ଚକ
From Wikipedia, the free encyclopedia
ଚକ ହେଉଛି ଏକ ବୃତ୍ତୀୟ ସରଳ ଯନ୍ତ୍ର। ଚକ ଓ ଅଖ ସାହାଯ୍ୟରେ କୌଣସି ଭାରକୁ ସହଜରେ ପରିବହନ କରି ହୁଏ। ଯଦିଓ ପ୍ରାଥମିକ ଚକ ପରିବହନ ପାଇଁ ଦରକାର ହେଉଥିଲା, ଆଧୁନିକ ସମୟରେ ଏହାର ବ୍ୟବହାର ବହୁମୁଖୀ। ପରିବହନରେ ଏହା ସରଳରୈଖିକ ଘର୍ଷଣକୁ ବୃତ୍ତୀୟ ଘର୍ଷଣରେ ପରିବର୍ତ୍ତନ କରି କାମକୁ ସହଜ କରିଥାଏ। ଖ୍ରୀ.ପୂ. ୩୫୦୦ରେ କୁମ୍ଭାରଚକ ଓ ସ୍ଲେଜ୍ଗାଡ଼ିକୁ ମିଶାଇ ଅଖଚକର ଉଦ୍ଭାବନ ହୋଇଥିଲା।[1] ଚକର ବ୍ୟବହାର ସାଧାରଣ ଜୀବନରେ ଅନେକ। ପୁରାଣରୁ ଆରମ୍ଭ କରି ଆଧୁନିକ ଟେକ୍ନୋଲୋଜିରେ ଚକର ପ୍ରଭାବ ସୁଦୂରବିସ୍ତାରୀ।