From Wikipedia, the free encyclopedia
ଜିକୋନୋଟାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରିୟାଲ୍ଟ, ହେଉଛି ଦୀର୍ଘକାଳୀନ ବା କ୍ରୋନିକ୍ ଯନ୍ତ୍ରଣା ପାଇଁ ବ୍ୟବହୃତ ଏକ ଔଷଧ ।[1] ଏହା ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ । [1] ସ୍କଟଲ୍ୟାଣ୍ଡରେ ୨୦୦୭ ସୁଦ୍ଧା ଏହା ବ୍ୟବହାର ସୁପାରିଶ କରାଯାଇ ନାହିଁ । [2] ବ୍ୟବହୃତ ମାତ୍ରା ବା ଡୋଜ ସାଧାରଣତଃ ୩ ସପ୍ତାହ ମଧ୍ୟରେ ଧୀରେ ଧୀରେ ବୃଦ୍ଧି କରାଯାଏ ।[1]
Clinical data | |
---|---|
Trade names | Prialt, others |
Synonyms | SNX–111 |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intrathecal – directly into cerebrospinal fluid by a catheter |
Legal status | |
Legal status |
|
Pharmacokinetic data | |
Bioavailability | 50% |
Elimination half-life | 2.9 to 6.5 hours |
Excretion | <1% urine |
Identifiers | |
ECHA InfoCard | 100.212.174 |
Chemical and physical data | |
Formula | C102H172N36O32S7 |
Molar mass | ୨,୬୩୯.୧୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ବା
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ, ମୁଣ୍ଡବିନ୍ଧା, ଚକ୍ଷୁ ଦୋଳନ ବା ନିଷ୍ଟାଗମସ ଏବଂ ନିଦ୍ରାଳୁ ଭାବ ହୋଇପାରେ । [1] [3] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍ କିମ୍ବା ମେନିଞ୍ଜାଇଟିସ୍ ହୋଇପାରେ ।[1] ଏହା ଯନ୍ତ୍ରଣା ସୃଷ୍ଟି କରୁଥବା ନ୍ୟୁରନ୍ ଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଏନ-ପ୍ରକାରର କ୍ୟାଲସିୟମ୍ ଚ୍ୟାନେଲ ସହିତ ବନ୍ଧନ ଯୁକ୍ତ ହୋଇ ଯନ୍ତ୍ରଣା ଅନୁଭବ କରାଏ ।[1] ଏହା ଏକ ଓପିଏଡ୍ ନୁହେଁ | [1]
୨୦୦୪ ମସିହାରେ ଆମେରିକାରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜିକୋନୋଟାଇଡ ଅନୁମୋଦିତ ହୋଇଥିଲା ।[1] [3] ଏହା ମୂଳତଃ ଗେଣ୍ଡା/ଶାମୁକା (conus magus) ବିଷରୁ ତିଆରି ହୋଇଥିଲା ।[1] ଅଧୁନା ଏହା ଡବ୍ଲ୍ୟୁ-କୋନୋଟକ୍ସିନ ପେପ୍ଟାଇଡରୁ ପ୍ରସ୍ତୁତ ହେଉଛି ।[4] ୨୦୧୨ ମସିହାରେ ୪୫ ଦିନ ପାଇଁ ଦିଆଯାଉଥିବା ଔଷଧର ମୂଲ୍ୟ ଆମେରିକାରେ ପ୍ରାୟ ୭୩୦ ଡଲାରରୁ ୪,୪୦୦ ଡଲାର ଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.