ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ଔଷଧ From Wikipedia, the free encyclopedia
ଜିଡୋଭୁଡିନ ବା ଜେଡଡିଭି (ଇଂରାଜୀ ଭାଷାରେ Zidovudine ବା ZDV) ଅନ୍ୟ ନାମ ଆଜିଡୋଥାଇମିଡିନ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ (HIV/AIDS) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଅନ୍ୟ ରେଟ୍ରୋଭାଇରାଲ ଔଷଧମାନଙ୍କ ସହିତ ଦିଆଯାଏ । ଏହା ଭର୍ଟିକାଲ ସଂକ୍ରରମଣ ଅର୍ଥାତ ମାତାଠାରୁ ଶିଶୁର ସଂକ୍ରମଣ ରୋକିବାକୁ ଦିଆଯାଏ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣକୁ ରୋକୁବାକୁ ଦିଆଯାଏ । ଏହା ଏକକ ଭାବରେ ଦିଆଯାଏ ବା ଅନ୍ୟ ଔଷଧ ସହିତ ମଧ୍ୟ ଦିଆଯାଏ ଯେପରିକି ଲାମିଭୁଡିନ/ଜିଡୋଭୁଡିନ (lamivudine/zidovudine) ଓ ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ (abacavir/lamivudine/zidovudine) । ଏହା ପାଟିରେ ଦିଆଯାଏ ବା ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[2]
Clinical data | |
---|---|
Trade names | ବ୍ୟବସାୟୀକ ନାମ ରେଟ୍ରୋଭିର (Retrovir) ଓ ଅନ୍ୟାନ୍ୟ |
AHFS/Drugs.com | monograph |
Pregnancy category |
|
Routes of administration | ପାଟିରେ (By mouth), ଶିରାଭ୍ୟନ୍ତରରେ (IV), ମଳଦ୍ୱାର ଭିତରେ (rectal suppository) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ସମ୍ପୁର୍ଣ୍ଣ ଅବଶୋଷଣ, ପ୍ରଥମ ଶ୍ରେଣୀର ମେଟାବୋଲିଜ୍ମ ପରେ ସିସ୍ଟମରେ ଉପଲବ୍ଧ ୭୫% (ରେଞ୍ଜ ୫୨ରୁ ୭୫%) |
Protein binding | ୩୦ରୁ ୩୮% |
Metabolism | ଯକୃତ (liver) |
Elimination half-life | 0.୫ to ୩ ଘଣ୍ଟା |
Excretion | ବୃକ୍କ (kidney) ଓ ପିତ୍ତ ମାଧ୍ୟମ (biliary) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
PDB ligand | |
ECHA InfoCard | 100.152.492 |
Chemical and physical data | |
Formula | C10H13N5O4 |
Molar mass | 267.242 ଗ୍ରା/ମୋଲ |
3D model (JSmol) | |
SMILES
| |
InChI
| |
(what is this?) (verify) |
ଏହି ଔଷଧ ଯୋଗୁ ହେଉଥିବା ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ଜ୍ୱର ଓ ଅଇ ହୁଏ । ସଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ମାଂସପେଶୀ କ୍ଷତି (muscle damage) ଓ ଲାକ୍ଟିକ ଏସିଡୋସିସ (high blood lactate levels) ହୁଏ । ଏହା ଗର୍ଭାବସ୍ଥାରେ ମଧ୍ୟ ବ୍ୟବହାର କରାଯାଏ ଓ ଶିଶୁ ନିମନ୍ତେ ନିରାପଦ ଜଣାଯାଏ । ଏହା ନ୍ୟୁକ୍ଲିଓସାଇଡ ଆନାଲଗ ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର]] nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧ । ଡିଏନଏ ପ୍ରସ୍ତୁତ କରିବାକୁ ଭୁତାଣୁ ଯେଉଁ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମ (enzyme) ବ୍ୟବହାର କରେ ତାହାକୁ ଏହି ଔଷଧ ଅବରୋଧ କରିବା ଯୋଗୁ ଭୁତାଣୁର ରେପ୍ଲିକେସନ ହୋଇପାରେନାହିଁ ।[2]
ସନ ୧୯୬୪ରେ ସର୍ବପ୍ରଥମେ ଜିଡୋଭୁଡିନ ବିଷୟ ବର୍ଣ୍ଣନା କରାଯାଇଥିଲା ।[3] ସନ ୧୯୮୬ରେ ପ୍ରଥମେ ଆମେରିକାରେ ମଞ୍ଜୁରୀ ପାଇଥିଲା ଓ ଏଚଆଇଭି ନିମନ୍ତେ ପ୍ରଥମ ଚିକିତ୍ସା ଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [2] ବିକାଶଶୀଳ ଦେଶରେ (developing world) ଏହାର ମାସିକ ଖର୍ଚ୍ଚ ୫.୧୦ରୁ ୨୫.୬୦ଆମେରିକୀୟ ଡଲାର ।[6] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୦୦ଡଲାରରୁ ଅଧିକ ଥିଲା ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.