From Wikipedia, the free encyclopedia
ଚାପଗ୍ରସ୍ତ ମୁଣ୍ଡବିନ୍ଧା ବା ଟେନସନ୍ ମୁଣ୍ଡବିନ୍ଧା ବା ଷ୍ଟ୍ରେସ୍ ମୁଣ୍ଡବିନ୍ଧା ଏକ ସାଧାରଣ ପୁନଃପୌନିକ ମୁଣ୍ଡବିନ୍ଧା | [1] ଯନ୍ତ୍ରଣା ପ୍ରାୟତଃ ମୁଣ୍ଡର ଉଭୟ ପାର୍ଶ୍ୱରେ ଘଟିଥାଏ ଏବଂ ମୃଦୁ ତୀବ୍ର ମୁଣ୍ଡବିନ୍ଧା ହୋଇପାରେ । [1] ସାଧାରଣତଃ ଚାଲିବା ପରି କାର୍ଯ୍ୟକଳାପ ସହିତ ଯନ୍ତ୍ରଣାର ଗମ୍ଭୀରତା ପରିବର୍ତ୍ତନ ହୁଏ ନାହିଁ | [1] ପ୍ରାୟତଃ ସକାଳେ ଅଳ୍ପ ଯନ୍ତ୍ରଣା ଏବଂ ରାତିରେ ଅଧିକ ଯନ୍ତ୍ରଣା ହୋଇଥାଏ | [1] ଯନ୍ତ୍ରଣା ସହିତ ବେକ କିମ୍ବା କାନ୍ଧରେ କଠିନତା ଥାଇପାରେ | [1] ସେଗୁଡିକ ୩୦ ମିନିଟରୁ ୭ ଦିନ ପର୍ଯ୍ୟନ୍ତ ରହିପାରେ | [1]
Tension headache | |
---|---|
Tension-type headache (TTH), stress headache, muscle contraction headache, psychomyogenic headache | |
ବିଭାଗ | Neurology |
ଲକ୍ଷଣ | Mild to moderate head pain[1] |
ଅବଧି | 30 min to 7 hours[1] |
କାରଣ | Unclear[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[1] |
ସଠିକ ରୋଗ ନିର୍ଣ୍ଣୟ | Migraine, cluster headache, secondary headaches[1] |
ପୁନଃପୌନିକ | 20%[1] |
ଏହାର କାରଣ ଅସ୍ପଷ୍ଟ ଯଦିଓ ପରିବେଶ, ଜେନେଟିକ୍ ଏବଂ ପୋଷଣ ଜନିତ କାରଣଗୁଡିକ ଥାଇପାରେ | [1] ମାନସିକ ଚାପ ଏବଂ ଅଙ୍ଗ ବିନ୍ୟାସ ସମ୍ବନ୍ଧୀୟ କାରଣ ଥାଇପାରେ | [1] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଲକ୍ଷଣଗୁଡିକର ବର୍ଣ୍ଣନା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । [1] ଏହି ରୋଗ ନିର୍ଣ୍ଣୟ ପାଇଁ ଅତି କମରେ ୧୦ ଥର ଏପରି ଘଟିବା ଆବଶ୍ୟକ ହୁଏ | [1]
ଯନ୍ତ୍ରଣା ଉପଶମ ନିମନ୍ତେ ଷଧ, ବିଶେଷ ଭାବରେ ଏନଏସଏଆଇଡି ଔଷଧ ଯେପରିକି ଆଇବୁପ୍ରୋଫେନ୍ ସହିତ ପାରାସିଟାମୋଲ (ଏସିଟାମିନୋଫାଇନ୍) ଦିଆଯାଏ ଓ ଟେନ୍ସନ୍ ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ଏହା ଅତି ପ୍ରଭାବଶାଳୀ ହୁଏ | [2] [3] [1] ଅଧିକ ଯନ୍ତ୍ରଣା ଯୋଗୁ ବାରମ୍ବାର ଏହି ଔଷଧ ଦେଲେ ଅତି ପ୍ରୟୋଗ ମୁଣ୍ଡବ୍ୟଥା ହୋଇପାରେ | [1] ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଯେପରିକି ଆମିଟ୍ରିପ୍ଟିଲିନ ଦେଲେ ପ୍ରତିଷେଧ ନିମନ୍ତେ ପ୍ରାୟ ୪ ସପ୍ତାହ ଉପଯୋଗୀ ମନେହୁଏ | [4] [1] ଶାରୀରିକ ଚିକିତ୍ସା ଏବଂ କଗନିଟିଭ-ବିହେଭିଅରାଲ ଥେରାପି ମଧ୍ୟ ଉପଯୋଗୀ ହୋଇପାରେ | [1] ଏସଏସଆରଆଇ/ SSRIs, propranolol ଏବଂ ମାଂସପେଶୀ ଆରାମଦାୟକ ଔଷଧ ବ୍ୟବହାର କଲେ କିଛି ଉତ୍ତମ ଫଳ ମିଳେନାହିଁ | [5] [6]
ବର୍ଷକୁ ପ୍ରାୟ ୨୦% ଲୋକ ଏହି ରୋଗଗ୍ରସ୍ତ ହୁଅନ୍ତି ଏବଂ ପ୍ରାୟ ୮୦% ସେମାନଙ୍କ ଜୀବନର ଯେ କୌଣସି ସମୟରେ ପ୍ରଭାବିତ ହୁଅନ୍ତି | [1] ୨୦୧୬ ସୁଦ୍ଧା ଟେନସନ୍ ମୁଣ୍ଡବିନ୍ଧାରେ ପ୍ରାୟ ୧.୮୯ ବିଲିୟନ ଲୋକ ପ୍ରଭାବିତ ହୋଇଥିଲେ [7] ଏବଂ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ (ଯଥାକ୍ରମେ ୨୩%ରୁ ୧୮%)। [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.