ଚୁଇଁ ସୀମା ପକ୍ଷୀ
From Wikipedia, the free encyclopedia
ଚୁଇଁ ସୀମା ପକ୍ଷୀ (ଇଂରାଜୀ ଭାଷାରେ Temminck's stint, ଜୀବବିଜ୍ଞାନ ନାମ Calidris temminckii) ଏକ କ୍ଷୁଦ୍ରାକାର ଜଳପକ୍ଷୀ । ଏହି ପକ୍ଷୀର ଇଂରାଜୀ ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିନ୍କ୍” ଶବ୍ଦ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ୍ ଜାକବ୍ ଟେମିନ୍କ୍ଙ୍କ ସମ୍ମାନରେ ରଖାଯାଇଛି ।[3] ଏହି ପ୍ରଜାତିର ନାମ ପୁରାତନ ଗ୍ରୀକ୍ ଶବ୍ଦ କାଲିଡ୍ରିସ୍ (kalidris) କିମ୍ବା ସ୍କାଲିଡ୍ରିସ୍ (skalidris)ରୁ ଗୃହୀତ ହୋଇଛି । ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ କିଛି ପାଉଁଶିଆ ଜଳପକ୍ଷୀଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରିଥିଲେ ।[4]
ଚୁଇଁ ସୀମା ପକ୍ଷୀ | |
---|---|
ଚୁଇଁ ସୀମା ପକ୍ଷୀର ରଙ୍ଗ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Scolopacidae |
Genus: | Calidris |
ଜାତି: | C. temminckii |
ବାଇନୋମିଆଲ ନାମ | |
Calidris temminckii (ୟୋହାନ୍ ଫିଲିପ୍ ଆକିଲିସ୍ ଲାଇସ୍ଲର୍, ୧୮୧୨) | |
ଚୁଇଁ ସୀମା ପକ୍ଷୀର ଭୌଗୋଳିକ ବ୍ୟାପ୍ତି
ପ୍ରଜନନରତ ଅସ୍ଥାୟୀ ଯାତ୍ରା ସମୟ ପ୍ରଜନନରହିତ | |
Synonyms[2] | |
ଏରୋଲିଆ ଟେମିନ୍କି (Erolia temminckii) |
ଆଫ୍ରିକୀୟ-ୟୁରେସୀୟ ପ୍ରବାସୀ ଜଳପକ୍ଷୀ ସଂରକ୍ଷଣ ବୁଝାମଣା (ଇଂରାଜୀରେ Agreement on the Conservation of African-Eurasian Migratory Waterbirds – AEWA) ଯେଉଁ ସବୁ ପକ୍ଷୀଙ୍କୁ ନିଜ ପରିସରଭୁକ୍ତ କରିଛି, ତନ୍ମଧ୍ୟରୁ ଚୁଇଁ ସୀମା ପକ୍ଷୀ ଅନ୍ୟତମ ।