From Wikipedia, the free encyclopedia
ଛତିଶଗଡ଼ ଏକ୍ସପ୍ରେସ ଏକ ପୁରାତନ ଭାରତୀୟ ଟ୍ରେନ ଯାହା ବିଲାସପୁରକୁ ଅମୃତସରକୁ ସଂଯୋଗ କରିଥାଏ ।
ପ୍ରଥମେ ଏହି ଟ୍ରେନ 1977 ମସିହାରେ ଭୋପାଲରୁ ବିଲାସପୁର ମଧ୍ୟରେ ଛତିଶଗଡ଼ ଆଞ୍ଚଳ ଏକ୍ସପ୍ରେସ ନାମରେ ଚଳାଚଳ କରିଥିଲା ଓ ଏହା ବିଳାସପୁରରୁ ଭୋପାଳର ହବିବଗଞ୍ଜ ଯାଏ ଚଳୁଥିଲା । ଏହା ନୂତନ ଭାବେ ନିର୍ମିତ ହବିବଗଞ୍ଜ ଉପାଶହରାଞ୍ଚଳ ରେଳ ଷ୍ଟେସନରୁ ଆରମ୍ଭ ହେଇଥିଲା । ପରେ ତାହା ଭୋପାଲର ମୁଖ୍ୟ ଜଙ୍କସନ ଷ୍ଟେସନକୁ ପରିବର୍ଧିତ ହେଇଥିଲା ।1987 ମସିହାରେ ଏହା ନୂଆ ଡିଲଲର ହଜରତ ନିଜମୁଦ୍ଦିନ ଓ ପରେ 1990ମସିହାରେ ପଞ୍ଜାବର ଅମୃତସର ଯାଏ ବର୍ଦ୍ଧିତ ହେଇଥିଲା ।
ଏହି ଟ୍ରେନ ବର୍ତ୍ତମାନ 2011 କିଲୋମିଟର ଯାତ୍ରାପଥ ଅତିକ୍ରମ କରି ଭାରତୀୟ ରାଜ୍ୟ ଛତିଶଗଡ଼ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ଦେଇ ଯାତାୟତ କରେ ।
ଯାତ୍ରାପଥରେ ଏହି ଟ୍ରେନ ବିଲାସପୁର ଜଙ୍କସନ , ରାୟପୁର ଜଙ୍କସନ , ଦୁର୍ଗ , ଗୋଣ୍ଡିଆ , ଇତରସି , ନାଗପୁର , ଭୋପାଲ , ଅବେଇଦୁଲ୍ଲାଗଞ୍ଜ , ମଥୁରା , ଝାଁସୀ ,ଗ୍ୱାଲିଆର , ଗଜିଆବାଦ , ମୁଜାଫ୍ଫାରୌର , ଲୁଧିୟାନା , ଜଲନ୍ଧର ସିଟି ଦେଇଯାଇଥାଏ ।
ଅମୃତସର ଠାରୁ ଏହା ପ୍ରତ୍ୟହ 04 15 PMରେ ଛାଡି ତୃତୀୟ ଦିନ ବିଳାସପୁର ରେ 12.20 PMରେ ପହଞ୍ଚେ । ଫେରନ୍ତା ଯାତ୍ରାରେ ଏହା ବିଲାସପୁରରୁ 02.15 PMରେ ଛାଡି ତୃତୀୟ ଦିନ 08.10 AMରେ ପହଞ୍ଚେ । ଅମଲା ଷ୍ଟେସନରେ ଏହା 20/25 ମିନିଟ ରହଣି କରେ । .[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.