଯୋଜନା କରିଥିଲେ। ସିଂହ ଲଣ୍ଡନରୁ ଉଧମ ସିଂହଙ୍କ ଅବଶେଷ ପ୍ରତ୍ୟାବର୍ତ୍ତୀତ କରିଥିଲେ।
୧୯୮୦ ମସିହାରେ ସପ୍ତମ ଲୋକ ସଭା ନିର୍ବାଚନ ଜିତିଥିଲେ, ପରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଇଥିମଧ୍ୟରେ ସେ କେନ୍ଦ୍ର ସରକାରରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଥିଲେ।[1] [6]
ରାଜୀବ ଗାନ୍ଧୀଙ୍କ ସହ ଉଦାଶନୀୟ ସମ୍ପର୍କ ଯୋଗୁ ସିଂହଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ବିବାଦମୟ ଥିଲା।[7] ସିଂହ ୧୯୮୬ ମହିହାରେ ଭାରତୀୟ ଡାକଘର ସଂଶୋଧନ ବିଲକୁ ବିରୋଧ କରିଥିଲେ । ପରେ ୧୯୯୦ ମସିହାରେ ଭି. ପି. ସିଂହ ସରକାର ଏହି ବିଲକୁ ଓହରେଇ ନେଇଥିଲେ ।[8]
୨୯ ନଭେମ୍ବର ୧୯୯୪ ମସିହାରେ ଆନନ୍ଦପୁର ସାହିବ ଯାଉଥିବା ସମୟରେ କିରତପୁର ସାହିବଠାରେ ଏକ ଦୁର୍ଘଟଣାରେ ଆଘାତପ୍ରାପ୍ତ ୨୮ ଡିସେମ୍ବର ୧୯୯୪ରେ ଦେହାନ୍ତ ହୋଇଥିଲା । ରାଜଘାଟ ସ୍ମାରକଠାରେ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।[9]