ଭାରତୀୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର From Wikipedia, the free encyclopedia
ଗିରୀଶ ରଘୁନାଥ କର୍ଣ୍ଣାଡ଼ (୧୯ ମଇ ୧୯୩୮ – ୧୦ ଜୁନ ୨୦୧୯)[୨] ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ, କନ୍ନଡ଼ ଲେଖକ,[୩] ସଂଳାପକାର ଓ ରୋଡ୍ସ ସ୍କଲାର ଥିଲେ ଓ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଓ ବଲିଉଡ଼ ସିନେମାରେ କାମ କରିଥିଲେ । ୧୯୬୦ ଦଶକରେ ସଂଳାପକାର ଭାବେ ତାଙ୍କର ଉତ୍ଥାନ କନ୍ନଡ଼ରେ ଆଧୁନିକ ସଂଳାପ ରଚନା ବଙ୍ଗଳାରେ ବାଦଲ ସରକାର, ମରାଠୀରେ ବିଜୟ ତେନ୍ଦୁଲକର ଓ ହିନ୍ଦୀରେ ମୋହନ ରାକେଶଙ୍କ ସହ ତୁଳନୀୟ ।[୪] ସେ ୧୯୯୮ରେ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ।[୫]
ଗିରୀଶ କର୍ଣ୍ଣାଡ଼ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗିରୀଶ ରଘୁନାଥ କର୍ଣ୍ଣାଡ଼ ୧୯ ମଇ ୧୯୩୮ ମଥେରାନ, ବମ୍ବେ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ (ବର୍ତ୍ତମାନର ମହାରାଷ୍ଟ୍ର, ଭାରତ) |
ମୃତ୍ୟୁ | ୧୦ ଜୁନ ୨୦୧୯ ୮୧)[୧] ବେଙ୍ଗାଳୁରୁ, କର୍ଣ୍ଣାଟକ, ଭାରତ | (ବୟସ
ବୃତ୍ତି | ସଂଳାପକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ଅଭିନେତା |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ |
ସମୟ | ୧୯୩୯-୨୦୧୯ |
ଶୈଳୀ | କଳ୍ପନାପ୍ରସୂତ |
ସାହିତ୍ୟର ଆନ୍ଦୋଳନ | ନବ୍ୟ |
ସାହିତ୍ୟ କୃତି | ତୁଗଲକ ୧୯୬୪ ତଳେଦଣ୍ଡ |
ଜୀବନସାଥୀ | ସରସ୍ୱତୀ ଗଣପତି |
ସନ୍ତାନ | ରଘୁ କର୍ଣ୍ଣାଡ଼ |
ଚାଳିଶ ବର୍ଷ ଧରି କର୍ଣ୍ଣାଡ଼ ମୁଖ୍ୟତଃ ଇତିହାସ ଓ ପୁରାଣକୁ ନେଇ ତାତ୍କାଳିକ ଅସୁବିଧା ବାବଦରେ ନାଟକ ରଚନା କରିଥିଲେ । ସେ ତାଙ୍କର ନାଟକଗୁଡ଼ିକ ଇଂରାଜୀରେ ଅନୁବାଦ ମଧ୍ୟ କରୁଥିଲେ । ତାଙ୍କର ନାଟକଗୁଡ଼ିକ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହୋଇ ଏବ୍ରାହିମ ଆଲକାଜି, ବି.ଭି. କରନ୍ତ, ଆଲିକି ପଦମସୀ, ପ୍ରସନ୍ନ, ଅରବିନ୍ଦ ଗୌର, ସତ୍ୟଦେବ ଦୁବେ, ବିଜୟ ମେହେଟା, ଶ୍ୟାମାନନ୍ଦ ଜଲାନ, ଅମାଲ ଆଲାନା ଓ ଜାଫର ମହିଉଦ୍ଦିନ ଆଦି ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଛି ।[୬] ସେ ବିଭିନ୍ନ ଭାରତୀୟ ଭାଷାର ସିନେମାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଭାବେ କାମ କରିବା ସହ କନ୍ନଡ଼ ଓ ହିନ୍ଦୀ ସିନେମାରେ ପୁରସ୍କୃତ ହୋଇଛନ୍ତି । ସେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ, ଓ ଚାରିଥର ଫିଲ୍ମଫେୟାର ପୁରସ୍କାରରେ (ତନ୍ମଧ୍ୟରୁ ତିନୋଟି କନ୍ନଡ଼ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓ ଚତୁର୍ଥ ସଂଳାପରଚନା ପାଇଁ) ସମ୍ମାନୀତ । ତାଙ୍କର ପ୍ରସିଦ୍ଧତମ ନାଟକ ଯଯାତି । ସେ ୧୯୯୧ ମସିହାରେ ଦୂରଦର୍ଶନରେ ପ୍ରସାରିତ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଟର୍ଣ୍ଣିଂ ପଏଣ୍ଟର ଉପସ୍ଥାପକ ଥିଲେ ।
କ୍ଷୀଣ ସ୍ୱାସ୍ଥାବସ୍ଥା ହେତୁ ସେ ବେଙ୍ଗାଳୁରୁଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ୨୦୧୯ ମସିହା ଜୁନ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୭]
Seamless Wikipedia browsing. On steroids.