![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/05/Panthera_in_Jaldapara_Wildlife_Sanctuary.jpg/640px-Panthera_in_Jaldapara_Wildlife_Sanctuary.jpg&w=640&q=50)
ଜଳଦାପଡ଼ା ଜାତୀୟ ଉଦ୍ୟାନ
From Wikipedia, the free encyclopedia
ଜଳଦାପଡ଼ା ଜାତୀୟ ଉଦ୍ୟାନ (ବଙ୍ଗଳା ଭାଷାରେ জলদাপাড়া জাতীয় উদ্যান) ପୂର୍ବ ହିମାଳୟର ପାଦଦେଶରେ ତୋର୍ଷା ନଦୀ କୂଳରେ ଅବସ୍ଥିତ । ପ୍ରଶାସନିକ ଦୃଷ୍ଟିକୋଣରୁ ଏହା ଉତ୍ତର ପଶ୍ଚିମ ବଙ୍ଗର ଅଲିପୁରଦ୍ୱାର ଜିଲ୍ଲାରେ ଅବସ୍ଥିତ । ଜଳଦପଡ଼ାର ସମୁଦ୍ରପତନରୁ ଉଚ୍ଚତା ପ୍ରାୟ ୬୧ ମିଟର୍ । ନଦୀ ଓ ତୃଣଭୂମି ପୂର୍ଣ୍ଣ ୨୧୬.୫୧ ବର୍ଗ କି.ମି. ଅଞ୍ଚଳରେ ଏହି ଜାତୀୟ ଉଦ୍ୟାନ ପରିବ୍ୟାପ୍ତ ।[1] ଏଠାକାର ବନ ଓ ଜୀବ ସମ୍ପଦର ସୁରକ୍ଷା ପାଇଁ ୧୯୪୧ ମସିହାରେ ଜଳଦାପଡ଼ାକୁ ଏକ ଅଭୟାରଣ୍ୟ ଘୋଷିତ କରାଯାଇଥିଲା । ବର୍ତ୍ତମାନ ବିଲୁପ୍ତପ୍ରାୟ ଭାରତୀୟ ଗଣ୍ଡାର ଏକ ଅଂଶ ଏହି ଜାତୀୟ ଉଦ୍ୟାନରେ ବସବାସ କରୁଛନ୍ତି ।[2] ଜଳଦାପଡ଼ାକୁ ବର୍ଗ-୪ ଅଧିବାସ ପରିଚାଳନା କ୍ଷେତ୍ର (Habitat management area) ରୂପେ ଗଣନା କରାଯାଏ ।[3] ଜଳଦାପଡ଼ା ଓ ବକ୍ସା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ରହିଥିବା ଚିଲପାଟା ଜଙ୍ଗଲ ଏକ ସଂରକ୍ଷିତ ହାତୀ ଜଙ୍ଗଲ ।[4] ଜଳଦାପଡ଼ା ନିକଟସ୍ଥ ଗୋରୁମାରା ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ଭାରତୀୟ ଗଣ୍ଡା ବସବାସ କରନ୍ତି ।
ଜଳଦାପଡ଼ା ଜାତୀୟ ଉଦ୍ୟାନ জলদাপাড়া জাতীয় উদ্যান Jaldapara National Park | |
---|---|
IUCN Category II (National Park) | |
![]() ଜଳଦାପଡ଼ା ଜାତୀୟ ଉଦ୍ୟାନର ଏକ କଲରାପତରିଆ ବାଘ | |
ଭାରତରେ ଜଳଦାପଡ଼ାର ଅବସ୍ଥିତି | |
ଅବସ୍ଥାନ | ଅଲିପୁରଦ୍ୱାର ଜିଲ୍ଲା, ପଶ୍ଚିମ ବଙ୍ଗ, ଭାରତ |
ପାଖ ସହର | ମଦାରିହାଟ/ ବୀରପଡ଼ାNearest city: ମଦାରିହାଟ/ ବୀରପଡ଼ା |
ଦିଗବାରେଣି | 26°37′43″N 89°22′39″E |
କ୍ଷେତ୍ରଫଳ | ୨୧୬.୫୧ ବର୍ଗ କି.ମି. |
ସ୍ଥାପିତ | ୧୯୪୧ Established: ୧୯୪୧ |