![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f7/The_Hindu_Goddess_Chamunda_LACMA_M.80.3.jpg/640px-The_Hindu_Goddess_Chamunda_LACMA_M.80.3.jpg&w=640&q=50)
ଚାମୁଣ୍ଡା
ହିନ୍ଦୁ ଠାକୁରାଣୀ / From Wikipedia, the free encyclopedia
ଚାମୁଣ୍ଡା (ଇଂରାଜୀ ଭାଷାରେ Chamunda), (Sanskrit: चामुण्डा, IAST: Cāmuṇḍā) ଅନ୍ୟାନ୍ୟ ନାମ ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତ କାଳୀ) ଚଣ୍ଡୀ ଓ ହିନ୍ଦୁ ଠାକୁରାଣୀ ମା ଦୁର୍ଗାଙ୍କର ଏକ ଭୟାନକ ରୂପ ଯାହା ଓ ୭ ମାତୃକା ବା ମାତାଙ୍କ ମଧ୍ୟରୁ ମଧ୍ୟ ସେ ଜଣେ ।[2]
Quick Facts ଚାମୁଣ୍ଡା, Devanagari ...
ଚାମୁଣ୍ଡା | |
---|---|
![]() ଚତୁର୍ଦ୍ଦଶ ଶତାବ୍ଦୀର ଚାମୁଣ୍ଡାର ନେପାଳୀ ମୂର୍ତ୍ତି | |
ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ମହାବିପଦର ଠାକୁରାଣୀ [1] | |
Devanagari | चामुण्डा |
Sanskrit Transliteration | Cāmuṇḍā |
Affiliation | ପାର୍ବତୀ, ଶକ୍ତି (Shakti), କାଳୀ, ମହାକାଳୀ |
ଲୋକ | ମଶାଣୀ ବା ଡିମିରି ଗଛ |
Mantra | ଓଁ ଏଁ ହ୍ରୀଁ କ୍ଲୀଁ ଚାମୁଣ୍ଡାୟେ ବିଚ୍ଚେ |
Weapon | ତ୍ରୀଶୁଳ ଓ ଖଣ୍ଡା |
ସ୍ୱାମୀ/ସ୍ତ୍ରୀ | ଶିବ, ଭୀଷଣ ଭୈରବ ଆକାର |
Mount | ମଡ଼ା, ପ୍ରେତ (Preta) |
Close
ସେ ମଧ୍ୟ ୬୪ (ବା ୮୧) ମୁଖ୍ୟ ଯୋଗିନୀମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ମା ଦୁର୍ଗାଙ୍କର ପରିଚାରିକା ।[3] ଚଣ୍ଡ (Chanda) ଓ ମୁଣ୍ଡ (Munda) ନାମକ ଦୁଇ ଅସୁରଙ୍କୁ ମାରିଥିବାରୁ ତାଙ୍କର ନାମ ଚାମୁଣ୍ଡା ଠାକୁରାଣୀ ହୋଇଥିଲା । କାଳୀ, ଦୁର୍ଗା ଓ ପାର୍ବତୀଙ୍କର ମଧ୍ୟ ସେ ଅନ୍ୟ ଏକ ରୂପ ।
ପୁରାକାଳରେ ଚାମୁଣ୍ଡାଙ୍କ ପୂଜାରେ ବଳି ଦିଆଯାଉଥିବା ସହିତ ମଦ ମଧ୍ୟ ଦିଆଯାଉଥିଲା । ବେଳେବେଳ ମଣିଷ ବଳି ମଧ୍ୟ ଦିଆଯାଉଥିଲା । ପୂର୍ବରୁ ଚାମୁଣ୍ଡା ଜଣେ ଆଦିବାସୀ ଠାକୁରାଣୀ ଭାବରେ ପୂଜା ପାଉଥିଲେ କିନ୍ତୁ ଶୈବ ଓ ବୈଷ୍ଣବ ଧର୍ମ ପ୍ରଭାବରେ ସେହି ପ୍ରଥା ବନ୍ଦ ହୋଇଗଲା ।