ଜନ୍ମଗତ ହୃତ୍ପିଣ୍ଡ ତୃଟି
From Wikipedia, the free encyclopedia
ଜନ୍ମଗତ ହୃତ୍ପିଣ୍ଡ ତୃଟି (ସିଏଚଡି) ଜନ୍ମଗତ ହୃତ୍ପିଣ୍ଡ ବା ଜନ୍ମଗତ ହୃତ୍ପିଣ୍ଡ ରୋଗ ହୃତ୍ପିଣ୍ଡ ସଂରଚନା ସମସ୍ୟା ଯାହା ଜନ୍ମରୁ ଥାଏ । [2] ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଲକ୍ଷଣ ନିର୍ଭର କରେ । [3] ଲକ୍ଷଣହୀନରୁ ଜୀବନ ସଂଶୟକାରୀ ଲକ୍ଷଣ ଦେଖାଯାଇପାରେ । [2] ଏହି ରୋଗ ଥିଲେ ଦୃତ ଶ୍ୱାସକ୍ରିୟା, ନୀଳଚର୍ମ, ସ୍ୱଳ୍ପ ଓଜନ ବୃଦ୍ଧି ଓ ଥକ୍କାଣ ଲକ୍ଷଣ ଦେଖାଯାଏ । [4] ଏହି ରୋଗରେ ଛାତି ଯନ୍ତ୍ରଣା ହୁଏ ନାହିଁ । [4] ଅନ୍ୟ କୌଣସି ରୋଗ ନ ଥାଇ ମଧ୍ୟ ଏହି ତୃଟି ଥାଇପାରେ । [3] ଏହାର ଜଟିଳତା ମଧ୍ୟରେ ହୃଦ୍ପାତ ମୂଖ୍ୟ । [4]
ଜନ୍ମଗତ ହୃତ୍ପିଣ୍ଡ ତୃଟି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | Q20.-Q26. |
ଆଇସିଡ଼ି-୯-ସିଏମ୍ | 745-747 |
ରୋଗ ଡାଟାବେସ | 17017 |
ମେଡ଼ିସିନ-ପ୍ଲସ | 001114 |
MeSH | D006330 |
ଜନ୍ମଗତ ହୃତ୍ପିଣ୍ଡ ତୃଟିର କାରଣ ଅଜ୍ଞାତ । [5] କେତେକ ରୋଗର କାରଣ :- ଗର୍ଭାବସ୍ଥାରେ ସଂକ୍ରମଣ ଯଥା ରୁବେଲା, କେତେକ ଔଷଧ ଯେପରିକି ଆଲକୋହୋଲ ବା ଟୋବାକୋ, ପିତାମାତା ପରଷ୍ପରର ସମ୍ପର୍କୀୟ ହୋଇଥିଲେ, ପୋଷକ ତତ୍ତ୍ୱର ଅଭାବ ବା ମୋଟାପା । [3][6] ପିତାମାତାଙ୍କ ମଧ୍ୟରୁ ଜଣକର ହୃତ୍ପିଣ୍ଡ ତୃଟି ଥିଲେ ରୋଗ ସଙ୍କଟ ରହେ । [7] ହୃତ୍ପିଣ୍ଡ ତୃଟି ସହିତ କେତେକ ଜେନେଟିକ ରୋଗ ଯେପରିକି ଡାଉନ ସିଣ୍ଡ୍ରୋମ, ଟର୍ନର ସିଣ୍ଡ୍ରୋମ ମାର୍ଫାନ ସିଣ୍ଡ୍ରୋମ ଇତ୍ୟାଦି ଜଡ଼ିତ ଥାଆନ୍ତି । [3] ଶିଶୁର ନୀଳ ରଙ୍ଗରେ ପରବର୍ତ୍ତିତ ହେବାର କ୍ଷମତା ଅନୁସାରେ ଜନ୍ମଗତ ହୃତ୍ପିଣ୍ଡ ତୃଟି ଦୁଇ ଭାଗରେ ବିଭକ୍ତ କରାଯାଏ: ସ୍ୟାନୋଟିକ ହୃତ୍ପିଣ୍ଡ ତୃଟି ଓ ନନ୍ ସ୍ୟାନୋଟିକ ହୃତ୍ପିଣ୍ଡ ତୃଟି । [3] ହୃତ୍ପିଣ୍ଡ ଅଭ୍ୟନ୍ତରସ୍ଥ କାନ୍ଥ, ଭଲଭ୍ ବା ହୃତ୍ପିଣ୍ଡକୁ ବା ହୃତ୍ପିଣ୍ଡରୁ ଯାଉଥିବା ବଡ଼ ରକ୍ତନଳୀରେ ତୃଟି ଥାଇପାରେ । [2]
କେତେକ ଜନ୍ମଗତ ହୃତ୍ପିଣ୍ଡ ତୃଟି ପ୍ରତିରୋଧ କରାଯାଇପାରେ ଯେପରିକି ରୁବେଲା ଟିକାକରଣଦ୍ୱାରା, ଲୁଣରେ ଆୟୋଡିନ ମିଶେଇ ଓ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶ୍ରତ କରି । [3] କେତେକ ତୃଟିର ଚିକିତ୍ସା ଆବଶ୍ୟକ ହୁଏନାହିଁ । [2] ଅନ୍ୟ କେତେକ ତୃଟି କାଥେଟର ପ୍ରକ୍ରିୟା ବା ହୃତ୍ପିଣ୍ଡ ଅପରେଶନ କରି ଚିକିତ୍ସା କରାଯାଏ । [8] ବେଳେବେଳେ ଏକାଧିକ ଅପରେଶନ ଆବଶ୍ୟକ ହୁଏ । [8] ବେଳେବେଳେ ହୃତ୍ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ । [8] ସମୁଚିତ ଚିକିତ୍ସା କଲେ ଜଟିଳ ସମସ୍ୟା ଥାଇ ମଧ୍ୟ ଫଳାଫଳ ଉତ୍ତମ ହୁଏ । [2]
ଜନ୍ମଗତ ତୃଟି ସମୂହ ମଧରେ ଜନ୍ମଗତ ହୃତ୍ପିଣ୍ଡ ତୃଟି ସବୁଠାରୁ ସାଧାରଣ । [9][3] ସାରା ପୃଥିବୀରେ ସନ ୨୦୧୩ରେ ୩୪.୩ ନିୟୁତ ଜନ୍ମଗତ ହୃତ୍ପିଣ୍ଡ ତୃଟି ରୋଗୀ ଥିଲେ । [9] ରୋଗ ନିର୍ଣ୍ଣୟ ପଦ୍ଧତି ଅନୁସାରେ ପ୍ରତି ଏକ ହଜାରରେ ୪ରୁ ୭୫ ଏହି ତୃଟି ଦେଖାଯାଏ । [3][7] ଏକ ହଜାରରେ ୬ରୁ ୯ ରୋଗୀ ମଧ୍ୟମରୁ ଗମ୍ଭୀର ସମସ୍ୟା ସୃଷ୍ଟି କରନ୍ତି । [7] ଜନ୍ମ ତୃଟି ସମ୍ପର୍କୀୟ ମୃତ୍ୟ ସଂଖାରେ ସର୍ବାଧିକ ଜନ୍ମଗତ ହୃତ୍ପିଣ୍ଡ ତୃଟି କାରଣ ଯୋଗୁ ହୁଏ । [3] ସନ ୧୯୯୦ରେ ଏହି ରୋଗ ଯୋଗୁ ୩୬୬,000 ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା କମିଯାଇ ୩୨୩,000 ମୃତ୍ୟୁ ହୋଇଥିଲା । [10]