![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/58/Janssen_COVID-19_vaccine_%25282021%2529_F_%2528cropped%2529_2.jpg/640px-Janssen_COVID-19_vaccine_%25282021%2529_F_%2528cropped%2529_2.jpg&w=640&q=50)
ଜାନସେନ କୋଭିଡ଼-୧୯ ଟିକା
ଏହା କୋଭିଡ଼-୧୯ ପ୍ରତିଷେଧ ନିମନ୍ତେ ବ୍ୟବହୃତ ଏକ ଟିକା । / From Wikipedia, the free encyclopedia
ଜାନସେନ କୋଭିଡ଼-୧୯ ଟିକା ହେଉଛି କୋଭିଡ଼-୧୯ ପ୍ରତିଷେଧ ନିମନ୍ତେ ବ୍ୟବହୃତ ଏକ ଟିକା ।[4] ଏହା ୧୭ ବର୍ଷରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୁଏ ।[4] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[4] ପ୍ରଥମ ଇଞ୍ଜେକସନ ନେବାର ଦୁଇ ମାସ ପରେ ଦ୍ୱିତୀୟ ମାତ୍ରା/ଡୋଜ ଦିଆଯାଇପାରେ ।[4] ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ଯେ ଏହା କୋଭିଡ଼-୧୯ର ବିପଦକୁ ୨ ସପ୍ତାହ ପରେ ୬୭% ଏବଂ ଭୟଙ୍କର ରୋଗକୁ ୭୭% ହ୍ରାସ କରିଥାଏ ।[4][1]
![]() A vial of Janssen COVID-19 vaccine | |
Vaccine description | |
---|---|
Target disease | SARS-CoV-2 |
Type | ? |
Clinical data | |
Trade names | Janssen COVID-19 Vaccine,[1][2] COVID-19 Vaccine Janssen[3][4] |
Synonyms | Johnson & Johnson COVID-19 vaccine |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intramuscular |
Legal status | |
Legal status |
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣର ହୁଏ ଏବଂ କିଛି ଦିନ ମଧ୍ୟରେ ସମାଧାନ ହୁଏ ।[4] ଏଗୁଡିକ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା, ମାଂସପେଶୀ ଯନ୍ତ୍ରଣା ଏବଂ ଅଇ ହୋଇପାରେ ।[4] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଗୁଇଲେନ-ବାରେ ସିଣ୍ଡ୍ରୋମ, କମ ରକ୍ତ ପ୍ଲାଲେଟ୍ ଏବଂ ଆନାଫାଇଲାକ୍ସିସ ହୋଇପାରେ ।[4] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ ।[22] ଏହା ଏକ ଭୂତାଣୁ ଭେକ୍ଟର ଟିକା ଅର୍ଥାତ୍ ଏହା ଅନ୍ୟ ଏକ ଭୂତାଣୁରୁ (ଆଡେନୋଭାଇରସ୍ ) ଗଠିତ ଯାହା SARS-CoV-2 ଜୀବାଣୁର ସ୍ପାଇକ ପୁଷ୍ଟିସାରର ଜିନ ଧାରଣ କରିବା ପାଇଁ ପରିବର୍ତ୍ତିତ କରାଯାଇଛି ।[4]
ଏହି ଟିକା ଫେବୃଆରୀ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଗ୍ରହଣ କରିଥିଲା ଏବଂ ମାର୍ଚ୍ଚ ୨୦୨୧ ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[22] [4] ୨୦୨୨ ସୁଦ୍ଧା ଅତି କମରେ ୮୨ଟି ଦେଶରେ ଏହାକୁ କିଛି ସ୍ତରରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।[23] ଏହା ନେଦରଲ୍ୟାଣ୍ଡର ଜାନସେନ୍ ଟିକା[24] ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ବେଲଜିୟମ୍ ଜାନସେନ୍ ଫାର୍ମାସ୍ୟୁଟିକାଲ୍ସ[25] ଯାହା ଆମେରିକାର ଏକ ଶାଖା କମ୍ପାନୀ ଜନସନ ଓ ଜନସନ ଅଟେ ।[24] ଆମେରିକା ସରକାର ଏକ ମାତ୍ରା ପିଛା ପ୍ରାୟ ୧୦ ଡଲାର ଦାମରେ କିଣି ଲୋକଙ୍କୁ ମାଗଣାରେ ଯୋଗାଉଥିଲେ ।[26][27] ଏହି ଟିକା ରେଫ୍ରିଜରେଟରେ ଗଚ୍ଛିତ ହେଇଛି ।[22]