ଏହି ପ୍ରଦାହ ସାଧାରଣତଃ ଷ୍ଟାଫିଲୋକୋକସ୍ ଅରିଅସ୍ ଏବଂ ଷ୍ଟ୍ରେପଟୋକୋକାଇ ଯିବାଣୁ ଯୋଗୁ ହୁଏ । From Wikipedia, the free encyclopedia
ଜୀବାଣୁ ଶ୍ୱାସନଳୀ ପ୍ରଦାହ ରୋଗରେ ଜୀବାଣୁ ସଂକ୍ରମଣ ଯୋଗୁ ପ୍ରଦାହ ହୁଏ । [1] ଏହାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟା ସମୟରେ ଘଡ଼ ଘଡ଼ ଶବ୍ଦ, ଜ୍ୱର, ଖଙ୍କାର ମିଶ୍ରିତ କାଶ ଏବଂ ଯନ୍ତ୍ରଣା ହୋଇପାରେ । [2] ରୋଗ ଜଟିଳ ହେଲେ ବାୟୁପଥରେ ଅବରୋଧ କିମ୍ବା ଟ୍ରାକିଆଲ୍ ଷ୍ଟେନୋସିସ୍ ବା ଶ୍ୱାସନଳୀ ସଙ୍କୋଚନ ହୋଇପାରେ । [2]
Tracheitis, inflammation of the trachea, membranous laryngotracheobronchitis, exudative tracheitis[1][2] | |
ବିଭାଗ | Pediatrics, ENT surgery |
---|---|
ଲକ୍ଷଣ | Stridor, fever, productive cough, pain[2] |
ବିପଦ କାରକ | Following viral upper respiratory infections, endotracheal intubation, tracheostomy, poor immune function[2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[3] |
ସଠିକ ରୋଗ ନିର୍ଣ୍ଣୟ | Epiglottitis, croup, candidiasis, diphtheria, retropharyngeal abscess, viral laryngitis[2] |
ଚିକିତ୍ସା | Antibiotics, endotracheal intubation[3] |
ପୁନଃପୌନିକ | Rare[3] |
ଏହା କ୍ରୁପ୍ କିମ୍ବା ଅନ୍ୟାନ୍ୟ ଭୂତାଣୁ ଜନିତ ଶ୍ୱାସକ୍ରିୟା ସଂକ୍ରମଣ ପରେ ହୋଇପାରେ ।[2] [3] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍, ଟ୍ରାକିଓଷ୍ଟୋମି ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟ ଯୋଗୁ ହୋଇପାରେ । [2] [3] ସାଧାରଣତଃ ଜଡ଼ିତ ଜୀବାଣୁ ମଧ୍ୟରେ ଷ୍ଟାଫିଲୋକୋକସ୍ ଅରିଅସ୍ ଏବଂ ଷ୍ଟ୍ରେପଟୋକୋକାଇ ଅନ୍ତର୍ଭୁକ୍ତ। [3] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ବ୍ରୋଙ୍କୋସ୍କୋପି କିମ୍ବା ଏକ୍ସ-ରେଦ୍ୱାରା ଏହା ନିଶ୍ଚିତ ହୋଇପାରେ। [3]
ଚିକିତ୍ସାରେ ଆଣ୍ଟିବାୟୋଟିକ୍ ଏବଂ ବେଳେବେଳେ ଏଣ୍ଡୋଟ୍ରା କିଆଲ ଇଣ୍ଟ୍ୟୁବେସନ୍ କରାଯାଏ । [3] ଆଣ୍ଟିବାୟୋଟିକ୍ ମଧ୍ୟରେ ସେଫ୍ଟ୍ରିଆକ୍ସନ୍ ସହିତ ଭାନକୋମାଇସିନ୍ କିମ୍ବା ଆମୋକ୍ସିସିଲିନ୍/କ୍ଲାଭୁଲାନେଟ୍ ଦିଆଯାଇ ପାରେ । [2] ପ୍ରଶ୍ୱାସପ୍ରାପ୍ତ ଏପିନେଫ୍ରିନ୍ ଉପଯୋଗୀ ନୁହେଁ । [2] ଚିକିତ୍ସା ସହିତ ଫଳାଫଳ ସାଧାରଣତଃ ଭଲ ହୋଇଥିଲେ ମଧ୍ୟ ଲୋକମାନେ ଏହାର ପରିଣାମ ସ୍ୱରୂପ ମରିପାରନ୍ତି । [2]
ଜୀବାଣୁ ଶ୍ୱାସନଳୀ ପ୍ରଦାହ ଏକ ବିରଳ ରୋଗ, ପ୍ରତିବର୍ଷ ପ୍ରାୟ ୧ରୁ ୧୦ ପିଲାଙ୍କୁ ପ୍ରଭାବିତ କରିଥାଏ। [3] [2] ଏହା ସାଧାରଣତ ୩ରୁ ୮ବର୍ଷ ବୟସର ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ ।[2] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୋଇପାରନ୍ତି। [2] ଏହା ସାଧାରଣତ ଶୀତ ଶେଷରେ ଦେଖାଯାଏ । [2] ପ୍ରଥମେ ୧୯୨୦ ଦଶକରେ ଏହି ଅବସ୍ଥା ବର୍ଣ୍ଣନା କରାଯାଇଥିଲା। [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.