ଜୀବସାର ଖ
ଗୋଟିଏ ଭିଟାମିନ ଗୋଷ୍ଠି / From Wikipedia, the free encyclopedia
ଜୀବସାର ଖ ବା ଭିଟାମିନ ଖ (ଇଂରାଜୀରେ Vitamin B) ଗୋଟିଏ ଭିଟାମିନ ଗୋଷ୍ଠିର ନାମ । ଏହି ଭିଟାମିନ ଦେହର ଜୀବକୋଷ ବିପାକରେ (metabolism) ସାହାଯ୍ୟ କରେ । ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ୱାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି । ଏହି ଗୋଷ୍ଠିରେ ଆଠଟି ଭିଟାମିନ ଥାଏ । ସମସ୍ତଙ୍କୁ ବର୍ଣ୍ଣମାଳାର ଗୋଟିଏ ଅକ୍ଷର 'ଖ' ସାଥୀରେ ଗୋଟିଏ ସଂଖ୍ୟା ଦିଆଯାଇଥାଏ, ଯେପରିକି ଖ୧, ଖ&nଖsp;୨ ଇତ୍ୟାଦି ।