ଦେବୀ ଦୁର୍ଗାଙ୍କର ୩ୟ ରୂପ From Wikipedia, the free encyclopedia
ହିନ୍ଦୁ ଧର୍ମରେ ଚନ୍ଦ୍ରଘଣ୍ଟା ଦେବୀ ଦୁର୍ଗାଙ୍କର ତୃତୀୟ ନବଦୁର୍ଗା ବେଶ ଏବଂ ନବରାତ୍ରୀର ତୃତୀୟ ଦିନରେ (ନବଦୁର୍ଗାର ନଅଟି ଦିବ୍ୟ ରାତି) ପୂଜା ପାଆନ୍ତି । ତାଙ୍କ ନାମ "ଚନ୍ଦ୍ରଘଣ୍ଟା"ର ଅର୍ଥ "ଯେ ଘଣ୍ଟି ଭଳି ଅର୍ଦ୍ଧଚନ୍ଦ୍ର ଆକାରର" । ତାଙ୍କ ମୂର୍ତ୍ତିରେ ମନ୍ଦ ବିରୋଧରେ ଲଢ଼ାଇ ପାଇଁ ତାଙ୍କର ନିରନ୍ତର ପ୍ରସ୍ତୁତିକୁ ସୂଚାଇ ତୃତୀୟ ଆଖି ସର୍ବଦା ଖୋଲା ରହିଥାଏ । ସେ ଚନ୍ଦ୍ରଖଣ୍ଡା, ବୃକ୍ଷବାହିନୀ ବା ଚନ୍ଦ୍ରିକା ନାମରେ ମଧ୍ୟ ପରିଚିତ । ଲୋକ ବିଶ୍ୱାସ ଅନୁସାରେ ସେ ତାଙ୍କର କୃପା ଓ ସାହସିକତାଦ୍ୱାରା ଲୋକଙ୍କୁ ସାହାଯ୍ୟ କରନ୍ତି । ତାଙ୍କ କୃପାରୁ ଶ୍ରଦ୍ଧାଳୁଙ୍କ ସମସ୍ତ ପାପ, କଷ୍ଟ, ଶାରୀରିକ ଓ ମାନସିକ କଷ୍ଟ ଓ ଭୂତ ପ୍ରତିବନ୍ଧକ ଆଦି ଦୂର ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।
ଏହି ପ୍ରସଙ୍ଗଟିକୁ ଉଇକିପିଡ଼ିଆର ମାନକ ଲିଖନ ଶୈଳୀ ସହ ମେଳ କରିବା ପାଇଁ ହୁଏତ ସମ୍ପୂର୍ଣ୍ଣ ଭାବେ ଲେଖିବାକୁ ପଡ଼ିପାରେ । ଆପଣ ସାହାଯ୍ୟ କରିପାରିବେ । ଆଲୋଚନା ପୃଷ୍ଠାରେ କିଛି ମତାମତ ଥାଇପାରେ । |
ଚନ୍ଦ୍ରଘଣ୍ଟା | |
---|---|
ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିବା ଦେବୀ | |
Devanagari | चंद्रघंटा |
Affiliation | ଦେବୀ ଦୁର୍ଗାଙ୍କ ଅବତାର (ରୂପ) |
ଗ୍ରହ | ଚନ୍ଦ୍ର |
Mantra | पिण्डजप्रवरारुढा चण्डकोपास्त्रकैर्युता। प्रसादं तनुते मह्यं चन्द्रघण्टेति विश्रुता॥ |
Weapon | ତ୍ରିଶୁଳ, ପଦ୍ମ, ଗଦା, କମଣ୍ଡଳ, ଖଡ୍ଗ, ଧନୁ, ତୀର, ଜପମାଳା, ଅଭୟମୁଦ୍ରା, ଜ୍ଞାନ ମୁଦ୍ରା[1] |
ସ୍ୱାମୀ/ସ୍ତ୍ରୀ | ଶିବ |
Mount | ବାଘ |
ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଆକାରର ଏକ ଘଣ୍ଟି ଆକୃତିର ମୁକୁଟ ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ତାଙ୍କ ଶରୀରର ରଙ୍ଗ ସୁନା ପରି ଉଜ୍ଜ୍ୱଳ ସେ ଦଶଭୂଜା । ତାଙ୍କର ଦଶ ଭୂଜରେ ଖଡ୍ଗ ଆଦି ଶସ୍ତ୍ର ଏବଂ ଧନୁତୀର ଭଳି ଅସ୍ତ୍ରରେ ସଜାଯାଇଥାଏ ଓ ସିଂହ ତାଙ୍କର ବାହନ । ତାଙ୍କର ମୁଦ୍ରା ଯୁଦ୍ଧ ମୁଦ୍ରା ।[ଆଧାର ଲୋଡ଼ା]
ହିନ୍ଦୁ ରୀତିନୀତି ଅନୁଯାୟୀ ମଣିଷର ମନ, ଶବ୍ଦ, କାର୍ଯ୍ୟ ଏବଂ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଏବଂ ପବିତ୍ର ରଖି ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଏବଂ ତାଙ୍କୁ ଉପାସନା କରାଯାଏ । ତାଙ୍କର ଧ୍ୟାନ ହିନ୍ଦୁ ଭକ୍ତମାନଙ୍କୁ ଇହଲୋକ ଓ ପରଲୋକ ଉଭୟକୁ ପରିତ୍ରାଣ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଚନ୍ଦ୍ରଘଣ୍ଟା ଦେବୀ କମଳା ରଙ୍ଗ ପସନ୍ଦ କରନ୍ତି ବୋଲି ବିଶ୍ୱାସ ରହିଥିବାରୁ ଭକ୍ତମାନେ ପୂଜା ସମୟରେ କମଳା ରଙ୍ଗର ପୋଷାକ ପିନ୍ଧନ୍ତି ।[ଆଧାର ଲୋଡ଼ା]
ହିନ୍ଦୁ ଧର୍ମର ଲୋକବିଶ୍ୱାସ ଅନୁସାରେ, ଦେବୀ ଚନ୍ଦ୍ରଘଣ୍ଟାଙ୍କ ଅନୁଗ୍ରହରେ, ସାଧକଙ୍କର ସମସ୍ତ ପାପ ଏବଂ ବାଧା ବିନଷ୍ଟ ହୋଇଯାଏ । ତାଙ୍କର ଉପାସନା ସଦ୍ୟ ଫଳପ୍ରଦ ହୋଇଥାଏ ଓ ଦେବୀ ଭକ୍ତମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିଦିଅନ୍ତି ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।[ଆଧାର ଲୋଡ଼ା]
ପିଣ୍ଡଜପ୍ରବରାରୂଢ଼ା ଚଣ୍ଡକୋପାସ୍ତ୍ରକୈର୍ଯୁକ୍ତା । ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା।।
ଯା ଦେବୀ ସର୍ବଭୂତେଷୁ ମାଁ ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥
ଅର୍ଥ: ହେ ମା ଆମ୍ବେ! ଆପଣ ସର୍ବତ୍ର ବିରାଜିତ ଏବଂ ଚନ୍ଦ୍ରଘଣ୍ଟା ରୂପରେ ପ୍ରସିଦ୍ଧ ଅଟ, ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ହେ ମାତା, ମୋତେ ସମସ୍ତ ପାପରୁ ମୁକ୍ତ କର।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.