From Wikipedia, the free encyclopedia
ଗ୍ରାସନଳୀ କର୍କଟ (ଇଂରାଜୀରେ Esophageal cancer ବା oesophageal cancer) ଏକ ପ୍ରକାର କର୍କଟ ରୋଗ ଯାହା ତଣ୍ଟିରୁ ପାକସ୍ଥଳୀ ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାସନଳୀରେ (ଇଂରାଜୀରେ Oesophagus) ଜାତ ହୁଏ । [1] ଡିସଫେଜିଆ (ଗିଳିବାରେ ଅସୁବିଧା) ଓ ଓଜନ ହ୍ରାସ ଏହି ରୋଗର ମୂଖ୍ୟ ଲକ୍ଷଣ । ଅନ୍ୟ ଲକ୍ଷଣ ମଧ୍ୟରେ ଓଡିନୋଫେଜିଆ (ଗିଳିଲାବେଳେ କଷ୍ଟ), କର୍କଶ ସ୍ୱର, କାନ୍ଧ ହାଡ଼ ବା କଲାର ବୋନ (ଇଂରାଜୀରେ clavicle) ପାଖରେ ଲସିକା ଗ୍ରନ୍ଥି ବୃଦ୍ଧି, ଶୁଖିଲା କାଶ, ରକ୍ତରେ କଫ ଓ ରକ୍ତବାନ୍ତି ହୁଏ । [2]
Esophageal cancer | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | oncology[*], general surgery[*], gastroenterology[*] |
ଆଇସିଡ଼ି-୧୦ | C15. |
ଆଇସିଡ଼ି-୯-ସିଏମ୍ | 150 |
ଓଏମ୍ଆଇଏମ୍ | 133239 |
ରୋଗ ଡାଟାବେସ | 9150 |
ମେଡ଼ିସିନ-ପ୍ଲସ | 000283 |
ଇ-ମେଡ଼ିସିନ | article/277930 article/368206 |
MeSH | D004938 |
ବିକାଶଶୀଳ ଦେଶମାନଙ୍କରେ ଏସୋଫେଜିଆଲ ସ୍କ୍ୱାମସ୍ ସେଲ କାର୍ସିନୋମା (ଇଂରାଜୀରେ esophageal squamous-cell carcinoma, ସଂକ୍ଷେପରେ ESCC) ନାମକ ବେଶୀ ହେଉଥିବା ଓ ଏସୋଫେଜିଆଲ ଆଡେନୋକାର୍ସିନୋମା (ଇଂରାଜୀରେ esophageal adenocarcinoma ସଂକ୍ଷେପରେ EAC) ନାମକ ଦୁଇ ପ୍ରକାର ହିସ୍ଟୋପାଥୋଲୋଜିକାଲ କର୍କଟ ଦେଖାଯାଏ ।[1] ଏହାଠାରୁ ଅଳ୍ପ କେତେକ ଟାଇପର କର୍କଟ ମଧ୍ୟ ଦେଖାଯାଏ । [1] ଗ୍ରାସନଳୀରେ ସ୍କ୍ୱାମସ ଏପିଥେଲିଆଲ ସେଲ ସ୍ତର ଥାଏ ।[3] ଗ୍ରାସନଳୀର ନିମ୍ନ ଏକ ତୃତୀୟାଂଶରେ ଥିବା ଗ୍ରନ୍ଥିରୁ ଆଡେନୋକାର୍ସିନୋମା ଜାତ ହୁଏ ଯେଉଁଠାରେ ସେଲ ବଦଳିଯାଇ ଅନ୍ତନଳୀ ସେଲ ଭଳି ହୋଇଯାଏ ଯାହାକୁ ବାରେଟ ଏସୋଫେଗସ କହନ୍ତି । [1][4] ସ୍କ୍ୱାମସ୍ ସେଲ କାର୍ସିନୋମା ହେବାର କାରଣ ମଧ୍ୟରେ ଟୋବାକୋ ବା ଧୁଆଁପତ୍ର, ମଦ୍ୟ, ଗରମ ପାନୀୟ ଓ ଦରିଦ୍ର ଖାଦ୍ୟ ଗ୍ରହଣ ଉଲ୍ଲେଖଯୋଗ୍ୟ । [5] ମୋଟାପଣ, ଧୁମ୍ରପାନ ଓ ଏସିଡ ପ୍ରତ୍ୟାବର୍ତ୍ତନ ଯୋଗୁ ଆଡେନୋକାର୍ସିନୋମା ହୁଏ ବୋଲି ମନେକରାଯାଉଛି । [5]
