From Wikipedia, the free encyclopedia
ଚର୍ମ ପ୍ରଦାହ,ଏକ ପ୍ରକାର ରୋଗର ଗୋଷ୍ଠୀ (ଏକଜିମା ଏହି ଗୋଷ୍ଠୀର ଏକ ରୋଗ) ଯେଉଁଥିରେ ମାନବ ଚର୍ମର ପ୍ରଦାହ ହୁଏ ।[1] ଏହି ରୋଗମାନଙ୍କରେ ଚମରେ ଗଲୁ ହୁଏ ଓ ଲାଲ ଚର୍ମ (red skin) ହୁଏ ।[1] ସ୍ୱଳ୍ପକାଳୀନ ରୋଗରେ ଫୋଟକା ହୁଏ ଓ ଦୀର୍ଘକାଳୀନ ରୋଗରେ ଚର୍ମ ମୋଟା ହୋଇଯାଏ ।[1] ଏହି ରୋଗ ଅଳ୍ପ ଚର୍ମ ସ୍ଥାନରେ ହୋଇପାରେ ବା ସମୁଦାୟ ଶରୀରରେ ହୋଇପାରେ ।[2][1]
ଚର୍ମ ପ୍ରଦାହ ରୋଗ ଗୋଷ୍ଠୀରେ ଆଟୋପିକ ଡର୍ମାଟାଇଟିସ (atopic dermatitis), ଆଲର୍ଜିକ ସ୍ପର୍ଷ ଚର୍ମ ପ୍ରଦାହ (allergic contact dermatitis), ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ (ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ)/ (irritant contact dermatitis) ଓ ସ୍ଟାସିସ ଡର୍ମାଟାଇଟିସ (stasis dermatitis) ରୋଗମାନ ଅନ୍ତର୍ଭୁକ୍ତ ।[1][2] ଏହି ରୋଗମାନଙ୍କର ସଠିକ କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[2] ଉତ୍ତେଜକ, ଆଲର୍ଜି ଓ ଶିରା ରକ୍ତ ପୁନର୍ଗମନ (poor venous return) ଇତ୍ୟାଦିରେ କିଛି ଅସୁବିଧା ଥିବା ଯୋଗୁ ଏହି ରୋଗମାନ ହେବା ବିଶ୍ୱାସ କରାଯାଏ । ରାସ୍ର ସ୍ଥାନ ଓ ରୋଗର ଇତିହାସ ନେଇ ରୋଗର ପ୍ରକାର ନିର୍ଦ୍ଧାରଣ କରାଯାଏ । ଉଦାହରଣ ସ୍ୱରୁପ ହାତ ବାରମ୍ବାର ଓଦା ରହିଲେ ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ ରୋଗ ହୁଏ । ଅନ୍ୟ ପକ୍ଷରେ କୌଣସି ସମ୍ବେଦନଶୀଳ ପଦାର୍ଥ ସଂସ୍ପର୍ଶରେ ଅଳ୍ପ ସମୟ ଧରି ଆସିଲେ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।[1]
ଆଟୋପିକ ଡର୍ମାଟାଇଟିସ ବା ଏକଜିମାରେ ସ୍ଟିରଏଡ କ୍ରିମ୍ ଓ ନରମ କ୍ରିମ (moisturizers) ଦେଇ ଚିକିତ୍ସା କରାଯାଏ । [3] ମଧ୍ୟମରୁ ଉଚ୍ଚ ଶକ୍ତି ସମ୍ପନ୍ନ ସ୍ଟିରଏଡ କ୍ରିମ ଦୁଇ ସପ୍ତାହରୁ କମ୍ ସମୟ ପର୍ଯ୍ୟନ୍ତ ଦିଆଯାଏ; ପାର୍ଶ୍ୱ ପ୍ରତିକ୍ରିୟା ନ ହେବା ନିମନ୍ତେ ।[4] ଚର୍ମ ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ (Antibiotic) ଦିଆଯାଏ ।[2] କଣ୍ଟାକ୍ଟ ଡର୍ମାଟାଇଟିସ ହୋଇଥିଲେ ଉତ୍ତେଜକ ଓ ଆଲର୍ଜେନ ବ୍ୟବହାର ବନ୍ଦ କରିବାକୁ ଉପଦେଶ ଦିଆଯାଏ ।[5][6] ରାତିରେ ଗଲୁ ନ ହେବା ନିମନ୍ତେ ଆଣ୍ଟିହିସ୍ଟାମିନ (Antihistamine) ଦେଲେ ନିଦ୍ରାରେ ସାହାଯ୍ୟ ହୁଏ ।[2]
ସନ ୨୦୧୩ରେ ପୃଥିବୀରେ ପ୍ରାୟ ୩୩୪ ନିୟୁତ ଲୋକଙ୍କୁ ଚର୍ମ ପ୍ରଦାହ ରୋଗ ହୋଇଥିଲା ।[7] ଆଟୋପିକ ଚର୍ମ ପ୍ରଦାହ ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ ରୋଗ ଓ ଏହା ପିଲାଦିନୁ ଆରମ୍ଭ ହୁଏ ।[1][2] ଯୁକ୍ତରାଷ୍ଟ୍ର ଆମେରିକାରେ ଜନସଂଖ୍ୟାର ୧୦ରୁ ୩୦% ଲୋକଙ୍କୁ ଏହି ରୋଗ ହୁଏ ।[2] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କଣ୍ଟାକ୍ଟ ଡର୍ମାଟାଇଟିସ ଅଧିକ ହୁଏ ।[8] ୭% ଲୋକଙ୍କୁ ଜୀବନରେ କେତେବେଳେ ହେଲେ ଆଲର୍ଜିକ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।[9] ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ ରୋଗର ହାର ଜଣାନାହିଁ କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାମ କରୁଥିବା ଲୋକଙ୍କର ଏହା ଏକ ସାଧାରଣ ରୋଗ ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.