ହିନ୍ଦୁ ଦେବୀ From Wikipedia, the free encyclopedia
ଛାୟା (ଇଂରାଜୀ ଭାଷାରେ Chhaya or Chaya), (ସଂସ୍କୃତ: छाया), ଛାଇର ମାନବୀକରଣ କରାଯାଇ ହିନ୍ଦୁ ଦେବୀଙ୍କର ମାନ୍ୟତା ଦିଆଯାଇଛି ଓ ସୁର୍ଯ୍ୟ ଦେବତାଙ୍କର ପତ୍ନୀ ରୂପରେ ବିଚାର କରାଯାଇଛି । [1]
ଛାୟା | |
---|---|
ଛାୟାର ଦେବୀ | |
Devanagari | छाया |
Sanskrit Transliteration | Chhāyā |
Affiliation | ଦେବୀ, ସନ୍ଧ୍ୟାର (Sandhya) ଛାୟା |
ଲୋକ | ସୂର୍ଯ୍ୟାଲୋକ |
Mantra | Om Chhayave Namah |
ସ୍ୱାମୀ/ସ୍ତ୍ରୀ | ସୂର୍ଯ୍ୟ |
ପିତାମାତା | ବିଶ୍ୱକର୍ମା (Vishwakarma) |
ସନ୍ତାନଗଣ | ଶନି, ତପତୀ (Tapati), ଭଦ୍ର (Bhadra)(ନିଜ ସନ୍ତାନ)
ଯମୀ, ଯମ, ଅଶ୍ୱିନୀ କୁମାରମାନେ (Ashvins), |
ଛାୟାଙ୍କୁ ମାତା ଭାବରେ ବର୍ଣ୍ଣନା କରାଯାଇଛି ଓ ତାଙ୍କର ପିଲାମାନଙ୍କର ନାମ: ଶନି, ଯିଏ ଶନି ଗ୍ରହର ଦେବତା ଓ ଏକ ଭୟାବହ ଗ୍ରହ; ତାପ୍ତୀ ଦେବୀ ଯିଏ ତାପ୍ତୀ ନଦୀର ଦେବୀ; ଓ ସବର୍ଣ୍ଣୀ ମନୁ ଯିଏ ହିନ୍ଦୁ ମତରେ ଅଷ୍ଟମ ମନୁ (Manu) ହେବେ ଓ ଆସନ୍ତା ମନ୍ୱନ୍ତରର (Manvantara) ଶାସକ ହେବେ । [2]
ଋକବେଦରେ (Rigveda - ଖ୍ରୀ:ପୂ: ୧୨୦୦-୧୦୦୦) ଛାୟାଙ୍କ ପ୍ରଥମ ବର୍ଣ୍ଣନା ରହିଛି । ଦୁଇ ଯମଜ ସନ୍ତାନ ଜାତ ହେବା ପରେ ମାତା ସରନ୍ୟୁ ତଥା ବିଶ୍ୱକର୍ମାଙ୍କ ଝିଅ ତାଙ୍କ ସ୍ୱାମୀ ବିବସ୍ୱନଙ୍କୁ (ସୂର୍ଯ୍ୟ) ପରିତ୍ୟାଗ କରି ଏକ ଘୋଡ଼ି ରୂପରେ ଚାଲିଯାଇଥିଲେ । ସୂର୍ଯ୍ୟଙ୍କ ଔରଷରୁ ସରନ୍ୟଙ୍କର କୌଣସି ସନ୍ତାନ ନଥିଲେ । ପରେ ଖ୍ରୀ:ପୂ: ୫୦୦ରେ ଋକବେଦରେ ୟସ୍କ କିଛି ଅଧିକ ଲେଖିଥିଲେ ଯାହାକୁ ନିକୁତ କୁହାଗଲା ଓ ତାହା ଅନୁସାରେ ସବର୍ଣ୍ଣଠାରୁ ମନୁ ବା ସବର୍ଣ୍ଣୀ ମନୁ (ଯାହାଙ୍କଠରୁ ମାନବ ସୃଷ୍ଟି ହୋଇଛି) ଜନ୍ମ ହୋଇଥିଲେ । ମୂଳ ଲେଖାରେ ସବର୍ଣ୍ଣ ବଦଳରେ ସରନ୍ୟୁ ଲେଖାଥିଲା; ନିକୁତରେ ଲେଖାଅଛି, ସରନ୍ୟୁ ସବର୍ଣ୍ଣଙ୍କୁ ସୃଷ୍ଟି କଲେ ଓ ତାଙ୍କୁ ବଦଳେଇ ଦେଇଥିଲେ । ଅନ୍ୟ ଏକ ଗାଥାରେ ଛାୟାଙ୍କ ସାଦୃଶ୍ୟ ଥିବା ସଦ୍ରିଶା ନାମକ ଏକ ମହିଳା ସୂର୍ଯ୍ୟଙ୍କୁ ଜନ୍ମ ଦେଇଥିଲେ । ସେହି ମନୁ ରାଜର୍ଷି ହୋଇଥିଲେ । [3]