ଏଣ୍ଡୋସ୍କୋପ (ଏକ ଫାଇବ୍ରୋଅପଟିକ କ୍ୟାମେରା) ଯନ୍ତ୍ରଦ୍ୱାରା ବାୟୋପ୍ସି ନେଇ ପରୀକ୍ଷା କରି ଏହି ରୋଗ ନିଶ୍ଚିତ କରାଯାଏ ।[6] ଧୂମ୍ରପାନ ବନ୍ଦ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରିହେବ । [1][2] ରୋଗର ସ୍ଟେଜ, ଖାଦ୍ୟନଳୀର ସ୍ଥାନ, ରୋଗୀର ସ୍ୱାସ୍ଥ୍ୟ ଓ ପସନ୍ଦ ଅନୁସାରେ ଚିକିତ୍ସା କରାଯାଏ । ଛୋଟ ଓ ସ୍ଥାନୀୟ କର୍କଟ ହୋଇଥିଲେ ଅପରେଶନ କରି ରୋଗମୁକ୍ତ କରିବା ସମ୍ଭାବନା ଥାଏ । ଅଧିକାଂଶ କ୍ଷେତ୍ରରେ ଅପରେଶନ ସହିତ କେମୋଥେରାପି ସହ ବା ବ୍ୟତୀତ ରାଡିଏସନ ଦିଆଯାଏ । [6] କେମୋଥେରାପି ଓ ରାଡିଏସନ ଥେରାପି ସାହାଯ୍ୟରେ ବଡ଼ କର୍କଟ ବୃଦ୍ଧିର ଗତି କମେଇ ଦିଆଯାଏ । [1] ରୋଗ ଅଧିକ ମାଡ଼ିଯାଇଥିଲେ ବା ଅପରେଶନ ଅଯୋଗ୍ୟ ହୋଇଥିଲେ ପାଲିଏଟିଭ ଚିକିତ୍ସା କରାଯାଏ । [6] ରୋଗ କେତେ ଦୂର ଆଗେଇଥିଲା ଓ କେଉଁ ଅନ୍ୟ ରୋଗ ଏହା ସହ ଥିଲା, ଏହାରି ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ କିନ୍ତୁ ଏହା ପ୍ରାୟ ଖରାପ ରହେ, କାରଣ ଡେରିରେ ରୋଗୀ ଡାକ୍ତରଖାନା ଆସନ୍ତି । [1][7] ପାଞ୍ଚ ବର୍ଷ ବଞ୍ଚିବା ହାର ୧୩ରୁ ୧୮ % ।[2][8]
ପୃଥିବୀରେ ଏହି ରୋଗ ୨୦୧୨ ମସିହା ସୁଦ୍ଧା ୮ମ କର୍କଟ ରୋଗ ମାନ୍ୟତା ପାଇଥିଲା ଓ ୪୫୬ ନୂଆ ରୋଗୀ ମିଳିଥିଲେ ।[1] ସେହି ବର୍ଷ ୪୦୦,୦୦୦ ମୃତ୍ୟୁ ହୋଇଥିଲା ଓ ଏହି ସଂଖ୍ୟା ୧୯୯୦ ମସିହାର ୩୪୫,୦୦୦ ମୃତ୍ୟୁ ଅପେକ୍ଷା ଅଧିକ ଥିଲା ।[1][9] ବିଭିନ୍ନ ଦେଶ ଅନୁସାରେ ଏହି ହାର ଫରକ ଆସେ, ଚୀନ ଦେଶରେ ପ୍ରାୟ ଅଧା ଥାଏ । ଏହି ରୋଗରେ ମହିଳାଙ୍କ ଅପେକ୍ଷା ପୁରୁଷ ସଂଖ୍ୟା ତିନି ଗୁଣ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.