ଚୈତନ୍ୟ
ଭାରତୀୟ ସନ୍ଥ / From Wikipedia, the free encyclopedia
ଚୈତନ୍ୟଦେବ (୧୪୮୬-୧୫୩୪),[1] ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ୱୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[2] ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ ।[3] ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।[4]
Quick Facts ଶ୍ରୀ ଚୈତନ୍ୟ, ଜନ୍ମ ...
ଶ୍ରୀ ଚୈତନ୍ୟ | |
---|---|
ଜନ୍ମ | ବିଶ୍ୱମ୍ଭର ମିଶ୍ର (ନିମାଇଁ) (1486-02-18)୧୮ ଫେବୃଆରୀ ୧୪୮୬ ନବଦ୍ୱୀପ, ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ, |
ମୃତ୍ୟୁ | ୧୪ ଜୁନ ୧୫୩୪(1534-06-14) (ବୟସ ୪୮) ପୁରୀ |
ଉପାଧି/ ସମ୍ମାନ | ଭଗବାନ ଶ୍ରୀକୃଷ୍ଣଙ୍କଠାରେ ଗଭୀର ଭକ୍ତି |
ଦର୍ଶନ | ଭକ୍ତି ଯୋଗ |
Close