ମହାଭାରତ ପରେ ହରିବଂଶ ରଚନା ହୋଇଥିଲା ଓ ସେଥିରେ ସରନ୍ୟୁଙ୍କ ନାମ ସଞ୍ଜନା ଥିଲା ଓ ତାଙ୍କର ଦ୍ୱୈତକୁ ସେ ଛାୟାରେ ପରିଣତ କରିଥିଲେ । ଏହି ବର୍ଣ୍ଣନାରେ ଅଛି:[4] ସୂର୍ଯ୍ୟଙ୍କର ତିନି ସନ୍ତାନଙ୍କୁ ଜନ୍ମ ଦେବା ପରେ ସଞ୍ଜନା ତାଙ୍କୁ ପରିତ୍ୟାଗ କରିଥିଲେ ଓ ସନ୍ତାନମାନଙ୍କର ଦାୟିତ୍ୱ ଛାୟା ଉପରେ ଛାଡ଼ିଦେଲେ । ଛାୟାଙ୍କୁ ସଞ୍ଜନା ଭାବି ତାଙ୍କ ଔରସରୁ ମନୁ ଜାତ କରିଥିଲେ । ପିତାଙ୍କ ଭଳି ଦେଖିବାକୁ ହୋଇଥିବାରୁ ତାଙ୍କୁ ସବର୍ଣ୍ଣି ମନୁ ଡକାଗଲା । ଛାୟାଙ୍କର ଅନ୍ୟ ନାମ ପାର୍ଥି ସଞ୍ଜନା ଥିଲା ଓ ସେ ସଞ୍ଜନାଙ୍କର ପିଲାମାନଙ୍କୁ ଭୁଲିଗଲେ । ଯମ ତାଙ୍କୁ ଭୟଭୀତ କରିବାରୁ ଛାୟା ଯମଙ୍କୁ ଅଭିଶାପ ଦେଲେ । ଏହି ବିଷୟ ଗୋଚରକୁ ଆସିବାରୁ ସୂର୍ଯ୍ୟ ଛାୟାଙ୍କୁ ଡରେଇବା ଫଳରେ ସଞ୍ଜନାଙ୍କୁ ଫେରିପାଇଲେ । ଏହି ଲେଖାରେ ସବର୍ଣ୍ଣି ମନୁଙ୍କର ଶନି ଏକ ଭାଇ ଭାବରେ ଲେଖାଅଛି କିନ୍ତୁ ତାଙ୍କ ଜନ୍ମ ବୃତ୍ତାନ୍ତ ସବିଶେଷ ଭାବରେ ବର୍ଣ୍ଣନା କରାଯାଇ ନାହିଁ ।
ମାର୍କଣ୍ଡେୟ ପୁରାଣରେ ଛାୟା-ସଞ୍ଜନା କଥା ଦୁଇ ଥର ଲେଖାଯାଇଛି ଓ ହରିବଂଶ ଭଳି ଲେଖାଅଛି କିନ୍ତୁ ସୂର୍ଯ୍ୟଙ୍କୁ ପରିତ୍ୟାଗ କରିବାର କାରଣ ସ୍ୱରୂପ ଲେଖାଯାଇଛି ଯେ ସୂର୍ଯ୍ୟଙ୍କର ତେଜ ଓ ଶୌର୍ଯ୍ୟ ସହି ନପାରି ସଞ୍ଜନା ତାଙ୍କୁ ପରିତ୍ୟାଗ କରିଥିଲେ । ଯମଙ୍କୁ ଦିଆଯାଇଥିବା ଅଭିଶାମ ବିସୟ ସାମାନ୍ୟ ଅଲଗା ଲେଖାଅଛି । ଛାୟାଙ୍କୁ ଯମ ଗାଳିଦେଇ ତାଙ୍କ ଗୋଡ଼କୁ ଧରି ଗୋଇଠା ମାରିବାକୁ ଉଦ୍ୟତ ହେଲେ । ତେଣୁ ଯମଙ୍କୁ ଛାୟା ଅଭିଶାପ ଦେଇ ତାଙ୍କର ଗୋଡ଼ରେ ପୋକ ପଡ଼ି ଘାଆ ହୋଇଯିବାକୁ କହିଥିଲେ । ଯମଙ୍କର କଷ୍ଟ ଲାଘବ ପାଇଁ ପୋକଗୁଡ଼ିକ ଖାଇଯିବାକୁ ସୂର୍ଯ୍ୟ ତାଙ୍କୁ ଏକ ଗଞ୍ଜା ଦେଲେ । ଅନ୍ୟ ଏକ କାହାଣୀରେ ଛାୟା କହୁଛନ୍ତି ଯେ ସେ ଯମଙ୍କର ପିତାଙ୍କର ପତ୍ନୀ । ଏହି ସମସ୍ତ ବିଶ୍ୱାସ ମିଥ୍ୟା, କାରଣ ସଞ୍ଜନା ଫେରିଆସିବା ପରେ ଛାୟାକୁ ଖରାପ ବ୍ୟବହାର କରିବାରୁ ତାଙ୍କୁ ସମସ୍ତ ଲୋକରୁ ବିତାଡ଼ିତ କରିଦିଆଯାଇଥିଲା । ତେଣୁ ଛାୟାଙ୍କୁ ଏକ ବଡ଼ ମାତାର ମାନ୍ୟତା ଦିଆଯାଏ ।[5][6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.